କେନ୍ଦୁଝର, ୨୦/୯: ଗୁରୁବାର ବିଳମ୍ବିତ ରାତିରେ ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏପରି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଘଷିପୁରା ସ୍ଥିତ ଝଈଓ ବ୍ୟାଙ୍କରେ ଘଟିଛି । ନିଆଁର ପ୍ରଭାବରେ ବ୍ୟାଙ୍କରେ ଥିବା ସମସ୍ତ ଜିନିଷ ଓ ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଯାଇଛି ।ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ଘଷିପୁରା ସ୍ଥିତ ଝଈଓ ବ୍ୟାଙ୍କରୁ ଧୂଆଁ ବାହାରୁଥିବାର ସ୍ଥାନୀୟ ଲୋକ ଦେଖି ଶାଖା ପରିଚାଳକଙ୍କୁ ଖବର ଦେଇଥିଲେ । ଧୀରେ ଧୀରେ ନିଆଁ […]Continue Reading

କେନ୍ଦୁଝର, ୧୨/୯ : ଆଜି ୧୨ ଘଣ୍ଟିଆ ତେଲକୋଇ ବନ୍ଦ ଡାକରା ଦିଆଯାଇଛି। ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ କରି ବନ୍ଦ ପାଳନ କରୁଛି ଚକଧର ସମନ୍ୱୟ ସମିତି। ସମିତି ପକ୍ଷରୁ ୪୯ନଂ ଜାତୀୟ ରାଜପଥର ଜଗମୋହନପୁର ଠାରେ ରାସ୍ତା ଅବରୋଧ କରାଯାଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ମୋଟର ଅଟକି ରହିଛି। ବନ୍ଦ ଯୋଗୁ ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି।ମୋହନ ମାଝୀ ସରକାରଙ୍କ ପ୍ରଥମ ବଜେଟରେ […]Continue Reading

ବେତନଟୀସଦର/ଭଦ୍ରକ/କେନ୍ଦୁଝର/ଭୁବନ, ୧୭/୮ : ରାଜ୍ୟର ଭିନ୍ନଭିନ୍ନ ସ୍ଥାନରେ ଆଜି ଅପରାହ୍ଣରେ ବଜ୍ରାଘାତ ହୋଇଛି। ବଜ୍ରାଘାତରେ ଚାଷୀ ଦଂପତି ଓ ନାବାଳକ ସମେତ ମୋଟ ୪ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ତିନି ଜଣ ଆହତ ଥିବା ଜଣାପଡ଼ିଛି। ମୃତକମାନେ ହେଲେ ଲଛମନ ମୁର୍ମୁ (୪୫), ତାଙ୍କ ପତ୍ନୀ ଶାକର ମୁର୍ମୁ(୩୫), ହରିହର ବେହେରା (୬୧), ଜଣେ ଯୁବକ ଓ ଅନ୍ୟ ଜଣେ ନାବାଳକ।ସୂଚନା ଅନୁସାରେ ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ମେର୍ଦ୍ଦା ପଞ୍ଚାୟତର ସିଙ୍ଗାରପୁର Continue Reading
ହରିଚନ୍ଦନପୁର, ୧୧/୮ : : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କୁଲାଢ଼ାଙ୍କୁଣି ଗାଁରେ ନିକଟରେ ପୁଲିସ ଉପରକୁ ଗୋରୁ ମାଫିଆଙ୍କ ଗୁଳିମାଡ଼ ହୋଇଥିବାର ଖବର ମିଳିଛି। ଏଣେ ପୁଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳିଚାଳନା କରାଯାଇଥିଲା। ଏଥିରେ ଆରିଫ ଖାନ୍ ନାମକ ଜଣେ ଗୋରୁ ମାଫିଆ ଗୁରୁତର ହୋଇଛନ୍ତି। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।ସୂଚନା ଅନୁଯାୟୀ, ଗତ ବିଳମ୍ବିତ ରାତିରେ କୁଲାଢ଼ାଙ୍କୁଣି ଗାଁରେ Continue Reading

କେନ୍ଦୁଝର, ୪/୮: ପ୍ରସିଦ୍ଧ ଶୈବପୀଠ କେଦାରନାଥରେ ୪ଦିନ ଧରି ଫସିଥିବା ୪ ଜଣ ଓଡ଼ିଆ ଶ୍ରଦ୍ଧାଳୁ ରବିବାର ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର ଏହି ୪ ଜଣ ଶିବଭକ୍ତଙ୍କୁ ଭୀମତାଲରୁ ହେଲିକପ୍ଟର ଯୋଗେ ସେନାର ଯବାନମାନେ ଉଦ୍ଧାର କରିଛନ୍ତି। ଉଦ୍ଧାର ବ୍ୟକ୍ତିମାନେ ହେଲେ କାର୍ତ୍ତିକେଶ୍ବର ଖିଲାର, ସଦାନନ୍ଦ ସାହୁ, ମହେଶ୍ୱର ପ୍ରଧାନ ଓ ଋଷିନାଥ ମହାନ୍ତ।ସୂଚନା ଅନୁସାରେ ଉତ୍ତରାଖଣ୍ଡର ପ୍ରସିଦ୍ଧ ଶୈବପୀଠ କେଦାରନାଥରେ ଜଳାଭିଷେକ Continue Reading
ହାଟଡିହି, ୩୧/୭: ଟ୍ରାକ୍ଟର୍ ଓଲଟି ବଡ଼ବାପା ମୃତ ଏବଂ ପୁତୁରା ଗୁରୁତର। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ଥାନା ଢେଙ୍କା ପଞ୍ଚାୟତର ଝଣଝଣା ନିକଟରେ। ଗତକାଲି ବିଳମ୍ବିତ ରାତିରେ ମୋଟରଗାଡିଆର ବିଜୟ କୁମାର ନାଏକ ନିଜ ପୁତୁରା କ୍ଷୀରୋଦ କୁମାର ନାଏକଙ୍କ ସହ ଜମିରୁ ଚାଷ ସାରି ଫେରୁଥିବା ବେଳେ ଝଣଝଣା ନିକଟରେ ଟ୍ରାକ୍ଟର୍ ଓଲଟି ପଡ଼ିଥିଲା। ଫଳରେ ବିଜୟ ଏବଂ କ୍ଷୀରୋଦ ଟ୍ରାକ୍ଟର୍ ତଳେ ଚାପି ହୋଇ ରହିଥିଲେ।ସ୍ଥାନୀୟ ଲୋକେ […]Continue Reading

