ଭୁବନେଶ୍ବର, ୭/୨: ବହୁଚର୍ଚ୍ଚିତ ନୟାଗଡ଼ର ଶିଶୁକନ୍ୟା ‘ପରୀ’ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଗୃହରେ ବିବୃତି ରଖିଛନ୍ତି।ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି- ପରୀ ଘଟଣାରେ ଦୋଷୀ ଗତକାଲି ଦଣ୍ଡ ପାଇସାରିଛି। ପରୀ ଭଳି ସମ୍ବେଦନଶୀଳ ଘଟଣାରେ ବିରୋଧୀ ରାଜନୀତି କରୁଛନ୍ତି। ନିର୍ବାଚନ ସମୟରେ ରାଜନୀତି ହେବା କଥା। କିନ୍ତୁ ବିରୋଧୀ ହୀନ ରାଜନୀତି Continue Reading
ଭୁବନେଶ୍ୱର, ୭/୨: ‘ଓଡ଼ିଶାରେ ଚାଲିଛି ପାର୍ଟନରସିପ୍ ସରକାର। ବିଜେପି ଓ ବିଜେଡି ଭାଗିଦାରୀରେ ଚାଲିଛି ଏହି ସରକାର।ଓଡ଼ିଶାରେ ବହୁ ଶିଳ୍ପ ପ୍ରତିଷ୍ଠାନ ବନ୍ଦ ହୋଇ ଯା ଓଡ଼ିଶାରେ ବହୁ ଶିଳ୍ପ ପ୍ରତିଷ୍ଠାନ ବନ୍ଦ ହୋଇ ଯାଇଥିବା ବେଳେ ବେରୋଜଗାରୀ ବଢ଼ିଛି। ଦେଶରେ ସବୁଠାରୁ ଅଧିକ ବେରୋଜଗାର ଲୋକ ଓଡ଼ିଶାରେ ହିଁ ଅଛନ୍ତି। ଏଠାରେ ଏକ ଆଦିବାସୀବହୁଳ ରାଜ୍ୟ ହୋଇଥିବା ବେଳେ ଏଠାରେ ଆଦିବାସୀ, ଦଳିତ ଓ ପଛୁଆବର୍ଗ ସୁରକ୍ଷିତ ନୁହନ୍ତି।ସେମାନଙ୍କୁ ଅକଥନୀୟ ଅତ୍ୟାଚାରର Continue Reading
ଭୁବନେଶ୍ବର,୭/୨: ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନର ତୃତୀୟ ଦିନରେ ବୁଧବାର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ରାତି ପାହିଲେ ଅର୍ଥାତ ଆସନ୍ତାକାଲି (ଗୁରୁବାର) ଗୃହରେ ଅନ୍ତରୀଣ ବଜେଟ୍ ଆଗତ ହେବାକୁ ଥିବା ବେଳେ ଆଜି ଅପରାହ୍ନରେ ବିରୋଧୀ ଦଳର ବିଧାୟକମାନେ ହୋହାଲ୍ଲା କରିଛନ୍ତି।ଗୃହକାର୍ୟ୍ୟ ଆରମ୍ଭ ହେବା ପରେ ଅର୍ପଣ ଚାଉଳକୁ ନେଇ ବିଜେପି ଓ ବିଜେଡି ବିଧାୟକମାନଙ୍କ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ହଟ୍ଟଗୋଳ ଏତେ ଉଗ୍ରରୂପ ନେଇଥିଲା କି, Continue Reading
ଭୁବନେଶ୍ୱର,୫/୨: ସମ୍ବିଧାନ ପ୍ରଣେତା ଡକ୍ଟର ଭୀମରାଓ ରାମଜୀ ଆମ୍ବେଡକରଙ୍କ ନାମରେ ନାମିତ ହେବ ନବନିର୍ମିତ ବରମୁଣ୍ଡା ବସଷ୍ଟାଣ୍ଡ। ଏନେଇ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି, ଡକ୍ଟର ଆମ୍ବେଡକର ଜଣେ ଦୂରଦର୍ଶୀ ନେତା ତଥା ସମର୍ପିତ ସମାଜ ସଂସ୍କାରକ ଥିଲେ।ସମାଜର ଦଳିତ ଓ ନିଷ୍ପେସିତଙ୍କ ପାଇଁ ସେ ଥିଲେ ଆଶାର ଆଲୋକ। ସମସ୍ତେ ଯେପରି ନ୍ୟାୟ ପାଇବେ, ସେ ଦିଗରେ ସାରା ଜୀବନ ସେ କାର୍ୟ୍ୟ କରିଥିଲେ।ତାଙ୍କ Continue Reading
ଭୁବନେଶ୍ୱର,୫/୨: ଷୋଡ଼ଶ ବିଧାନସଭାର ପଞ୍ଚଦଶ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ରାଜ୍ୟପାଳ ଗୃହରେ ଅଭିଭାଷଣ ରଖି ଗୃହକାର୍ଯ୍ୟ ଆରମ୍ଭ କରିଛନ୍ତି।ରାଜ୍ୟରେ କିପାରି ସରକାରଙ୍କ ନେତୃତ୍ୱରେ ସଫଳତା ପରେ ସଫଳତା ମିଳିଛି ତାହା ରାଜ୍ୟପାଳଙ୍କ ଅଭିଭାଷଣରେ ଦେଖିବାକୁ ମିଳିଥିଲା। ପ୍ରାରମ୍ଭରେ ରାଜ୍ୟପାଳ ଦିବଙ୍ଗତ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ, ପରେ ସହିଦ ଯବାନମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ଏହାପରେ ଗୃହରେ ନିଜର ଅଭିଭାଷଣ Continue Reading
