Home Posts tagged ODISHA (Page 99)
Odisha News
ଭୁବନେଶ୍ୱର,୩/୯: ଭୁବନେଶ୍ୱର ଖଣ୍ଡଗିରି ଥାନା ଅଧୀନ ଏକ ବିଦ୍ୟାଳୟରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗଣିତ ଆସିଲାନି ବୋଲି ଜଣେ ଶିକ୍ଷୟିତ୍ରୀ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି।ଶିକ୍ଷୟିତ୍ରୀଙ୍କ ମାଡ଼ରେ ଛାତ୍ରୀଙ୍କ ଆଖିରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ଏନେଇ ପରିବାର ଲୋକେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୀରନରସିଂହପୁର, ୩/୯ : ହରଭଙ୍ଗା ବ୍ଲକ ବୀରନରସିଂହପୁରର କ୍ଲଷ୍ଟର ସ୍ତରୀୟ ସେମିନାର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଅର୍ଜୁନ କଅଁରଙ୍କ ନେତୃତ୍ୱରେ ସରକାରୀ ଉ.ପ୍ରା. ବିଦ୍ୟାଳୟ, ମଥୁରାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ କ୍ଲଷ୍ଟରର ୧୧ଟି ବିଦ୍ୟାଳୟରୁ ୧୫ ଜଣ ଶିକ୍ଷକ ଶିକ୍ଷୟତ୍ରୀ ନିଜ ନିଜ ସେମିନାର ପତ୍ର ପାଠ କରିଥିଲେ ।“ସୁସ୍ଥ ସମାଜ ଗଠନରେ ସାମାଜିକ,ଆବେଗିିକ ଓ ନୈତିକ ଶିକ୍ଷଣର ଭୂମିକା”ପ୍ରସଙ୍ଗରେ ସମସ୍ତେ Continue Reading
Odisha News
ଭୁବନେଶ୍ୱର, ୩/୯ : ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଅର୍ଚ୍ଚନା ନାଗ ଏବଂ ତାଙ୍କ ସ୍ୱାମୀ ଜଗବନ୍ଧୁ ନାଗ । ଅର୍ଚ୍ଚନାଙ୍କୁ ହତ୍ୟା ଉଦ୍ୟମ କରିଥିବା ନେଇ ଜଗବନ୍ଧୁଙ୍କ ନାଁରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଛି । ପୋଲିସ ଜଗବନ୍ଧୁଙ୍କୁ ଅଟକ ରଖିଥିବାବେଳେ ତାଙ୍କ ନିକଟରୁ ଏକ ଛୁରୀ ଜବତ କରାଯାଇଛି ।ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କ ମଧ୍ୟରେ ବର୍ତ୍ତମାନ ଛାଡ଼ପତ୍ର ମାମଲା ଜାରି ରହିଛି । ଉଭୟ ଭୁବନେଶ୍ୱରରେ ଅଲଗା ଅଲଗା ରହୁଛନ୍ତି । ତେବେ ଗତ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୨/୯ : ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଛଣଗିରି ସ୍ଥିତ ସାଇ ସୋନୁ ଅଳଙ୍କାର ଦୋକାନରୁ ଗତ ମାସ ୨୪ ତାରିଖ ଦିନ ୨ ଟା ସମୟରେ ୮ ଜଣ ଲୁଟେରା ଆସି ବନ୍ଧୁକ ଓ ବୋମା ଫୁଟାଇ ୧୧ କେଜି ୫୦୦ ଗ୍ରାମ ସୁନା ଓ ୫ କେଜି ରୂପା ଅଳଂକାର ପ୍ରାୟେ ସାଢେ଼ ୧୧ କୋଟି ଟଙ୍କାର ସୁନା ଓ ରୂପା ଅଳଂକାର ଲୁଟ କରି ନେବା […]Continue Reading
Odisha News
ଭୁବନେଶ୍ୱର,୨/୯: ଶିକ୍ଷକ ନିଯୁକ୍ତି ପାଇବାକୁ ଚାହୁଁଥିବା ଏବଂ ଚାକିରିରେ ଥିବା ଶିକ୍ଷକ ପଦୋନ୍ନତି ପାଇଁ ଆଶାୟୀ ଥିଲେ ଶିକ୍ଷକ ଯୋଗ୍ୟତା ପରୀକ୍ଷା (TET)ରେ କୃତକାର୍ଯ୍ୟ ହେବା ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ ସୋମବାର ରାୟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ TET ରାୟକୁ ନେଇ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ରାଜ୍ୟ ସରକାର ଏହାକୁ ତର୍ଜମା କରିବେ ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ସବୁ ଦିଗକୁ ବିଚାର Continue Reading
