ଭୁବନେଶ୍ୱର, ୧୪/୩ : ରାଜ୍ୟ ସରକାରୀ କର୍ମଚାରୀ ପାଇଁ ଖୁସି ଖବର। ବଢ଼ିଲା ମହଙ୍ଗା ଭତ୍ତା। ସେମାନଙ୍କ ମହଙ୍ଗା ଭତ୍ତା ୪% ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।୪% ବୃଦ୍ଧି ସହିତ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪୬%ରୁ ୫୦%କୁ ବଢ଼ିଛି। ବର୍ଦ୍ଧିତ ମହଙ୍ଗା ଭତ୍ତା ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ। ଏହା ଦ୍ୱାରା ୪.୫ ଲକ୍ଷ କର୍ମଚାରୀ ଓ ୩.୫ ଲକ୍ଷ ପେନସନ୍ଭୋଗୀ ଉପକୃତ ହେବେ।ସୂଚନାଯୋଗ୍ୟ,ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ Continue Reading
ଭୁବନେଶ୍ବର, ୧୪/୩: ରାଜ୍ୟ ସରକାର ଆଜି ସର୍ବନିମ୍ନ ମଜୁରୀରେ ବୃଦ୍ଧି କରିଛନ୍ତି। ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି । ଚାରୋଟି ବର୍ଗ ଯଥା ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଅତ୍ୟନ୍ତ କୁଶଳୀ ଶ୍ରମିକ ଏହି ନିଷ୍ପତ୍ତି ଦ୍ବାରା ଉପକୃତ ହେବେ ।ଅଣକୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୩୫୨ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୩୯୨ ଟଙ୍କାରୁ ୫୦୦ ଟଙ୍କାକୁ, କୁଶଳୀ ଶ୍ରମିକ Continue Reading
ଢେଙ୍କାନାଳ, ୧୪/୩ : ଜଣେ ବ୍ୟବସାୟୀଙ୍କ ଗ୍ୟାରେଜକୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ବୋମାମାଡ଼ରେ ଗ୍ୟାରେଜରେ ଥିବା ୨ ଦୁଇଟି ଦାମୀ ଗାଡ଼ି ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ।ଗତକାଲି ବିଳମ୍ବିତ ରାତିରେ କାମାକ୍ଷାନଗରର ସାଇବିହାର ଲେନରେ ରହୁଥିବା ବ୍ୟବସାୟୀ ସରୋଜ ଭୂଷଣ ମହାନ୍ତିଙ୍କ ଗ୍ୟାରେଜକୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିଲେ। ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ Continue Reading
ଭୁବନେଶ୍ୱର,୧୪/୩: ଓଡିଶା ରାଜନୀତିର ଭାଗ୍ୟ ଝୁଲୁଛି ଏବେ ଦିଲ୍ଲୀରେ। ମେଣ୍ଟ ହେଉଛି ନା ହେଉନି? ଏହା ଉପରେ ଏବେ ସମସ୍ତଙ୍କର ନଜର। କୁହାଯାଉଛି, ଆସନ ବୁଝାମଣା ସରିଛି ହେଲେ ସ୍ପଷ୍ଟତା ଆସିବାକୁ ଏତେ ବିଳମ୍ବ କାହିଁକି? ନା ଆସନ ଭାଗବଣ୍ଟାକୁ ନେଇ କେଁ ରହିଛି? ଗତକାଲିି ଦିଲ୍ଲୀରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ତୁହାକୁ ତୁହା ବୈଠକ ବସିଛି। ହେଲେ ନିଷ୍କର୍ସ କଣ ବାହାରୁଛି କାହାକୁ ଜଣାନାହିଁ।ଯାହା ଖବର ଆସୁଛି ଯେ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ, ୧୩/୩: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ଠାରୁ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଜନସାଧାରଣମାନଙ୍କ ଗମନାଗମନ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ଗତ ୨୦୧୪ ମସିହାରେ ଫୁଲବାଣୀଠାରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଏକ ଶାଖା ପ୍ରତିଷ୍ଠା କରାଯାଇଥିଲା । ଶାଖା ପ୍ରତିଷ୍ଠା ହେବା ପରଠାରୁ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ବସ୍ ଚଳାଚଳ କରୁଥିଲା ।ଯାହା ଦ୍ଵାରା Continue Reading
