ବଲାଙ୍ଗିର, ୧୩/୧ : ଦୁଇ ଦିନ ହେଲା ନିଖୋଜ ଥିଲେ ବୃଦ୍ଧ। ଆଜି ସକାଳେ ପୋଖରୀରେ ଭାସୁଛି ମୃତଦେହ। ହତ୍ୟା ପରେ ତାଙ୍କୁ କେହି ପୋଖରୀ ଭିତରେ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଛତାପୀପଳ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ କାଲୁ ଦୀପ।ଗୁରୁବାର ସନ୍ଧ୍ୟାରେ କାଲୁ ଗାଁର କିଛି ଲୋକଙ୍କ ସହ ପୋଖରୀ ହୋଡ଼ାରେ ଜୁଆ ଖେଳୁଥିଲେ। ତା’ ପରଠୁ ସେ ନିଖୋଜ […]Continue Reading
ସଇଁତଲା,୧୮/୧୨: ବଲାଙ୍ଗୀର ଜିଲ୍ଲା ସଇଁତଲା ରେଳ ଷ୍ଟେସନ ନିକଟରେ ରେଳ ଲାଇନ ମଝିରେ ଏକ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି।ସଇଁତଲା ରେଳ ଷ୍ଟେସନ ଠାରୁ ଶହେ ମିଟର ଦୂର ସିଲେଟ ପଡ଼ା ଗ୍ରାମ ନିକଟ ରେଳ ଲାଇନ ମଧ୍ୟରେ ମୁଣ୍ଡ କଟି ଜଣେ ଯୁବକଙ୍କ ମୃତଦେହ ପଡ଼ିରହିଛି।ବିଳମ୍ବିତ ରାତ୍ରିରେ କୌଣସି ଟ୍ରେନରେ କଟି ମୃତ୍ୟୁବରଣ କରିଥିବା କୁହାଯାଉଛି। ମୁଣ୍ଡରେ ଗଭୀର କ୍ଷତ ଚି଼ହ୍ନ ଅଛି। ମୃତ ଯୁବକଙ୍କର ପରିଚୟ ମିଳିପାରିନାହିଁ। ଏହା ହତ୍ୟା ନା ଆତ୍ମହତ୍ୟା, ତାକୁ Continue Reading
ବଲାଙ୍ଗିର,୧୦/୧୨ : ବଲାଙ୍ଗିର ସୁଦପଡ଼ା ମଦଭାଟିରେ ଆୟକର ବିଭାଗର ରେଡ୍ ଘଟଣାରେ ଚାଲିଛି ଟଙ୍କା ଗଣତି। ଟଙ୍କା ଗଣି ଗଣି ବ୍ୟାଙ୍କ୍ କର୍ମଚାରୀ ତ ହାଲିଆ ମେସିନ ବି ଖରାପ ହୋଇଗଲାଣି।ଟଙ୍କା ଗଣତିରେ ଲାଗିଥିବା ୨ଟି ମେସିନ ଖରାପ ହୋଇଥିବା ସୂଚନା ମିଳିଛି। ଗଣତି କାର୍ଯ୍ୟରେ ୫୦ ଜଣ ବ୍ୟାଙ୍କ କର୍ମଚାରୀଙ୍କ ସହ ୨୫ଟି ମେସିନ ଲଗାଯାଇଛି। ଆହୁରି କିଛି ମେସିନ ବ୍ୟାକଅପରେ ରଖାଯାଇଛି।୧୪୫ଟି ଟଙ୍କା ଭର୍ତ୍ତି ବ୍ୟାଗ୍ ଗଣତି ସରିଥିବା ବେଳେ ସେଥିରୁ ୨୨୦ କୋଟି […]Continue Reading
ବଲାଙ୍ଗିର,୭/୧୨ : ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ । ଆଲମିରା ଭିତରେ ଥାକ ମାରି ରଖାଯାଇଥିଲା ବିଡ଼ା ବିଡ଼ା ଟଙ୍କା। ଆଇଟି ରେଡ୍ ବେଳେ ଜବତ ପୁଳା ପୁଳା ଟଙ୍କା ୨ଶହ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।ମଦ ତିଆରି କରୁଥିବା ଏକାଧିକ କମ୍ପାନୀ ଆୟକର ଫାଙ୍କିଥିବା ଅଭିଯୋଗରେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିଲା ବଡ଼ଧରଣର ଆଇଟି ରେଡ୍ । ପଶ୍ଚିମ ଓଡ଼ିଶାର ଅନ୍ୟତମ ବଡ଼ ଦେଶୀ ମଦ ପ୍ରସ୍ତୁତକାରୀ ଓ ବିକ୍ରୟକାରୀ […]Continue Reading
ବଲାଙ୍ଗୀର,୨୧/୧୧ : ବଲାଙ୍ଗୀର କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ନିକଟରେ ଏକ ଚଳନ୍ତା କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ ।ରାୟପୁରରୁ ବିଶାଖାପାଟଣା ଯାଉଥିବା ଟ୍ରେନର ଏକ ବଗିରେ ହଠାତ୍ ନିଆଁ ଲାଗିଯାଇଥିଲା । ତୁରକେଲା ରେଲୱେ ଷ୍ଟେସନରୁ ଟ୍ରେନଟି ଆସିଥିବା ବେଳେ ତୁରେକେଲାର ଷ୍ଟେସନ ମାଷ୍ଟର ନିଆଁ ଲାଗିଯାଇଥିବା ସମ୍ପର୍କରେ କଣ୍ଟାବାଞ୍ଜି ଷ୍ଟେସନକୁ ଖବର ଦେଇଥିଲେ ।ଟ୍ରେନଟି କଣ୍ଟାବାଞ୍ଜି Continue Reading

