ଭୁବନେଶ୍ୱର, ୧୭/୭ : ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲାରେ ରାଜ୍ୟ କଂଗ୍ରେସ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦେଇଛି । ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ପିକେଟିଂ କରିବା ସହିତ ଶୋଭାଯାତ୍ରା କରୁଛନ୍ତି । ଏହି ବନ୍ଦର ପ୍ରଭାବ ପଡ଼ିଛି । ବିକ୍ଷୋଭକାରୀଙ୍କ ଉତ୍ପାତ ମଧ୍ୟ ଦେଖିବାକୁ ମିଳିଛି ।ଜଗତସିଂହପୁରରେ ଜଣେ ବ୍ୟକ୍ତିଙ୍କୁ କଂଗ୍ରେସ କର୍ମୀ ମାଡ଼ ମାରିଥିବାର ଜଣାପଡ଼ିଛି । ସେହିପରି ଭୁବନେଶ୍ୱର ଓ କଟକ ବସ୍ Continue Reading
ଭୁବନେଶ୍ୱର,୧୬/୭: ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୧ଟି ବିଭାଗର ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଏହି ସୂଚନା ପ୍ରଦାନ କରିଛନ୍ତି।ମଞ୍ଜୁର ହୋଇଥିବା ପ୍ରସ୍ତାବ ମଧ୍ୟରେ ମୟୂରଭଞ୍ଜ ଜିଲାର ରାଇରଙ୍ଗପୁରରେ ଏକ ନୂତନ ପୋଲିସ ଜିଲା ଖୋଲିବା ନିଷ୍ପତ୍ତି ଅନ୍ୟତମ। ଏହା ସହିତ ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ (ଋଜଝଝ) ପାଇଁ ମଞ୍ଜୁରୀ ମିଳିଛି, ଯାହା ଅଧୀନରେ ୪,୧୯୫ଟି ନୂତନ ପୋଷ୍ଟ ସୃଷ୍ଟି ହେବ। ଏହି Continue Reading
ଭୁବନେଶ୍ୱର,୧୬/୭ : ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ମାମଲାରେ ବିରୋଧୀ ଦଳଗୁଡ଼ିକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ସୋମବାର ବିଳମ୍ବିତ ରାତିରେ ପୀଡ଼ିତା ଛାତ୍ରୀ ଆଖି ବୁଜି ଦେଇଥିବା ଘୋଷଣା କରାଯିବା ପରଠୁ ଏହି ପ୍ରସଙ୍ଗରେ ରାଜନୀତି ଜୋର ଧରିଛି।ସରକାରୀ ଉଦାସୀନତାର ପ୍ରତିବାଦରେ ଜୁଲାଇ ୧୭ରେ ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ପାଇଁ କଂଗ୍ରେସ ଡାକରା ଦେଇଛି। ରାଜ୍ୟ ସରକାର Continue Reading
ଭୁବନେଶ୍ୱର,୧୫/୭: ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ବର ଫକୀରମୋହନ କଲେଜର ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀ ସୌମ୍ୟାଶ୍ରୀ ବିଶି। ଏହାକୁ ନେଇ ସାରା ରାଜ୍ୟ ଶୋକ ପ୍ରକାଶ କରୁଥିବା ବେଳେ ଘଟଣାକୁ ନେଇ ଆକ୍ସନ ମୋଡରେ ରାଜ୍ୟପାଳ।ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଖବରକୁ ନେଇ ଗଭୀର ମର୍ମାହତ ରାଜ୍ୟପାଳ କହିଛନ୍ତି। ରାଜ୍ୟପାଳ କହିଛନ୍ତି, ଛାତ୍ରୀଙ୍କ ଅକାଳ ବିୟୋଗ ଶୁଣି ମୁଁ ଗଭୀର ମର୍ମାହତ। ଏହା କେବଳ ଏକ ଦୁଃଖଦ ଘଟଣା ନୁହେଁ, ଆମ କ୍ୟାମ୍ପସକୁ ସୁରକ୍ଷିତ ରଖିବାକୁ Continue Reading
ଭୁବନେଶ୍ୱର, ୧୫/୭ : ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ସୈାମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା ପ୍ରତିବାଦରେ ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ରାଜ୍ୟ କଂଗ୍ରେସ। ଏହାକୁ ବାମ ଦଳ ସମେତ ଅନ୍ୟ ବିରୋଧୀ ଦଳ ସମର୍ଥନ କରିଛନ୍ତି। ବିଦ୍ୟାଳୟ, କଲେଜ ଓ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଯେ ଏ ସରକାର ଶାସନକଳକୁ ଚଳାଇବାରେ ଅସମର୍ଥ। ତେଣୁ ସେମାନେ ଓହରି ଯାଆନ୍ତୁ।କଂଗ୍ରେସ ବିଧାୟକ ଦଳ ନେତା […]Continue Reading
