ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୨/୭: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଭାରତର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ତଥା ନବ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟୀ ଉତ୍ସବ ଜିଲ୍ଲା ବିଜେପି ଏବଂ ବିଜେଡି ପକ୍ଷରୁ ଭିନ୍ନ ଭିନ୍ନ ଭାବେ ପାଳିତ ହୋଇ ଯାଇଛି ।ଦେଶ ସ୍ବାଧୀନତାର ୭୫ ତମ ବର୍ଷରେ ଆଜି ଓଡ଼ିଆକୁ ମିଳିଛି ବଡ଼ ସମ୍ମାନ, ଯାହାକି , ଦେଶ ପାଇଁ ଆଜି ଏକ ବଡ ଗର୍ବ ଓ ଗୌରବର ବିଷୟ […]Continue Reading
ଗଜପତି: ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ବୁଷ୍ଟର ଡୋଜ ଟୀକାକରଣ ଓ କୋଭିଡ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଣେଶ କୁମାର ରାଜୁଙ୍କ ରିପୋର୍ଟପ ଗଜପତି,୨୦/୭: ପାରଳାଖେମୁଣ୍ଡି ସ୍ଥିତ ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ” ଠାରେ ଆଜି ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ୱତନ୍ତ୍ର ଭାବେ ଭିନ୍ନକ୍ଷମ ଭାଇ ଭଉଣୀ ମାନଙ୍କ ପାଇଁ କୋଭିଡ ବୁଷ୍ଟର ଡୋଜ ଟୀକାକରଣ ଓ କୋଭିଡ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଅନୁଷ୍ଠିତ କୋଭିଡ ସଚେତନତା କାର୍ଯ୍ୟକ୍ରମରେ ସମର୍ଥ ଭିନ୍ନକ୍ଷମ ଅନୁଷ୍ଠାନର ଜିଲ୍ଲା ସମ୍ପାଦକ ଶ୍ରୀ ସନ୍ତୋଷ କୁମାର Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୯/୭ : ବିବେକାନନ୍ଦ କନ୍ୟାକୁମାରୀ କେନ୍ଦ୍ର ପାରଳାଖେମୁଣ୍ଡି ଶାଖା ତରଫରୁ ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କେନ୍ଦ୍ରର ସଂଯୋଜକ ଶ୍ରୀ ଭାଗବତ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଶାଖାର ସଂଚାଳକ ଶ୍ରୀଯୁକ୍ତ ନିଲାକ୍ଷୀ ଯୋଗଦାନ କରିଥିବା ବେଳେ ସରସ୍ବତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୭/୭: ଲଗାଣ ବର୍ଷା ଯୋଗୁଁ ପାହାଡରୁ ଖସିଲା ମାଟି ଅତଡ଼ା । ଏଥିରୁ ଅଳ୍ପକେ ବର୍ତ୍ତୀ ଯାଇଛି ଗାଁ ଲୋକଙ୍କ ଜୀବନଏଭଳି ଘଟଣା ଦେଖା ଦେଇଛି , ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ କଳାକୋଟ ପଞ୍ଚାୟତର ପାହାଡ଼ ଘେରା ଜଙ୍ଗଜଙ୍ଗଲ ଗ୍ରାମରେ ।ଗତକାଲି ଠାରୁ ଏ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଏମିତିକି ଆଜି ସକାଳ ପର୍ଯ୍ୟନ୍ତ ଏହି ବର୍ଷାର ପରିମାଣ କମି […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୭/୭ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଏବଂ ଗଜପତି ଜିଲ୍ଲା ଓ ଦୌରାଜଜ ତଥା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା କାଶିନଗର ବ୍ଲକ ଅନ୍ତର୍ଗତ ଅଲଡା ଗ୍ରାମ ସ୍ଥିତ ଆଦର୍ଶ ବିଦ୍ୟାଳୟ ପରିସରରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟତଃ , ଏହି ଆଇନ ସଚେତନତା