ଭୁବନେଶ୍ୱର, ୧/୩ : ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ମୋଟ ୨୬ଜଣ ଆଇପିଏସ୍ଙ୍କର ବଦଳି ସହିତ ପଦବୀରେ ପରିବର୍ତ୍ତନ କରାଯାଇଛି । ଦୈତନଗରୀ କଟକ ଓ ଭୁବନେଶ୍ୱରର ଡିସିପିଙ୍କୁ ବଦଳି କରିଛନ୍ତି ସରକାର ।ଭୁବନେଶ୍ୱର ଡିସିପି ପିନାକ ମିଶ୍ରଙ୍କ ସ୍ଥାନରେ ଆସିଛନ୍ତି କଟକ ଡିସିପି ଜଗମୋହନ ମୀନା । ସେହିପରି କଟକର ନୂଆ ଡିସିପି ହୋଇଛନ୍ତି ଆଇପିଏସ୍ ଋଷିକେଶ ଦ୍ୟାନଦେଓ । ଏ ନେଇ ରାଜ୍ୟ ଗୃହ ବିଭାଗ […]Continue Reading
ସମ୍ବଲପୁର,୧/୩ : ମାର୍ଚ୍ଚ ୧ରୁ ସମଗ୍ର ରାଜ୍ୟରେ ରାଶନକାର୍ଡ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଠିକ୍ ଭାବେ ସର୍ଭେ କରି ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାଶନ କାର୍ଡ ପ୍ରଦାନ କରାଯିବ ବୋଲି ଖାଦ୍ୟ, ଯୋଗାଣ, ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।ଶୁକ୍ରବାର ସମ୍ବଲପୁର ସର୍କିଟ୍ ହାଉସ୍ରେ ଜିଲାସ୍ତରୀୟ ପ୍ରଶାସନିକ ସମୀକ୍ଷା ବୈଠକ ପରେ ଅପରାହ୍ନରେ ଖବରଦାତାଙ୍କୁ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧/୩ : ବଲାଙ୍ଗିର ଜିଲ୍ଲାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଜିଲ୍ଲାର ରାଜସ୍ଵ ସମ୍ପର୍କିତ କାର୍ଯ୍ୟର ସମୀକ୍ଷା କରିଛନ୍ତି।ସ୍ଥାନୀୟ ଡିଏଫଓ ସମ୍ମିଳନୀ କକ୍ଷଠାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓ,ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଜିଲ୍ଲାପାଳ ଗୌରୱ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧/୩ : ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ୩ ଜଣ ଡେପୁଟି କଲେକ୍ଟର ଶାଶ୍ୱତ ପ୍ରଧାନ, ସୂଚରିତା ମୁଗ୍ରୀ ଏବଂ ବବିତା ମିଶ୍ର ଙ୍କୁ ଅନ୍ୟତ୍ର ବଦଳି ହୋଇଥିବାରୁ ଆଜି ସନ୍ଧ୍ୟା ରେ ଆୟୋଜିତ ଏକ ବିଦାୟ କାଳୀନ ସଭା ଜ଼ିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଆୟୋଜନ କରାଯାଇ ଅଧିକାରୀ ମାନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ପ୍ରଦାନ କରାଯାଇଛି ।ଏଥିସହ ବିଦାୟୀ ଡେପୁଟି କଲେକ୍ଟର ଅବସ୍ଥାପିତ ହୋଇଥିବା ନୂତନ ଯାଗାରେ […]Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧/୩ : ବଲାଙ୍ଗିର ସଦରମହକୁମା ସ୍ଥିତ କୋଶଳ କଳା ମଣ୍ଡଳ ପଡିଆରେ ଆରମ୍ଭ ହୋଇଛି ସୁଭଦ୍ରା ଶକ୍ତି ମେଳା।ଜିଲ୍ଲାପାଳ ଗୌରୱ ଶୀୱାଜୀ ଇସଲୱାର ଏହି ମେଳାର ଉଦଘାଟନ କରିଥିଲେ।ସାତ ଦିନ ବ୍ୟାପି ହେବାକୁ ଥିବା ଏହି ମେଳାରେ ୧୫୦ ଷ୍ଟଲରେ ରାଜ୍ୟ ସାରା ବିଭିନ୍ନ ପ୍ରକାର ଦ୍ରବ୍ୟ ବିକ୍ରି ହେବ।