Home Posts tagged ODISHA (Page 166)
Odisha News
ଭୁବନେଶ୍ୱର, ୮/୭: ଯେଉଁ ଦାୟିତ୍ୱ ମିଳିଛି ତାହା କେବଳ ମୋର ନୁହେଁ ବରଂ ସାରା ଓଡ଼ିଶାର କାର୍ଯ୍ୟକର୍ତ୍ତାମାନଙ୍କର । କାର‌୍ୟ୍ୟକର୍ତ୍ତା ପରିଶ୍ରମ ନ କରିଥିଲେ ଆମେ ସାଇନ ବୋର୍ଡ ପାର୍ଟିରୁ ସରକାରୀ ଦଳରେ ପହଁଚି ପାରିନଥାଆନ୍ତୁ ।ଏ ହେଉଛି ଏମିତିକି ଏକ ଦଳ ଜଣେ ଚା ବିକାଳୀ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତି, ଜଣେ ଶିଶୁ ମନ୍ଦିରର ଶିକ୍ଷକ ମୁଖ୍ୟମନ୍ତ୍ରୀ ହୁଅନ୍ତି ଏବଂ ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ସର୍ବୋଚ୍ଚ ଦାୟିତ୍ୱ ନେଇପାରେ ବୋଲି ସଭାପତି ଭାବେ ଚତୁର୍ଥ Continue Reading
Odisha News
ଭୁବନେଶ୍ୱର,୮/୭ : ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ମଙ୍ଗଳବାର ଷ୍ଡିଅରିଂ ଛାଡ଼ ଆନ୍ଦୋଳନ କରାଯିବ। ୬ ଦଫା ଦାବିରେ ଏହି ଅନ୍ଦୋଳନ ଡାକରା ଦିଆଯାଇଛି। ଅଟୋ ଡ୍ରାଇଭରମାନଙ୍କୁ ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଆଣ୍ଡ୍ ଓ୍ବାର୍କର୍ସ ଓ୍ବେଲ୍‌ଫେୟାର ବୋର୍ଡରେ ସାମିଲ କରିବାକୁ ମଞ୍ଚ ଦାବି କରିଛି।ଏଥିସହ ଜନସାଧାରଣଙ୍କ ଆକ୍ରୋଶରେ ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ, ବୃତ୍ତିଗତ ଡ୍ରାଇଭରଙ୍କୁ ୬୦ବର୍ଷ ବୟସ ପରେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୭/୭ : ବିଗତ ୨୦୨୪ ସାଧାରଣ ନିର୍ବାଚନରେ ବୌଦ୍ଧରୁ ନିର୍ବାଚିତ ବିଜେପି ବିଧାୟକ ଦାଖଲ କରିଥିବା ସତ୍ୟପାଠରେ ଅନେକ ଅନିୟମିତତା ଅଛି ।. ସେ ଦାଖଲ କରିଥିବା ସତ୍ୟପାଠରେ ତାଙ୍କନାମରେ ସର୍ବମୋଟ ୦୫ଟି କେଶ ଥିବା ଉଲ୍ଲେଖ ଥିବା ବେଳେ ୨୦୧୭ ମସିହା ପଂଚାୟତ ନିର୍ବାଚନସମୟରେ ୦୮ନମ୍ବର ଜୋନର ବିଜେପି ଜିଲ୍ଲାପରିଷଦ ପ୍ରାର୍ଥୀ ହନୁମାନ ବେହେରା ୨୦/୦୨/୨୦୧୯ ରିଖ ଭବାନୀପାଟଣା ଠାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ, ୭/୭ : ମାଓ ବିରୋଧୀ ଅଭିଯାନରେ କନ୍ଧମାଳ ପୁଲିସକୁ ମିଳିଛି ଆଉ ଏକ ସଫଳତା। ପୁଲିସ ନିକଟରେ ଆତ୍ମସମର୍ପଣ କଲେ ଦୁଇ ମହିଳା କ୍ୟାଡରଙ୍କ ସମେତ ତିନି ଜଣ ହାର୍ଡକୋର ମାଓବାଦୀ।ଏନେଇ ସୋମବାର କନ୍ଧମାଳ ଜିଲ୍ଲା ପୁଲିସ ମୂଖ୍ୟାଳୟରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନିତିନ ଶେଖର। ଆତ୍ମସମର୍ପଣ କରିଥିବା ମାଓବାଦୀ ମାନେ ହେଲେ ବିଜିଏନ ସଙ୍ଗଠନର ଡିଭିଜନାଲ କମିଟି ମେମ୍ବର ମାଦେ ବେତି ଓରଫ ଚମ୍ପା, କେକେବିଏନ Continue Reading
Odisha News
ଭୁବନେଶ୍ୱର,୭/୭: ରାଜ୍ୟ ଭାଜପା ସଭାପତି ପଦ ପାଇଁ ସୋମବାର ନାମାଙ୍କନ ଭରିଛନ୍ତି ମନମୋହନ ସାମଲ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଫଳରେ ସେ ପୁଣି ଥରେ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ସମ୍ଭାବନା ଉଜ୍ଜ୍ବଳ ହୋଇଛି।ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ଡ. କେ. ଲକ୍ଷ୍ମଣଙ୍କ ନିର୍ଦ୍ଦେଶାନୁଯାୟୀ ସୋମବାର ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ନାମାଙ୍କନ ସମ୍ପର୍କିତ ଆପତ୍ତି ଅଭିଯୋଗର Continue Reading