ଭୁବନେଶ୍ୱର, ୧୫/୭: ଆତ୍ମାହୁତି ଦେଇଥିବା ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶି ପଞ୍ଚଭୂତରେ ବିଲୀନ ହୋଇଛନ୍ତି ।ଭୋଗରାଇ ବ୍ଲକ୍ ପଳାସିଆ ଗ୍ରାମରେ ଶୋକାକୁଳ ପରିବେଶରେ ସୌମ୍ୟାଶ୍ରୀଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କ ବଡ଼ ଭାଇ ଲୁହ ଭିଜା ଆଖିରେ ସାନ ଭଉଣୀକୁ ମୁଖାଗ୍ନି ଦେଇଛନ୍ତି ।ଦୀର୍ଘ ତିନି ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଭୁବନେଶ୍ୱର ଏମ୍ସରେ ସୋମବାର ବିଳମ୍ବିତ ରାତି ୧୧ଟା ୪୬ ମିନିଟ୍ ସମୟରେ Continue Reading
ଭୁବନେଶ୍ୱର,୧୪/୭: ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହାପରେ ସେ ଏମ୍ସ ଯାଇଥିଲେ ।ଆଜି ଏମ୍ସର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ବ୍ୟତୀତ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ Continue Reading
ଭୁବନେଶ୍ୱର, ୧୪/୭ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଭୁବନେଶ୍ୱର ଏମ୍ସ ଗସ୍ତ କରିଛନ୍ତି । ସେଠାରେ ଚିକିତ୍ସାଧୀନ ଥିବା ଏଫ୍.ଏମ୍. କଲେଜ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ପରିବାର ସହିତ ମଧ୍ୟ ଆଲୋଚନା କରିଛନ୍ତି । ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଧର୍ମେନ୍ଦ୍ର । ତତସହିତ ଏକ ଶିକ୍ଷାନୁଷ୍ଠାନରେ ଏଭଳି ଘଟଣା ଘଟିବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।ପୀଡ଼ିତା ଜଣକ ଆଇସିସିୟୁରେ Continue Reading
ଭୁବନେଶ୍ୱର, ୧୩/୭ : ଏକା ସାଙ୍ଗରେ ଆସୁଛି ଦୁଇଟି ଲଘୁଚାପ । ଆଗାମୀ ୨୪ଘଣ୍ଟା ମଧ୍ୟରେ ଉତ୍ତରପଶ୍ଚିମ ମଧ୍ୟପ୍ରଦେଶ ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ଅନ୍ୟ ଏକ ଲଘୁଚାପ କ୍ଷେତ୍ର ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଏବଂ ଓଡିଶା ଉପକୂଳରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଗାମୀ ଦୁଇ ଦିନ ପରେ ଏହା ଲଘୁଚାପର ରୂପ ନେବ । ଏ ନେଇ ପାଣିପାଗ ବିଶେଷଜ୍ଞ […]Continue Reading
ଭୁବନେଶ୍ବର,୧୩/୭: ବାଲେଶ୍ବରର ଏଫଏମ କଲେଜ ଘଟଣାକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି। ତେବେ ଏମ୍ସରେ ଛାତ୍ରୀଜଣକ ଜୀବନମରଣ ନେଇ ଗତି କରୁଥିବାବେଳେ ମନ୍ତ୍ରୀମାନେ ସେଠାରେ ଭିଡ ଜମାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଉ କିଛି ସମୟରେ ସେଠରେ ପହଞ୍ଚିବେ ବୋଲି ଜଣାପଡିଛି।ଏହି ଅଭାବନୀୟ ଘଟଣାକୁ ନେଇ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟପାଳଙ୍କୁ ହସ୍ତକ୍ଷେପ କରିବାକୁ ଟ୍ବିଟ କରି ଅନୁରୋଧ କରିଛନ୍ତି। ଏହି ଘଟଣାରେ ନ୍ୟାୟ ପାଇଁ ସେ Continue Reading