କାର୍ଯ୍ୟକ୍ରମ ଶିଶୁ ଓ କିଶୋର ନ୍ୟାୟ […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୪/୭ : ପାରଳାଖେମୁଣ୍ଡି ନିକଟସ୍ଥ ଗଜପତି ଜିଲ୍ଲା ଗୋସାଣୀ ବ୍ଲକର ରାଜ ସୀତାପୁର ସ୍ଥିତ ସେଞ୍ଚୁରିଅନ ୟୁନିଭରସିଟି (ସିୟୁଟିଏମ)ର ଏମଏସ ସ୍ୱାମୀନାଥନ ସ୍କୁଲ ଅଫ ଏଗ୍ରିକଲଚର ଅଧିନସ୍ଥ ସ୍କୁଲ ଅଫ ଫିସରିଜ ପକ୍ଷରୁ ଜାତୀୟ ଫିସ-ଫାର୍ମର୍ସ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ସ୍କୁଲ ଅଫ ଫିସରିଜ ପକ୍ଷରୁ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ ଭାରତ ସରକାରଙ୍କ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୦/୭ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଆଜି ଚତୁର୍ଦ୍ଧା ମୂର୍ତ୍ତି ତଥା ଶ୍ରୀଜୀ ମାନଙ୍କ ବଡ଼ ଦେଉଳ ତଥା ଶ୍ରୀମନ୍ଦିର ଅଭିମୁଖେ ପବିତ୍ର ବାହୁଡା଼ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି ।ରତ୍ନ-ବେଦୀରୁ ଲିଳାଖେଳ ସାରି ପୁଣି ରତ୍ନ ବେଦୀ ତଥା ଶ୍ରୀମନ୍ଦିରକୁ ବାହୁଡୁଛନ୍ତି ବଡ ଠାକୁର ।ଦୀର୍ଘ ନଅ ଦିନର ଯାତ୍ରା ପରେ ବଡ ଦେଉଳକୁ ଫେରୁଛନ୍ତି , କାଳିଆ ସାଆନ୍ତା , ସାଙ୍ଗରେ ଅଛନ୍ତି-ବଡଭାଇ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୬/୭: ଗଜପତି ଜିଲ୍ଲାର ଆଦିବାସୀ ବହୁଳ ରାୟଗଡ ବ୍ଲକର ତଥା ପୁରାଣ ପ୍ରସିଦ୍ଧ ଐତିହାସିକ ଶୈବପୀଠ ପବିତ୍ର ମହେନ୍ଦ୍ରଗିରିର ପାଦଦେଶରେ ଥିବା ଜିରାଙ୍ଗ ଗ୍ରାମ ସ୍ଥିତ ବଳଦେବ ଜୀଉଙ୍କ ମନ୍ଦିର ଠାରେ ପବିତ୍ର ରଥଯାତ୍ରାର ହେରାପଞ୍ଚମୀ ଦିନରେ ମଙ୍ଗଳବାର ଅତ୍ୟନ୍ତ ନିଆରା ଢଙ୍ଗରେ ବିଶ୍ବାସ ଓ ପରମ୍ପରା ପ୍ରକାରେ ଏଠାରେ ରଥଯାତ୍ରା ପାଳିତ ହୋଇଯାଇଛି।ମଙ୍ଗଳବାର ହେରାପଞ୍ଚମୀ ଦିନରେ ଏଠାରେ ଶତାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଛୋଟ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୪/୭: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଡ଼. ମନସ୍ୱିନୀ ଦାଶ , ଶିକ୍ଷା ବିଭାଗର ବରିଷ୍ଠ ପ୍ରାଧ୍ୟାପିକାଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ଜାତୀୟ ସେବା ଯୋଜନାର ଅଧିକାରୀ ତଥା ଇତିହାସ ବିଭାଗର ବରିଷ୍ଠ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୩/୭: ଶହୀଦ ଏସ ଗୁଣାକାର ରାଓଙ୍କ ୩୦ ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ପୂର୍ବତନ ସେନା କର୍ମଚାରୀ , ବିଶ୍ୱହିନ୍ଦୁ ପରିଷଦ ଓ କାବିଟି ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କ ସ୍ମୃତିସ୍ତମ୍ଭ ଠାରେ ଗଭୀର ତଥା ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।ପାରଳାଖେମୁଣ୍ଡି ସହର ଉପକଣ୍ଠର ଓଡିଶା-ଆନ୍ଧ୍ର ସୀମାନ୍ତରେ ଥିବା ଶୈବଗିରି ପାର୍ବତମାଳା ପାଦ ଦେଶରେ ପ୍ରତିଷ୍ଠା ହୋଇଥିବା ସ୍ମୃତିସ୍ତମ୍ଭ ଠାରେ ଶହୀଦ ଗୁଣାକାର Continue Reading