Odisha News
ଭୁବନେଶ୍ୱର, ୭/୭ : ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ରାଜ୍ୟସ୍ତରୀୟ ୭୬ତମ ବନ ମହୋତ୍ସବ ଆୟୋଜିତ ହୋଇଛି । ପୁରୁଣା ଭୁବନେଶ୍ୱରସ୍ଥିତ ଭକ୍ତକବି ମଧୁସୂଦନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଛନ୍ତି । ପରିବେଶର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ, ହେଲେ କ୍ଷୋଭର ବିଷୟ ଜଙ୍ଗଲ ନଷ୍ଟ ହେଉଛି ବୋଲି ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ।ଏହି Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ, ୬/୭ : ନୟାଗଡ ଜିଲ୍ଲାର ବିଭିନ୍ନ ଥାନାରେ ଗୃହରକ୍ଷୀ ନିଯୁକ୍ତି ପାଇଁ ଜିଲ୍ଲା ଏସପି ତଥା ସମାଦେଷ୍ଟା ଙ୍କ ଦସ୍ତଖତରେ ଜିଲ୍ଲା ଗୃହରକ୍ଷୀ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୪୯ ତା ୦୫.୦୫.୨୦୨୪ରିଖରେ ପ୍ରକାଶିତ ବିଜ୍ଞାପନ ସର୍ତ୍ତାବଳୀ ଗୁଡିକୁ ଖୋଲା ଉଲ୍ଲଙ୍ଘନ କରାଯାଇ ମନଇଛା ନିଯୁକ୍ତି ଦିଆଯାଇଛି ବୋଲି ବରିଷ୍ଠ ଆଇନଜୀବୀ ତଥା ନୟାଗଡ ବିଧାନସଭା କଂଗ୍ରେସ ପ୍ରାର୍ଥୀ ଶ୍ରୀ ରଣଜିତ ଦାଶ ଅଭିଯୋଗ କରିଛନ୍ତି ।ଗୃହରକ୍ଷୀ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୬/୭: କନ୍ଧମାଳ ଜିଲା ବାଲିଗୁଡାରେ ରବିବାର ସୁନାବେଶରେ ଝଲସିଛନ୍ତି ମହାବାହୁ। ଏହି ଅପରୂପ ଦୃଶ୍ୟ ଦେଖିବାକୁ ରବିବାର ସନ୍ଧ୍ୟାରେ ରଥ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।ଆଷାଢ଼ ଶୁକ୍ଲ ଏକାଦଶୀ ତିଥିରେ ଆଜି ରଥ ଉପରେ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରାଙ୍କୁ ସୁନାବେଶ କରାଯାଇଥିଲା। ଦାରୁବ୍ରହ୍ମଙ୍କ ବେଶ ମଧ୍ୟରେ ସୁନାବେଶ ସବୁଠାରୁ ଅଧିକ ମନ ମୁଗ୍ଧକର ହୋଇପାରି ଥିଲା।ରଥ ଉପରେ Continue Reading
Odisha News
ପୁରୀ, ୬/୭ : ଧାର୍ଯ୍ୟ ନୀତି ନିର୍ଘଣ୍ଟ ପୂର୍ବରୁ ଅପରାହ୍ନ ୪.୪୫ ଠାରୁ ମହାପ୍ରଭୁଙ୍କ ଦିବ୍ୟ ଓ ଭବ୍ୟ ସୁନାବେଶ ଆରମ୍ଭ ହୋଇଛି। ଦୁର୍ଲଭ ବଡ଼ ତଢ଼ାଉ ବେଶ ବା ସୁନାବେଶରେ ଚତୁର୍ଦ୍ଧାମୂର୍ତ୍ତି ରଥ ଉପରେ ଦର୍ଶନ ଦେଉଛନ୍ତି। ଶ୍ରୀଜିଉମାନେ ରବିବାର ରାତି ୧୧ଟା ଯାଏଁ ସୁନାବେଶରେ ଦର୍ଶନ ଦେବେ। ଶ୍ରୀକ୍ଷେତ୍ରରେ ପ୍ରବଳ ଜନସମାଗମ ହୋଇଛି।ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ପ୍ରତିଟି ଗଳିକୁ ସିଲ୍ କରିଦିଆଯାଇଛି। ପାସ୍‌ଧାରୀଙ୍କ ଗାଡ଼ି ବି ଛଡ଼ା ଯାଉନି। ଏକାଧିକ Continue Reading
Odisha News
ସମ୍ବଲପୁର, ୬/୭ : ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି । ରବିବାର ସକାଳେ ୧୨ ଟି ଗେଟ ଖୋଲାଯାଇଥିଲା। ଆଉ ଏବେ ୮ ଟି ଗେଟ୍ ଖୋଲାଯିବାରେ ସମୁଦାୟ ୨୦ ଗେଟ ଦେଇ ଜଳ ନିଷ୍କାସିତ ହେଉଛି।ପରେ ପର୍ଯ୍ୟାୟକ୍ରମେ ଅନ୍ୟ ଗେଟ୍ ସବୁ ଖୋଲାଯିବ ବୋଲି ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ଡ୍ୟାମକୁ ୨, ୭୪, ୫୦୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବଳେ, ଡ୍ୟାମରୁ ୧, ୭୮, ୫୦୦ କ୍ୟୁସେକ […]Continue Reading