Home Posts tagged Bhubaneswar (Page 26)
Odisha News
ଭୁବନେଶ୍ୱର,୫/୧: ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ ସମୟରେ ବଡ଼ ତ୍ରୁଟି ପରିଲକ୍ଷିତ ହୋଇଛି। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଗତ ୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଝାରସୁଗୁଡ଼ା ଗସ୍ତରେ ଯାଇଥିଲେ।ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାର ଝାଡ଼େଶ୍ୱରମନ୍ଦିରକୁ ପ୍ରବେଶ କରୁଥିବା ସମୟରେ ଏକ ଡ୍ରୋନ୍ ତାଙ୍କ ପାଖରେ ଖସିପଡ଼ିଥିଲା।ଡ୍ରୋନ୍‌ଟି ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଖସିପଡ଼ିବାରୁ ସେ ଚମକିପଡ଼ିଥିଲେ। ତାଙ୍କ ପାଖରେ ରାଜସ୍ବ Continue Reading
Odisha News
ଭୁବନେଶ୍ୱର, ୪/୧: ୨୦୦୬ ବ୍ୟାଚ୍ ଆଇଏଏସ୍ ଅଧିକାରୀ ମନୋଜ କୁମାର ସାହୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବଭାବେ ନିଯୁକ୍ତ ହୋଇଛନ୍ତି । ଏ ନେଇ ଶନିବାର ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଗତ ନଭେମ୍ବର ୧୭ ତାରିଖରୁ କେନ୍ଦ୍ରୀୟ ଡେପୁଟେସନରେ ଓଡ଼ିଶା କ୍ୟାଡରକୁ ଆସିଛନ୍ତି ମନୋଜ । ସେ ତିନି ବର୍ଷ ପର୍ଯ୍ୟନ୍ତ ଇଣ୍ଟର-କ୍ୟାଡେଟ୍ ଡେପୁଟେସନରେ ଥିଲେ । ମନୋଜକୁ ଓଡ଼ିଶା କ୍ୟାଡରରେ ନିଯୁକ୍ତି Continue Reading
Odisha News
ଭୁବନେଶ୍ୱର, ୪/୧: କଲବଲ କରୁଛି ଶୀତ। ପ୍ରବଳ ଜାଡରେ ଥରୁଛି ସାରା ରାଜ୍ୟ। ସକାଳ ୧୦ଟା ନ ହେଲେ ଘରୁ ବାହାରିହେଉନି । ୧୦ ଡିଗ୍ରୀ ତଳେ ରାଜ୍ୟର ୯ ସହରର ତାପମାତ୍ରା । ୭.୫ ଡିଗ୍ରୀ ସହ ଫୁଲବାଣୀ ଆଜି ସବୁଠୁ ଥଣ୍ଡା ସହର ପାଲଟିଛି ।କୋରାପୁଟରେ ୮.୮ ଡିଗ୍ରୀ, ଝାରସୁଗୁଡାରେ ୯, ଅନୁଗୁଳ ୯, ଦାରିଙ୍ଗବାଡି ୯.୫ ଭବାନୀପାଟଣା ୯.୯ ଡିଗ୍ରୀ ତାପମାତ୍ରା ରେକର୍ଡ, ରାଉରକେଲାରେ ୮.୭ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି […]Continue Reading
Odisha News
ଭୁବନେଶ୍ୱର, ୪/୧ : ଜାନୁଆରୀ ୧୫ ତାରିଖ ପରେ ମିଳିବ ସୁଭଦ୍ରା ଟଙ୍କା। ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଖାତାକୁ ଆସିବ। ତେବେ ନିର୍ଦ୍ଦଷ୍ଟ କେତେ ତାରିଖରେ ଟଙ୍କା ମିଳିବ, ସେନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇନାହାନ୍ତି।ଗାଁର ଶେଷ ଯୋଗ୍ୟ ହିତାଧିକାରୀ ଆବେଦନ ନ କଲା ଯାଏଁ ଚାଲିବ ପଞ୍ଜୀକରଣ। ପ୍ରଥମ କିସ୍ତି ମିଳିବାର ଶେଷ ତାରିଖ ମାର୍ଚ୍ଚ ୮ ଥିଲା। କିନ୍ତୁ ମାର୍ଚ୍ଚ ୩୦ ପରେ ଆବେଦନ କଲେ ବି ଏକାଥରକେ […]Continue Reading
Odisha News
ଭୁବନେଶ୍ୱର,୩/୧: ବର୍ଷ ଆରମ୍ଭରୁ ରାଜ୍ୟରେ ଶୀତର ପ୍ରଭାବ ବଢ଼ିଛି। ଗୁରୁବାର ରାଜ୍ୟର ଏକାଧିକ ସ୍ଥାନରେ ୧୦ ଡିଗ୍ରୀ ସେଲସିୟସ୍ କିମ୍ବା ଏହାଠାରୁ କମ୍ ତାପମାତ୍ରା ରେକର୍ଡ ହୋଇଛି।ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୭ଡିଗ୍ରୀ ରହିଥିଲାବେଳେ ଝାରସୁଗୁଡାରେ ୮ ଡିଗ୍ରୀ, କେନ୍ଦୁଝରରେ ୯.୫ ଡିଗ୍ରୀ, ଫୁଲବାଣୀରେ ୯.୫ ଡିଗ୍ରୀ, ଦାରିଙ୍ଗବାଡିରେ ୯.୫ ଡିଗ୍ରୀ, ସୁନ୍ଦରଗଡରେ ୯.୭ ଡିଗ୍ରୀ ଓ ସୋନପୁରରେ ୧୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ Continue Reading