ଭୁବନେଶ୍ୱର, ୪/୨: ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସର ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ବିଧାନସଭାରେ ଭାଷା ଆଇନ’ ଶୀର୍ଷକ ପୁସ୍ତକ ଉନ୍ମୋଚନ କରିଛନ୍ତି।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାଷାର ଉନ୍ନତି ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଓଡ଼ିଆ ଭାଷାର ସୁରକ୍ଷା ଏବଂ ଆଗାମୀ ପିଢ଼ି ପାଇଁ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗରେ ଏ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି।ଏହାଦ୍ୱାରା ସମସ୍ତ ଓଡ଼ିଆ Continue Reading
ଭୁବନେଶ୍ୱର,୪/୨: ନୂଆଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପାଠ୍ୟକ୍ରମରେ ବିଜୁ ପଟ୍ଟନାୟକ ସ୍ବତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଓଡ଼ିଶା ସରକାର ଓ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ,ନୂଆଦିଲ୍ଲୀ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି।ରବିବାର ଲୋକସେବା ଭବନଠାରେ ଆୟୋଜିତ ବୁଝାମଣାପତ୍ର ସ୍ବାକ୍ଷରିତ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ଏହା ସ୍ବାକ୍ଷରିତ ହୋଇଛି।ରାଜ୍ୟ ସରକାରଙ୍କ Continue Reading
ଭୁବନେଶ୍ୱର,୪/୧: କର୍କଟ ବା କ୍ୟାନସର ବିଶ୍ୱ ସ୍ୱାସ୍ଥ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି। ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ କର୍କଟରେ ପୀଡିତ ହୋଇ ପ୍ରାଣ ହରାଉଛନ୍ତି। କର୍କଟକୁ ପରାସ୍ତ କରିବାର ମୁଖ୍ୟ ମାର୍ଗ ହେଉଛି, ସଠିକ୍ ସମୟରେ ରୋଗ ଚିହ୍ନଟ ହେବା।ପ୍ରତିଟି ଲୋକଙ୍କୁ ରୋଗ ବାବଦରେ ଅବଗତ ହେବାର ଆବଶ୍ୟକତା ରହିଛି। ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଫେବ୍ରୁଆରୀ ୪କୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଉଛି।ବିଶ୍ୱ କର୍କଟ ଦିବସର ଇତିହାସ୨୦୦୦ Continue Reading
ଭୁବନେଶ୍ୱର, ୩/୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପ୍ରଥମ ବିଶ୍ବ ଓଡ଼ିଆ ସମ୍ମିଳନୀ ଉଦଘାଟିତ ହୋଇଛି। ଏହି ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର, ସାହିତ୍ୟିକ ଡକ୍ଟର ସୀତାକାନ୍ତ ମହାପାତ୍ର, ଡକ୍ଟର ପ୍ରତିଭା ରାୟ ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ପ୍ରମୁଖ ମଞ୍ଚରେ ଉପସ୍ଥିତ ଅଛନ୍ତି।ପ୍ରାରମ୍ଭରେ ସଂସ୍କୃତି ସଚିବ ସୁଜାତା କାର୍ତ୍ତିକେୟନ୍ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।ଓଡ଼ିଆ ଭାଷାର ପ୍ରଚାର, ସଂରକ୍ଷଣ ଓ ପ୍ରସାର ପାଇଁ ଆଜି ଠାରୁ Continue Reading
ଭୁବନେଶ୍ୱର, ୨/୨: ଜାତୀୟ ପୁରସ୍କାର ପ୍ରାପ୍ତ ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ସାଧୁ ମେହେରଙ୍କର ଆଜି ପରଲୋକ ହୋଇଯାଇଛି। ମୁମ୍ବାଇରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା।ଉଭୟ ହିନ୍ଦୀ ଓ ଓଡ଼ିଆ ସିନେମାରେ ଖ୍ୟାତି ଅର୍ଜନ କରିଥିଲେ ସାଧୁ ମେହେର। ସମାନ୍ତରାଳ ଫିଲ୍ମରେ ସେ ଜଣେ ପ୍ରମୁଖ ଅଭିନେତା ଥିଲେ। ହିନ୍ଦୀ ଫିଲ୍ମରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ଓଡ଼ିଆ ଫିଲ୍ମ କରିଥିଲେ। ଅଙ୍କୁର, ମୃଗୟା, Continue Reading