ଭୁବନେଶ୍ବର,୨୦/୫: ଡ୍ରୋନ ପାଟ୍ରୋଲିଙ୍ଗ ପାଇଁ ପ୍ରସ୍ତୁତ କମିଶନରେଟ ପୁଲିସ। ଏନେଇ ସୂଚନା ଦେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି, ହାଇ ଡେଫିନେସନ କ୍ଲାରିଟି ଥିବାରୁ, ଏରିଏଲ ଭ୍ୟୁ ପାଇଁ ଏହାକୁ ବ୍ୟବହାର କରିବୁ। ଏହା ଭିଆଇପି ପ୍ରୋଗ୍ରାମ, ଆସେମବ୍ଲି ଓ ଲ ଆଣ୍ଡ ଅର୍ଡର, ହକି, ଫୁଟବଲ ଇଭେଣ୍ଟ ପାଇଁ ଏହା ସହାୟକ ହେବ।ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ବ୍ୟବହାର କରାଯାଇ ପାରିବ। ଭିଡ଼ ନିୟନ୍ତ୍ରଣ ପାଇଁ ଏହାକୁ ବ୍ୟବହାର କରାଯାଇ ପାରିବ।ସେ ଆହୁରି Continue Reading
ଭୁବନେଶ୍ୱର,୧୯/୫: ଫେକ୍ ସିମ୍ ରୋକିବା ପାଇଁ ଗାଇଡଲାଇନ ଜାରି କଲା କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ଏଡିଜିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ଜାରି ହେଲା ନିୟମ। କେବଳ ଆଧାର ସହ ଲିଙ୍କ ନମ୍ବରରେ କଲ କରିବେ ଟେଲି ଭେରିଫିକେସନ। ସ୍ଥାୟୀ ଦୋକାନ ଥିବା ଡିଲରମାନେ ବିକ୍ରି କରିପାରିବେ ସିମ୍ କାର୍ଡ। ଫେକ୍ ସିମ୍ ସଂପର୍କୀତ ଅଭିଯୋଗ ଗ୍ରହଣ ପାଇଁ ବ୍ୟବସ୍ଥା କରିବେTSP ଅଭିଯୋଗ ଗ୍ରହଣ ଓ ଡିଆକ୍ଟିଭେଟ୍ ବ୍ୟବସ୍ଥା କରିବେ ସର୍ଭିସ ପ୍ରୋଭାଇଡର୍। ସିମ୍ Continue Reading
ଭୁବନେଶ୍ୱର,୧୯/୫: ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ସାରା ଓଡ଼ିଶାକୁ ଅସ୍ତବ୍ୟସ୍ତ କରୁଛି। ୧୦ ଜିଲ୍ଲାରେ ବୋହିବ ଝାଞ୍ଜି ପବନ । ଗୁରୁବାର ରାଜ୍ୟର ୨୧ଟି ସହର ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ ଅତିକ୍ରମ କରିଛି। ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ୟ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ନୂଆପଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା Continue Reading
ଭୁବନେଶ୍ବର,୧୯/୫: ଆଜି ହେଉଛି ସଧବା ହିନ୍ଦୁ ନାରୀଙ୍କ ଲାଗି ସବୁଠାରୁ ବଡ଼ ପର୍ବ ସାବିତ୍ରୀ ଓଷା। ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ହିନ୍ଦୁ ସଧବା ମହିଳା।ଆଜି ରାଜ୍ୟର ସବୁଠି ସଧବା ମହିଳାମାନେ ମହାସତୀ ସାବିତ୍ରୀଙ୍କ ପତିଭକ୍ତିକୁ ମନେ ପକାଇ ପୂଜାର୍ଚ୍ଚନା କରୁଛନ୍ତି। କେହି କେହି ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରୁଛନ୍ତି ତ ପୁଣି ଅନ୍ୟମାନେ ଘରକୁ ପୂଜକଙ୍କୁ ଡକାଇ ପୂଜା କରୁଛନ୍ତି। ସକାଳ ହେଉ ହେଉ ମଥାରେ ସିନ୍ଦୂର, ହାତରେ ନୂଆ Continue Reading
ଭୁବନେଶ୍ୱର,୧୮/୫ : ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ବରିଷ୍ଠ ଆଇପିଏସସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ୧୯୯୦ ବ୍ୟାଚ୍ ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ସହ ସିଭିଲ ଡିଫେନ୍ସ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ଅବକାରୀ କମିଶନର ୨୦୦୪ ବ୍ୟାଚ୍ ଆଇପିଏସ୍ ଆଶୀଷ ସିଂଙ୍କୁ କେନ୍ଦ୍ରାଂଚଳ ଆଇଜି ସହ ରାଜ୍ୟ ଫୋରେନ୍ସିକ ସାଇନ୍ସ ଲ୍ୟାବ ଆଇଜି ଦାୟିତ୍ୱ ମିଳିଛି । ରାଜନୀତିକ ଦୃଷ୍ଟିରୁ Continue Reading