ଆନନ୍ଦପୁର,୧୯/୭: ଜଣେ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ଜିଲା ସାଇଁକୁଳ ମେଡିକାଲ ଅଫିସର ଡା ରଂଜିତ କୁମାର ରାଉତ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଅଧିକାରୀ ଡା ରଂଜିତଙ୍କଠାରୁ ୨୦ ହଜାର ଲାଞ୍ଚ ଟଙ୍କା ଜବତ କରିଛନ୍ତି।ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରି ଡାକ୍ତରଙ୍କୁ ଗିରଫ କରି ଅଧିକ ତଦନ୍ତ ଚଲାଇଛି। ଏପରିକି ଭିଜିଲାନ୍ସ ଟିମ୍ ଡାକ୍ତରଙ୍କ ଅଫିରରେ ମଧ୍ୟ ତଦନ୍ତ ଜାରି ରଖିଥିବା ଜଣାପଡିଛି।Continue Reading

କେନ୍ଦୁଝର,୨୪/୬: ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ନିଜ ଜିଲା କେନ୍ଦୁଝରକୁ ଦୁଇ ଦିନିଆ ଗସ୍ତରେ ଆସି ସୋମବାର ଦ୍ୱିତୀୟ ଦିନରେ ନିଜ ଜନ୍ମମାଟିରେ ପାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ହେଲିକପ୍ଟର ଯୋଗେ କେନ୍ଦୁଝରରୁ ପୂର୍ବାହ୍ନ ପ୍ରାୟ ୧୦.୩୦ରେ ବାହାରି ସଦର ବ୍ଲକ ରାଇକଳା, ତାଙ୍କ ଜନ୍ମ ଗ୍ରାମରେ ଓହ୍ଲାଇଥିଲେ।ତାଙ୍କୁ ଦର୍ଶନ କରିବାକୁ ଏବଂ ସ୍ବାଗତ ଜଣାଇବାକୁ ହଜାର ହଜାର ସଂଖ୍ୟାରେ ଆଖପାଖ ଅଞ୍ଚଳର ଲୋକ ରୁଣ୍ଡ ହୋଇଥିଲେ। ସତେ ଯେପରି Continue Reading
କେନ୍ଦୁଝର, ୧୩/୫: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ରେଳ ଷ୍ଟେସନ ନିକଟସ୍ଥ ରେଳ ଧାରଣା ଉପରୁ ହରିଚନ୍ଦନପୁର ବ୍ଲକ ଏବିଡିଓ ବିଧୁଭୂଷଣ ଜେନାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ମୃତ୍ୟୁର କାରଣ ଜଣାପଡ଼ି ନଥିବା ବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।ଆଜି ସକାଳେ ସ୍ଥାନୀୟ ଲୋକେ ମୃତଦେହକୁ ପୁଲିସ୍କୁ ଖବର ଦେଇଥିଲେ। ଖବର ପାଇଁ ଘଟଣାସ୍ଥଳରେ ରେଳବାଇ ପୁଲିସ ଓ ହରିଚନ୍ଦନପୁର ଥାନା ପୁଲିସ ପହଞ୍ଚି ଥିଲେ। ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ Continue Reading
କେନ୍ଦୁଝର, ୧୮/୩: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଶୁଆକାଟିସ୍ଥିତ ଓଏମ୍ସି ଖଣିରୁ କେନ୍ଦୁଝର ସଦର ବ୍ଲକ୍ ଗୋହାଲଡିହି ରେଳସାଇଡିଂ ପର୍ୟ୍ୟନ୍ତ ରେଳପଥ ସଂଯୋଗୀକରଣକୁ ବିରୋଧ କରି ଆଜି ଟ୍ରକ ମାଲିକ ସଂଘ ପକ୍ଷରୁ ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରା ଦିଆଯାଇଛି।ବନ୍ଦକୁ ୧୫ ସଂଗଠନ ପକ୍ଷରୁ ସମର୍ଥନ ଦିଆଯାଇଛି। ତେବେ ବନ୍ଦରୁ ଆମ୍ବୁଲାନ୍ସ, ଅଗ୍ନିଶମ, କ୍ଷୀରଗାଡ଼ି, ସ୍କୁଲ ଓ କଲେଜ ବସ୍ ସମେତ ଜରୁରୀ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି। କେନ୍ଦୁଝର ଷ୍ଟେସନରେ Continue Reading