ବରଦା ଦାସଙ୍କ ରିପୋର୍ଟକଟକ, ୧୧/୯: ରେଭେନ୍ସାଙ୍କ ବିଷୟରେ କେନ୍ଦ୍ର ମନ୍ତ୍ରୀଙ୍କ ମନ୍ତବ୍ୟ ଅନୁଯାୟୀ ତର୍କ ବିତର୍କ ଇତିହାସ ଲୋକଙ୍କ ଆଖି ଖୋଲିଦେଲା ।ମାତ୍ର ତା ପରବର୍ତ୍ତୀ ଅଧ୍ୟାୟ ୧୯୦୩ ଓ ୦୪ ରେ କଟକ ଇଦଗକ୍ଷ ପଡ଼ିଆ ରେ ମଧୁ ବାବୁ ଙ୍କ ନେତୃତ୍ୱରେ ଉତ୍କଳ ସମ୍ମିଳନୀ ଅନୁଷ୍ଠିତ ହୋଇ ଦୀର୍ଘ ୩୬ ବର୍ଷ ଆନ୍ଦୋଳନ ଚାଲୁ ହେବା ଓ ସେଠାରେ ପଟ୍ଟା ମିଳିବା ପରେ ମଧ୍ୟ ସ୍ମୃତି ମଣ୍ଡପ ଟିଏ ନିର୍ମାଣ ପାଇଁ ସରକାର ଭୁଲିଯିବା […]Continue Reading
ବରଦା ଦାସଙ୍କ ରିପୋର୍ଟକଟକ,୨୮/୮ : ବରିଷ୍ଠ ସ୍ୱର୍ଗତଃ ବ୍ରହ୍ମା କୁମାରୀ ଦାଦି ପ୍ରକାଶ ମଣି ଙ୍କ ପୁଣ୍ୟ ତିଥି ଓ ଜନ୍ମାଷ୍ଟମୀ ପର୍ବ ବେପାରିସାହି ବ୍ରହ୍ମ। କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ଯୋଗ କେନ୍ଦ୍ରରେ ସମାରୋହରେ ପାଳିତ ହୋଇଯାଇଛି କ୍ଷ ବି କେ ଝୁନୁ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ ।ବି କେ ନଗେନ୍ଦ୍ର ମୁଣ୍ଡ, ବି କେ ବରଦା ପ୍ରସନ୍ନ ଦାସ ଅତିଥି ଭାବେ ଯୋଗଦେଇ ଦାଦି ପ୍ରକ।ଶ ମଣି ଙ୍କ ଅବଦାନ […]Continue Reading
କଟକ,୨୮/୮ : ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାର ଆଜି ଶୁଣାଣି ହୋଇଛି। ମାହାଙ୍ଗା ଡବଲ ମର୍ଡର ମାମଲାରେ ସାଲେପୁର ଏଡିଜେ ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ପ୍ରମାଣ ଅଭାବରୁ ଜଣେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସେ ହେଲେ ଅରବିନ୍ଦ ଖଟୁଆ।ସୂଚନାଯୋଗ୍ୟ, ୨୦୨୧ ଜାନୁଆରି ୨ରେ ବରିଷ୍ଠ ଭାଜପା ନେତା କୁଳମଣି ବରାଳ ଓ ସଂପର୍କୀୟ ଦିବ୍ୟ ସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ Continue Reading
ଭୁବନେଶ୍ବର, ୧୮/ ୮: ସିମ ବକ୍ସ ଆତଙ୍କୀ ଲିଙ୍କ୍ ମାମଲାରେ ପୁଲିସକୁ ମିଳୁଛି ଚାଞ୍ଚଲ୍ୟକର ତଥ୍ୟ। କଟକରେ ମଧ୍ୟ ଅଛି ଆଉ ଏକ ସିମ ବକ୍ସ ସେଟ୍-ଅପ। ହାୱାଲା ଜରିଆରେ ଆର୍ଥିକ କାରବାର ଚାଲିଥିଲା ବୋଲି ପୁଲିସ ଜାଣିବାକୁ ପାଇଛି। ବାଂଲାଦେଶରୁ ଭୁବନେଶ୍ୱରକୁ ଆସୁଥିଲା ଟଙ୍କା। ଯାହା ବି ଟ୍ରାଞ୍ଜାକ୍ସନ୍ ହେଉଥିଲା ତାହା କ୍ୟାସ୍ ଆକାରରେ ହେଉଥିଲା। ବାଂଲାଦେଶ ସୀମାରେ ଥିବା କିଛି ଦୋକାନରେ ଚାଲୁଥିଲା ଏହି ହୱାଲା କାରବାର।ନୋଟକୁ କୋଡ ହିସାବରେ ବ୍ୟବହାର କରି Continue Reading
ତିଗିରିଆ, ୧୭/୮ : କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚ ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଏଠାରେ ଜଣେ ବିଧବାଙ୍କ ଗଳା କାଟି ହତ୍ୟା ପରେ ତିଗିରିଆ ଥାନାରେ ଅଭିଯୁକ୍ତ ଯୁବକ ଆତ୍ମସମର୍ପଣ କରିଛି। ମୃତକ ହେଲେ କଳ୍ପନା ଦାଶ(୪୫) ଓ ଅଭିଯୁକ୍ତ ଯୁବକ ହେଲେ କାର୍ତ୍ତିକ ସେଠୀ(୩୫)।ସୂଚନା ଅନୁଯାୟୀ, ବିଧବା କଳ୍ପନା ଦାଶଙ୍କ ଘରେ ରହି କାର୍ତ୍ତିକ ସେଠୀ କଳ୍ପନା ଓ ତାଙ୍କ ବୃଦ୍ଧ ଶଶୁର(୮୭)ଙ୍କର ଦେଖାଶୁଣା କରୁଥିଲେ। ବର୍ଷକ ପୂର୍ବରୁ କଳ୍ପନା […]Continue Reading