Odisha News
ମୟୂରଭଞ୍ଜଜିଲ୍ଲା , ୨/୯ : ଝାରସୁଗୁଡ଼ା ଜିଲ୍ଲାର ବହୁଚର୍ଚ୍ଚିତ ବେଲପାହାଡ଼ ମ୍ୟୁନିସିପାଲଟି ଦୁର୍ନୀତି ଘଟଣାରେ ପୂର୍ବତନ ନିର୍ବାହୀ ଅଧିକାରୀ ତଥା ମୟୂରଭଞ୍ଜଜିଲ୍ଲା ଜାମଦାର ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂଙ୍କୁ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗିରଫ କରିଛି।ବେଲପାହାଡ଼ ମ୍ୟୁନିସିପାଲଟି ଦୁର୍ନୀତି ଘଟଣାରେ ଇଓଡବ୍ଲ୍ୟୁ ପକ୍ଷରୁ ତଦନ୍ତ ଜାରି ରହିଛି। କେବଳ ପୂର୍ବତନ ନିର୍ବାହୀ ଅଧିକାରୀଙ୍କ ସମୟରେ ନୁହେଁ ବରଂ ଏବେର ନିର୍ବାହୀ ଅଧିକାରୀ ଗୌରବ Continue Reading
Odisha News
ଭୁବନେଶ୍ୱର, ୨/୯ : ଗତ କିଛି ଦିନ ହେବ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ମ୍ୟାମାର ଉପକୂଳ ଓ ସଂଲଗ୍ନବର୍ତ୍ତୀ ଉତ୍ତରପୂର୍ବ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ।ଆସନ୍ତା ୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି । ପ୍ରଭାବରେ ଉତ୍ତର ବଙ୍ଗୋପସାଗରରେ ଲୋ ପ୍ରେସରର ସମ୍ଭାବନା […]Continue Reading
Odisha News
ମାଲକାନଗିରି, ୧/୯: ଦୀର୍ଘ ୧୮ ଘଣ୍ଟା ପରେ ନଈ ମଝିରୁ ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର ହେଲେ ଯୁବକ । ଯୁବକଙ୍କୁ ଉଦ୍ଧାର କଲା ଛତିଶଗଡ଼ ପୋଲିସ ଓ ମୁତୟନ ହୋଇଥିବା CRPF । ମାଲକାନଗିରି ଜିଲ୍ଲା ମାଟାପାକା ପଞ୍ଚାୟତ କତାମାଟେରୁ ନିକଟସ୍ଥ ସାବେରୀ ନଦୀରୁ ଜଣେ ଫସିଥିବା ଯୁବକଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ସାବେରୀ ନଦୀର ପ୍ରଖର ସ୍ରୋତରେ ଯୁବକ ଜଣକ ଫସିଥିଲେ ।ଏନେଇ ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧/୯ : ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜିଲ୍ଲାସ୍ତରୀୟ ଜନଶୁଣାଣି ଶିବିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।ଜିଲ୍ଲାପାଳ ଶ୍ରୀ ଋତୁରାଜ ମାନ୍ୟବର ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମ୍ ପାଟି, ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଏବଂ ଜିଲ୍ଲା ଉନ୍ନୟନ ଦାୟିତ୍ୱରେ ଥିବା ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମଙ୍କ ଜିଲ୍ଲା Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର , ୧/୯ : ଆଜି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ।ବିଭାଗୀୟ ଅଧିକାରୀ ମାନେ ଏହି ଅଭିଯୋଗ ଗୁଡିକ ଯାଞ୍ଚ କରିବେ ଓ ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନଙ୍କର ଯଥାସମ୍ଭବ ସମସ୍ୟାର ସମାଧାନ କରାଯିବ Continue Reading