୨୮ ଫେବୃଆରୀ ଠାରୁ ୬ ମାର୍ଚ୍ଚ ପର୍ଯ୍ୟନ୍ତ କୋଶଳ କଳା ମଣ୍ଡଳ ପଡିଆରେ ସୁଭଦ୍ରା ଶକ୍ତି ମେଳା – ୨୦୨୫ ଆୟୋଜିତ […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୮/୨: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୬ ତମ ବାର୍ଷିକ ତେର ଶମ୍ଭୁ ମିଳନ ଉତ୍ସବ ଆସନ୍ତା ଏପ୍ରିଲ ମାସ ୬ ତାରିଖ ରବିବାର ଦିନ ଆୟୋଜିତ କରିବା ସମିତି ତରଫରୁ ବିଧିବଦ୍ଧ ଭାବେ ହେବା ପାଇଁ ସ୍ଥିର କରାଯାଇଛି ।ଏହି ପରିପ୍ରେକ୍ଷୀରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ଶ୍ରୀଶ୍ରୀଶ୍ରୀ ମା’ ପାଟଖଣ୍ଡା ଙ୍କ କୃପା ଭିକ୍ଷା ଲାଭ କରିବା ପାଇଁ ପଞ୍ଚୁଦଣ୍ଡ ପରିଚାଳନା Continue Reading
କୋରାପୁଟ,୨୮/୨: ମାଣ୍ଡିଆ ଚାଷୀଙ୍କ ପାଖରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରାପଡ଼ିଲେ କୁନ୍ଦୁଲି ଲ୍ୟାମ୍ପସ ମ୍ୟାନେଜର ସତ୍ୟରଞ୍ଜନ ଚାଲାଣ ହୋଇଛନ୍ତି। ଶୁକ୍ରବାର କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକ କୁନ୍ଦୁଲି ଲ୍ୟାମ୍ପର ଦାୟିତ୍ୱରେ ଥିବା ସତ୍ୟରଞ୍ଜନ ଚାଲାଣ ଜଣେ ଚାଷୀଙ୍କ ପାଖରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିଲେ।ଚାଲାଣ ମାଣ୍ଡିଆ କିଣିବାକୁ ବସ୍ତା ପିଛା ୪୫ ଟଙ୍କା ନେବାକୁ କହିଥିଲେ। ଏହିପରି ଭାବେ ୧୧୭ ବସ୍ତା ପାଇଁ ୩ Continue Reading
ଭୁବନେଶ୍ୱର,୨୮/୨ : ଦୁନିଆର ରଙ୍ଗମଞ୍ଚରେ ଅଭିନୟ ସାରି ବାହୁଡ଼ି ଯାଇଛନ୍ତି ଓଡ଼ିଆ ସିନେମା ଜଗତର ବର୍ଷୀୟାନ ଅଭିନେତା ଉତ୍ତମ ମହାନ୍ତି । ପଞ୍ଚଭୂତରେ ବିଲୀନ ହୋଇଛି ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର । ଭୁବନେଶ୍ୱରର ସ୍ଥିତ ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବା ପରେ ତାଙ୍କ ପୁଅ ବାବୁସାନ୍ ମହାନ୍ତି ମୁଖାଗ୍ନି ଦେଇଛନ୍ତି ।୯୦ ଦଶକର କିମ୍ବଦନ୍ତୀ ନାୟକ ଉତ୍ତମ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୮/୨ : ବୌଦ୍ଧରେ ମାସିକ ସଡକ ସୁରକ୍ଷା ସମୀକ୍ଷା ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆଞ୍ଚଳିକ ପରିବହନ ଅଧିକାରୀ ଶିଶିର କୁମାର ସାହୁ ଦୁର୍ଘଟଣା ରୋକିବା ପାଇଁ ନିଜ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।ବାରମ୍ବାର ସମୀକ୍ଷା ସହିତ ଦୁର୍ଘଟଣା ରୋକିବା ଦିଗରେ ବ୍ୟାପକ ସଚେତନତା ଫଳରେ ଜିଲାରେ ଦୁର୍ଘଟଣା ସଂଖ୍ୟା କମିଥିଲେ ମଧ୍ୟ ଯେପରି Continue Reading
ଭୁବନେଶ୍ୱର, ୨୮/୨ : ଓଡ଼ିଆ ସିନେ ଜଗତର ଦିଗ୍ଗଜ ଅଭିନେତା ଉତ୍ତମ ମହାନ୍ତି ଇହଲୀଳା ସମ୍ବରଣ କରିଛନ୍ତି । ସାରା ରାଜ୍ୟବାସୀଙ୍କ ମଧ୍ୟରେ ଦୁଃଖର ବାତାବରଣ ଖେଳିଯାଇଛି । ସେପଟେ ଉତ୍ତମଙ୍କୁ ଝୁରୁଛି ଓଲିଉଡ୍ ।ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଶୋକ ପ୍ରକାଶ କରିଛନ୍ତି । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଉତ୍ତମ ଶେଷ କୃତ୍ୟ ସମ୍ପନ୍ନ ପାଇଁ ସରକାର ଘୋଷଣା କରିଛନ୍ତି ।ମୁଖ୍ୟମନ୍ତ୍ରୀ ତାଙ୍କ ଶୋକ Continue Reading