ଭୁବନେଶ୍ବର, ୧୩/୩: ରାଜ୍ୟରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ନିୟୋଜିତ ହୋଇଥିବା କନିଷ୍ଠ ଶିକ୍ଷକ (ଯେଉଁମାନେ ଯୋଜନା ଭିତ୍ତିକ ପଦବୀରେ ୩ ବର୍ଷ କାର୍ଯ୍ୟ କରିସାରିଛନ୍ତି) ସେମାନଙ୍କର ବିଭିନ୍ନ ଦାବିକୁ ବିଚାରକୁ ନେଇ ସରକାର ତାଙ୍କ ମାସିକ ପାରିଶ୍ରମିକ ୧୩,୮୦୦ ପରିବର୍ତ୍ତେ ୨୦,୦୦୦ ଟଙ୍କା କରିବା ପାଇଁ ସ୍ଥିର କରିଛନ୍ତି । ଏହି ବୃଦ୍ଧି ପିଛିଲା ଭାବେ ତା.୦୧.୦୧.୨୦୨୩ ରିଖ ଠାରୁ ଲାଗୁ ହେବ ।ଏହା ଦ୍ୱାରା ରାଜ୍ୟର କାର୍ଯ୍ୟରତ Continue Reading
ଭୁବନେଶ୍ବର,୧୩/୩: ପଦ୍ମ ବିଜେତାଙ୍କୁ ମାସକୁ ମିଳିବ ୨୫ ହଜାର ଟଙ୍କା। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ଫକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ, ପଦ୍ମ ପୁରସ୍କାର ଦେଶର ଗୌରବମୟ ବେସାମରିକ ସମ୍ମାନ। ବିଭିନ୍ନ କ୍ଷେତ୍ରରେ ଦେଶକୁ ଗୌରବାନ୍ବିତ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନ ମିଳିଥାଏ। ପଦ୍ମ ପୁରସ୍କାରପ୍ରାପ୍ତ କୃତୀ ସନ୍ତାନମାନେ ସେମାନଙ୍କ ପ୍ରତିଭା ଓ ସେବା କାର୍ଯ୍ୟ ଦ୍ୱାରା Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୩/୩ : ନୟାଗଡ଼ ବିଜୁ ଜନତା ଦଳ ପକ୍ଷରୁ ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ବିଶାଳ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛିନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ନୟାଗଡ଼ ବ୍ଲକର ୨୯ ପଞ୍ଚାୟତ ଏବଂ ପୈାର ପରିଷଦର ୩ ହଜାରରୁ ଉର୍ଦ୍ଧ୍ୱ କର୍ମୀ ସାମିଲ ହୋଇଥିଲେ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜଣେ ସାହାସୀ ବ୍ୟକ୍ତିତ୍ୱ ଥିଲେ ।କଟକରୁ ପେସୱାର ସାଇକେଲରେ ଗସ୍ତ […]Continue Reading
ଭୁବନେଶ୍ବର, ୧୩/୩ : ମହାନଗର ନିଗମ, ମ୍ୟୁନିସିପାଲିଟି ଓ ବିଜ୍ଞପିତ ଅଞ୍ଚଳ ପରିଷଦର ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ ଭତ୍ତା ଓ ପାରିତୋଷିକ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ମହାନଗର ନିଗମମାନଙ୍କର ମେୟରମାନେ ପୂର୍ବରୁ ପାରିତୋଷିକ ଭାବରେ ୮ ହଜାର ଟଙ୍କା ପାଉଥିବା ବେଳେ ଏହାକୁ ସଂଶୋଧନ କରାଯାଇ ମାସିକ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଡେପୁଟି ମେୟରମାନଙ୍କ ପାରିତୋଷିକ ମାସିକ ୫ Continue Reading
ଭୁବନେଶ୍ବର, ୧୩/୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୩ଟି ଜିଲ୍ଲାରେ ୨୨ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଗଞ୍ଜାମର ଭଞ୍ଜନଗର ଏନଏସିକୁ ମୁନିସିପାଲିଟିକୁ ଉନ୍ନୀତ କରାଯିବା ବିଷୟ ଘୋଷଣା କରିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବୌଦ୍ଧ ଜିଲ୍ଲାର ମନମୁଣ୍ଡା, ପୁରୁଣା କଟକ ଓ ବାଉଁଶୁଣି, ବଲାଙ୍ଗୀରର ଲୋଇସିଂହା ଓ ସିନ୍ଧେକେଲା, ବରଗଡ଼ର ସୋହେଲା, ବାଲେଶ୍ବରର ବାଲିଆପାଳ ଓ ଖଇରା, ଭଦ୍ରକର ଧାମରା, ଢେଙ୍କାନାଳର ରାସୋଳ, ଜଗତସିଂହପୁରର Continue Reading