ଭୁବନେଶ୍ବର,୧୮/୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୨୯୬.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପ ଦୁଇଟି ହେଉଛି – ସୁନଗଡ ନଦୀରେ ସିକୁଆଁ/ସିଲେଟକଣି ନଦୀଗର୍ଭ ଜଳାଶୟ ପ୍ରକଳ୍ପ ଓ ଅଙ୍ଗ ନଦୀରେ କୁଟସିଙ୍ଘା ନଦୀଗର୍ଭ ଜଳାଶୟ ପ୍ରକଳ୍ପ । ସିକୁଆଁ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୪୯ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ Continue Reading
ବଲାଙ୍ଗୀର/ଭୁବନେଶ୍ବର,୧୦/୧୧: କୁବେର ଆୟୁର୍ବେଦ ଡାକ୍ତର ତଥା ବଲାଙ୍ଗୀର ଆୟୁର୍ବେଦିକ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଦର୍ଶନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି। ଭିଜିଲାନ୍ସ ଏସ୍ପି ଏ ଜେମ୍ସ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ, ବଲାଙ୍ଗୀର ଓ ପୁରୀରେ ସୁଦର୍ଶନଙ୍କ ଘର ସମେତ ଏକକାଳୀନ ୬ ସ୍ଥାନରେ ଭିଜିଲାନ୍ସର ଏକ ସ୍ବତନ୍ତ୍ର ଟିମ୍ ଚଢ଼ଉ କରିଥିଲା। ପ୍ରାଥମିକ ତଦନ୍ତ ଅନୁଯାୟୀ ସୁଦର୍ଶନ ଦୁଇ Continue Reading
ବଲାଙ୍ଗୀର,୯/୧୧: ବଲାଙ୍ଗୀର ଆୟୁର୍ବେଦିକ କଲେଜ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆୟୁର୍ବେଦିକ କଲେଜ ଆଣ୍ଡ ହସ୍ପିଟାଲ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ବଲାଙ୍ଗୀର ଅଫିସ୍ ଓ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ ଜାରି ରହିଛି। ସୂଚନା ଅନୁଯାୟୀ, ପୁରୀ ଜିଲ୍ଲାରେ ଥିବା ୪ଟି ଘରେ ଭିଜିଲାନ୍ସ ଟିମ୍ ଚଢ଼ଉ କରୁଛି। ଏଣେ ସୁଦର୍ଶନ ବେହେରାଙ୍କ ସମ୍ବଲପୁର ସ୍ଥିତ ପତ୍ନୀଙ୍କ କ୍ୱାର୍ଟର୍ସରେ Continue Reading
ବଲାଙ୍ଗିର,୧୩/୧୦ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସହରର କାଦୋପଡ଼ାରେ ଏକ ସେକ୍ସ ରାକେଟ ଠାବ କରିଛି ପୁଲିସ୍। ଏହି ଘଟଣାରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣ ଯୁବକ ଗିରଫ ହୋଇଛନ୍ତି।ଗିରଫ ଯୁବକମାନେ ହେଉଛନ୍ତି ପାଟଣାଗଡ଼ ବଡ଼ପଡ଼ାର ପଞ୍ଚା ମେହେର ଓ ପଢ଼େଲ ଗାଁର ସମ୍ପଦ ପୋଢ଼। ଦୀର୍ଘଦିନ ହେବ ଏଠାରେ ଏକ ଭଡ଼ା ଘରେ ସେକ୍ସ ରାକେଟ ଚାଲିଥିଲା ବୋଲି କୁହାଯାଉଛି।ପାଟଣାଗଡ଼ ଏସ୍ଡିପିଓ ଜ୍ୟୋତିର୍ମୟ ଭୁକ୍ତାଙ୍କ ସୂଚନା ଅନୁଯାୟୀ, ଗତକାଲି ରାତି Continue Reading
ବଲାଙ୍ଗିର,୮/୧୦ : ରାଜ୍ୟର ପୃଥକ ପୃଥକ ସ୍ଥାନରେ ଆଜି ସକାଳେ ଗାଡ଼ି ଧକ୍କାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ତିନି ଜଣ ମର୍ଣ୍ଣିଂ ୱାକ୍ରେ ବାହାରିଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ଯୁକ୍ତ ଦୁଇ ଛାତ୍ର ଅଛନ୍ତି।ବଲାଙ୍ଗିର-ପାଟଣାଗଡ଼ ରାସ୍ତାର ଗେଡ଼ାବାଞ୍ଜି ଛକ ନିକଟରେ ଶିଆଳବାହାଳୀ ଗାଁର ୪ ଜଣ ଛାତ୍ର ଓ ଯୁବକ ରାସ୍ତାରେ ମର୍ଣ୍ଣିଂ ୱାକ୍ କରୁଥିଲେ। ସେହି ସମୟରେ ଏକ ପିକ୍ଅପ୍ ଭ୍ୟାନ୍ ଦ୍ରୁତଗତିରେ ଆସି ସେମାନଙ୍କ […]Continue Reading