ଭୁବନେଶ୍ବର,୧୭/୫: ରାଜ୍ୟପାଳଙ୍କ ସୂଚୀରେ ପରିବର୍ତ୍ତନ ଘଟିଛି। ଆଜି ସନ୍ଧ୍ୟା ୮ଟାରେ ଭୁବନେଶ୍ବରରେ ପହଞ୍ଚିବେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍। ଛୁଟି ସରିବା ପୂର୍ବରୁ ରାଜ୍ୟପାଳ ଓଡ଼ିଶା ଫେରିଆସିବେ। ରାଜ୍ୟପାଳଙ୍କ ଗସ୍ତ କାର୍ଯ୍ୟସୂଚୀରେ ହଠାତ ଏପରି ପରିବର୍ତ୍ତନ ଦେଖିବାକୁ ମିଳିଛି।ପୂର୍ବରୁ ଆଗମୀ ୨୨ ତାରିଖରେ ରାଜ୍ୟପାଳଙ୍କ ଫେରିବା କାର୍ଯ୍ୟକ୍ରମ ରହିଥିଲା। ହେଲେ ସେ ଏବେ ନିର୍ଦ୍ଧାରିତ ସମୟ ପୂର୍ବରୁ ଫେରି ଆସୁଛନ୍ତି ବୋଲି ସୂଚନା ରହିଛି। Continue Reading
ଭୁବନେଶ୍ବର,୧୬/୫: ୧୫ କୋଟି ଟଙ୍କା ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଏକ ରିୟଲ ଇଷ୍ଟେଟ୍ କଂପାନିର ପରିଚାଳନା ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ରାଜଧାନୀ ଭୁବନେଶ୍ବରର ଚନ୍ଦକା ଅଞ୍ଚଳରେ ଫ୍ଲାଟ ଦେବାକୁ କହି ୧୨୭ ଜଣଙ୍କୁ ଠକି ଆସୁଥିବା ମିଶ୍ର କ୍ରିଏସନ୍ ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ (ଏମ୍ଡି) ଜ୍ୟୋତିରଞ୍ଜନ ମିଶ୍ରଙ୍କୁ ଗିରଫ କରିଛି।ସୂଚନା ଅନୁସାରେ ଘରୋଇ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମିଶ୍ରଙ୍କ ଦ୍ବାରା Continue Reading
ଭୁବନେଶ୍ୱର,୧୫/୫: ଆଜିଠାରୁ ଭୁବନେଶ୍ୱରରୁ ଦୁବାଇକୁ ଆରମ୍ଭ ହୋଇଛି ବିମାନ ସେବା । ୬.୩୦ ପରିବର୍ତ୍ତେ ୬.୪୦ରେ ବିମାନ ଉଡାଣ ଆରମ୍ଭ କରିଥିଲା । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି। ଦୁବାଇରୁ ୧୧.୨୫ରେ ଇଣ୍ଡିଗୋର ବିମାନ ୧୭୩ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା ଜ୍ଝ ଏହି ବିମାନ ଭୁବନେଶ୍ବରରେ ୫.୩୦ ରେ ପହଞ୍ଚିଥିଲା । ଏହାପରେ ବିମାନଟିକୁ ୱାଟର କ୍ୟାନନ ମାଧ୍ୟମରେ ସ୍ୱାଗତ କରାଯାଇଥିଲା ଜ୍ଝ Continue Reading
ଭୁବନେଶ୍ବର,୧୫/୫: ଝାରସୁଗୁଡ଼ା ବିଧାୟିକା ଭାବେ ନବନିର୍ବାଚିତା ଦୀପାଳି ଦାସ ଆଜି ଶପଥ ଗ୍ରହଣ କରିଛନ୍ତି। ବିଧାନସଭାରେ ତାଙ୍କୁ ଉପବାଚସ୍ପତି ରଜନୀକାନ୍ତ ସିଂହ ଶପଥ ପାଠ କରାଇଛନ୍ତି। ମାଆ ଓ ଭାଇଙ୍କ ସହ ବିଧାନସଭା ଆସି ଶପଥ ନେଇଛନ୍ତି ଦୀପାଳି।ଏହି ଅବସରରେ କେତେକ ମନ୍ତ୍ରୀ ଓ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ। ଶପଥ ଗ୍ରହଣ କରିବା ପରେ ନିଜର ପ୍ରତିକ୍ରିୟାରେ ଦୀପାଳି ଦାସ କହିଛନ୍ତି, ମୁଁ ଝାରସୁଗୁଡ଼ାବାସୀଙ୍କ ସେବା କରିବି। ଏହାଛଡ଼ା ବାପାଙ୍କ ଅଧୁରା ସ୍ବପ୍ନ Continue Reading
ଭୁବନେଶ୍ବର,୧୪/୫: ଦେଶ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବନ୍ଧା ହେଲେ ୩ ଅଭିଯୁକ୍ତ। ଏମାନଙ୍କୁ ନୟାଗଡ଼ ଓ ଯାଜପୁରରୁ ଗିରଫ କରିଛି ଏସଟିଏଫ୍। ଅଭିଯୁକ୍ତମାନେ ହେଲେ ନୟାଗଡ଼ର ପଠାଣି ସାମନ୍ତ ଲେଙ୍କା, ସରୋଜ କୁମାର ନାୟକ ଓ ଯାଜପୁରର ସୌମ୍ୟ ପଟ୍ଟନାୟକଙ୍କୁ ଗିରଫ କରାଯାଇଛି। ଏସଟିଏଫ୍ ସେମାନଙ୍କ ନିକଟରୁ ୧୯ଟି ଦାମୀ ମୋବାଇଲ, ୪୭ଟି ସିମକାର୍ଡ, ୬୧ଟି ଏଟିଏମ୍ କାର୍ଡ ଓ ୨୩ଟି ସିମ କଭର ଜବତ କରିଛି। ସେମାନେ ଓଟିପି ସେୟାରିଂ ସ୍କାମ କରି କିଛି ପାକିସ୍ଥାନୀ […]Continue Reading