କଟକ, ୧୫/୮ : ଋତୁସ୍ରାବ ପାଇଁ ଦିନେ ଛୁଟି ଘୋଷଣା କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କଟକଠାରେ ସ୍ବାଧୀନତା ଦିବସ ପାଳନ ଅବସରରେ କର୍ମଜୀବୀ ମହିଳାଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କରିଛନ୍ତି ଏହି ବଡ଼ ଘୋଷଣା। ଏଣିତି ଋତୁସ୍ରାବ ପାଇଁ ଉଭୟ ସରକାରୀ ଓ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ମହିଳାଙ୍କୁ ମିଳିବ ଦିନେ ଛୁଟି ।Continue Reading
କଟକ, ୧୪/୮ : କଟକ ଜିଲ୍ଲା ସାଲେପୁରର ନେମାଳ ବ୍ରିଜରୁ ଜଣେ ମହିଳା ନିଜ ଛୋଟ ପୁଅକୁ ଧରି ଚିତ୍ରୋତ୍ପଳା ନଦୀକୁ ଡେଇଁ ପଡ଼ିଥିବ ଜଣାଯାଇଛି।ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ ପୁଅର ମୃତଦେହ ନଦୀରୁ ଉଦ୍ଧାର କରିଥିବା ବେଳେ ମା’ର ପତ୍ତା ମିଳିନାହିଁ।ମୃତ ପୁଅର ବୟସ ୫ରୁ ୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ସେମାନଙ୍କ ଘର ନେମାଳ ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀ ମା’ କୁ ଉଦ୍ଧାର କରିବା ପାଇଁ ଉଦ୍ୟମ […]Continue Reading

କଟକ, ୧୩/୮: କଟକ ବଡ଼ ଡାକ୍ତରଖାନାରେ ଜଣେ ଡାକ୍ତର ରୋଗୀଙ୍କୁ ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି। ଏନେଇ ମଙ୍ଗଳାବାଗ ଥାନାରେ ପୀଡ଼ିତାଙ୍କ ସଂପର୍କୀୟଙ୍କ ପକ୍ଷରୁ ଏତଲା ଦିଆଯାଇଛି।କାର୍ଡିଓଲୋଜି ବିଭାଗର ଜଣେ ଡାକ୍ତର ଏହି ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି। ଗତ ରବିବାର ଦିନ ଏହି ଘଟଣା ଘଟିଥିବା ନେଇଏସଡିପିଓ ଅନିଲ ମିଶ୍ର ସୂଚନା ଦେଇଛନ୍ତି। ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାଯାଇଛି।Continue Reading
କଟକ, ୧୦/୮ : କାଠଯୋଡ଼ି ପୋଲ ଉପରେ ମୋବାଇଲ୍ ଓ ଆଧାରକାର୍ଡ ରଖି ପାଣିକୁ ଡେଇଁ ନିଖୋଜ ହୋଇଥିବା ଦୁଇଜଣଙ୍କୁ ଉଦ୍ଧାର କରାଯାଇଛି। ଉଭୟଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବା ଜଣାଯାଇଛି। ଏହାପରେ ଉଭୟଙ୍କୁ ପୁରୀଘାଟ ଥାନାରେ ହାଜର କରାଯାଇଥିଲା ଏବଂ ଏବେ ମେଡିକାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ସେଦୁହେଁ ସଂପର୍କରେ ଶଳାଭାଉଜ ଓ ନଣନ୍ଦେଇ ବୋଲି କୁହାଯାଉଛି।ଗତକାଲି ସନ୍ଧ୍ୟାରେ କଟକ ଜିଲ୍ଲା ବାରଙ୍ଗ ଥାନା ଅଧୀନ ତ୍ରିଶୁଳିଆ ନିକଟ କାଠଯୋଡ଼ିରେ Continue Reading

କଟକ, ୯/୮ : ବ୍ରିଜ୍ ଉପରେ ଆଧାରକାର୍ଡ ରଖି କାଠଯୋଡ଼ିକୁ ଡେଇଁପଡ଼ିଲେ ଦମ୍ପତି। ଆଜି ସନ୍ଧ୍ୟା ବେଳେ ଏପରି ହୃଦୟବିଦାରକ ଘଟଣା କଟକ ତ୍ରିଶୁଳିଆ ବ୍ରିଜ୍ରେ ଘଟିଛି।ଉଭୟଙ୍କ ଘର ବାଙ୍କୀ ବାଆଁରା ରାମଚନ୍ଦ୍ର ଅଞ୍ଚଳର। ପାରିବାରିକ କଳହରୁ ଉଭୟ ଭରା ନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି। ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ବାରଙ୍ଗ ପୁଲିସ୍ ଅଗ୍ନିଶମ ବିଭାଗ।ରାମଚନ୍ଦ୍ର ଅଞ୍ଚଳର ଶତ୍ରୁଘ୍ନ ଲେଙ୍କା ପେସାରେ ଜଣେ ଡ୍ରାଇଭର। କଟକରେ ରହି ପ୍ରାଇଭେଟ୍ କାର ଚଲାନ୍ତି। ଆଜି Continue Reading