Odisha News
ଭୁବନେଶ୍ୱର,୩/୧: କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନାର ରିଲିଫ ପାଣ୍ଠିରୁ ସହାୟତା ଦିଆଯିବ।୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ସହାୟତା ମିଳିବ। ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାର ୭ ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ୨ ଲକ୍ଷ ୯୧ ହଜାର ହେକ୍ଟର ଫସଲ କ୍ଷତି ହୋଇଥିବା ବେଳେ ୨୯୧ କୋଟି ସହାୟତା ମିଳିବ Continue Reading
Odisha News
ଭୁବନେଶ୍ୱର, ୩/୧: ଓଡ଼ିଶାର ୨୭ତମ ରାଜ୍ୟପାଳଭାବେ ଶପଥ ନେଇଛନ୍ତି ଡକ୍ଟର ହରିବାବୁ କମ୍ଭମପତି । ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ସରଣ ସିଂହ କମ୍ଭମପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।ଏହି ଶପଥ ସମାରୋହରେ ବାଚସ୍ପଚତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ସାଂସଦ, ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ Continue Reading
Odisha News
ଭୁବନେଶ୍ୱର,୨/୧ : ରାଜ୍ୟ ସରକାର ଗୁରୁବାର ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ୬ ଜଣ ଆଇଏଏସଙ୍କର ଆଜି ବିଭାଗ ପରିବର୍ତ୍ତନ କରାଯାଇଛି ।ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦରୁ ହଟିଛନ୍ତି ଆଇଏଏସ୍ ଅରିନ୍ଦମ ଡାକୁଆ ।ତାଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗର ପୌର ପ୍ରଶାସନ ଓ ପଦାଧିକାରୀ ଅତିରିକ୍ତ ନିର୍ଦ୍ଦେଶକଭାବେ ନୂତନ ଦାୟିତ୍ୱ ମିଳିଛି ।୨୦୧୧ ବ୍ୟାଚ୍ ଆଇଏଏସ୍ ଅଫିସର ଗତବର୍ଷ ଜୁଲାଇ ୧୭ ତାରିଖରେ ତାଙ୍କୁ ଏହି ବ୍ୟକ୍ତିଗତ ସଚିବ ଦାୟିତ୍ୱ ମିଳିଥିଲା । Continue Reading
Odisha News
ଭୁବନେଶ୍ୱର,୨/୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିରୋଧୀଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଅଦିନିଆ ବର୍ଷାରେ ଚାଷ କ୍ଷତି ଭରଣା ପାଇଁ ଏହି ଚିଠି ଜରିଆରେ ଦାବି ଜଣାଇଛନ୍ତି ନବୀନ। ନବୀନ ଲେଖିଛନ୍ତି, ନିର୍ଦ୍ଧାରିତ ସମୟ ମଧ୍ୟରେ ସରକାର କ୍ଷତିପୂରଣ ଦିଅନ୍ତୁ। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମଧ୍ୟ ଦାବି କରିଛନ୍ତି ନବୀନ।ଅନ୍ୟପକ୍ଷରେ ମୋହନ ମଧ୍ୟ ଆଜି ନବୀନଙ୍କ ନାଁ ନ ନେଇ Continue Reading
Odisha News
ଭୁବନେଶ୍ୱର, ୨/୧: ଗୁରୁବାର ସ୍ଵାଧୀନତା ସଂଗ୍ରାମୀଙ୍କ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କାରାବରଣ କରିଥିବା ସ୍ଵାଧୀନତା ସଂଗ୍ରାମୀଙ୍କ ପେନସନ୍ ଦୁଇ ଗୁଣା କରାଯାଇଛି ।ସ୍ୱାଧୀନତା ସଂଗ୍ରାମ ବେଳେ ଯେଉଁ ସଂଗ୍ରାମୀ ଜେଲ ଦଣ୍ଡ ଭୋଗିଥିବେ ସେମାନଙ୍କୁ ୨୦ ହଜାର ଟଙ୍କା ମାସିକ ଭତ୍ତା ପାଇବେ । ପୂର୍ବରୁ ସେମାନେ ୧୦ ହଜାର ଟଙ୍କା ଭତ୍ତା ପାଉଥିଲେ ।ଆଜି ସର୍ବ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ଦିବସ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱର ସ୍ଥିତ Continue Reading