ଭୁବନେଶ୍ବର, ୧୮/୬: ବିଧାନସଭାରେ ନବ ନିର୍ବାଚିତ ବିଧାୟକ ନେଇଛନ୍ତି ଶପଥ। ପ୍ରଥମେ ବିଧାୟକ ଭାବେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଦୁଇ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ବିଧାନସଭାରେ ବିଧାୟକ ଭାବେ ଶପଥଗ୍ରହଣ କରିଛନ୍ତି। କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମସ୍ତଙ୍କୁ ଶପଥପାଠ କରାଇଛନ୍ତି।ସନ୍ଧ୍ୟା ୫ଟା ଯାଏ ଚାଲିବ ଶପଥ ପାଠ କାର୍ଯ୍ୟକ୍ରମ । ଆଜି ଓ କାଲି ଦୁଇ ଦିନ ବିଧାୟକଙ୍କୁ ଶପଥ ପାଠ କରାଯିବ। Continue Reading
ଭୁବନେଶ୍ୱର,୧୮/୬:ରାଜ୍ୟରେ କେବେ ମୌସୁମୀ ବର୍ଷା ହେବ, ତାତି ଓ ଗୁଳୁଗୁଳିରୁ ମୁକ୍ତି ମିଳିବ ତାହା ସ୍ପଷ୍ଟ ହୋଇପାରୁ ନାହିଁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବର୍ଷା ହେବା ନେଇ ଦିଆଯାଉଥିବା ପୂର୍ବାନୁମାନ ସୂଚନା ଠିକ୍ ହେଉନାହିଁ। ତାରିଖ ପରେ ତାରିଖ ବଦଳୁଥିଲେ ମଧ୍ୟ ଏଯାଏ ରାଜ୍ୟରେ ମୌସୁମୀ ବର୍ଷାର ଦେଖାନାହିଁ।ଫଳରେ ରାଜ୍ୟବାସୀ ତାତି ଓ ଗୁଳୁଗୁଳିରେ ଛଟପଟ ହେବା ସହ ପାଣିପାଗ ବିଭାଗର ସୂଚନାକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିବା Continue Reading
ଭୁବନେଶ୍ବର,୧୭/୬: ବିଦ୍ୟାଳୟଗୁଡ଼ିକ ଆସନ୍ତାକାଲି ଖୋଲିବ କି ନାହିଁ ଏନେଇ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ। ପାଗ ଅନୁକୂଳ ଥିଲେ ପିଲାମାନେ ସକାଳ ସାଢ଼େ ୬ଟାରୁ ବିଦ୍ୟାଳୟକୁ ପଢ଼ିବାକୁ ଯିବେ।ପୂର୍ବାହ୍ଣ ସାଢ଼େ ୧୦ଟା ପର୍ଯ୍ୟନ୍ତ ସ୍କୁଲ ଖୋଲା ରହିବ। ଗଣମାଧ୍ୟମକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ନେଇ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର Continue Reading
By Our Correspondent Bhubaneswar, Jun 16 : SS Innovations, the developer of India’s first Indigenous surgical robotic system- SSI Mantra, dedicated to making advanced robotic surgeries cost-effective and accessible to a global population, today launched SSI Mantra 3, which is the next generation, most advanced version of the Mantra surgical robot system. Alongside, it has Continue Reading
ଭୁବନେଶ୍ବର,୧୬/୬: ଆଜି ଶେଷ ରଜ। ଏହାକୁ ବେଶ ଧୂମଧାମରେ ପାଳନ କରୁଛନ୍ତି ଓଡ଼ିଶାବାସୀ। ଚାରିଆଡ଼େ ଉତ୍ସବର ମାହୋଲ ଦେଖିବାକୁ ମିଳୁଥିବା ବେଳେ ପିଠାପଣାର ମହକରେ ବାସି ଉଠୁଛି ପ୍ରତିଟି ଓଡ଼ିଆ ଘର। ଆଜି ରବିବାର ହୋଇଥିବାରୁ ସକାଳୁ ସକାଳୁ ଆମିଷ ମାର୍କେଟରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଲାଣି।ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବଜାରକୁ ପର୍ୟ୍ୟାପ୍ତ ପରିମାଣର ମାଛ, ଚିକେନ, ମଟନ, ଚିଙ୍ଗୁଡ଼ି ଓ କଙ୍କଡା ମଧ୍ୟ ଅଣାଯାଇଛି । ତିନି ଦିନ ଧରି ପାଳନ ହେଉଥିବା ଏହି Continue Reading
ଭୁବନେଶ୍ବର, ୧୫/୬: ଆସନ୍ତା ୧୮ ତାରିଖରେ ଖୋଲିବ ରାଜ୍ୟର ସମସ୍ତ ବିଦ୍ୟାଳୟ। ପ୍ରଥମ ଦିନରୁ ହିଁ ଓଡ଼ିଶାର ସବୁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦିଆଯିବା ଲାଗି ନୂଆ ସରକାର ନିର୍ଦ୍ଦେଶ ଦେଇଛନ୍ତି।ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଏହି ବ୍ୟବସ୍ଥା କରାଯିବାକୁ କୁହାଯାଇଛି। ଯେପରି କେହି ବି ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ଧ୍ୟାନ ଦେବାକୁ ସରକାର ତାଗିଦ୍ କରିଛନ୍ତି। ସମସ୍ତ ଡିଇଓଙ୍କୁ ପିଏମ୍ ପୋଷଣ ନୋଡାଲ୍ ଅଧିକାରୀ ଏନେଇ Continue Reading
ଭୁବନେଶ୍ବର,୧୫/୬: ଭୁବନେଶ୍ବରରେ ପହଞ୍ଚିଲା କୁଏତ୍ ଅଗ୍ନିକାଣ୍ଡରେ ମୃତ ଦୁଇ ଓଡ଼ିଆଙ୍କ ମର ଶରୀର। ସ୍ବତନ୍ତ୍ର ବିମାନ ଯୋଗେ ମୃତ ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼ଙ୍କର ମର ଶରୀର ପହଞ୍ଚିଛି।ଏହି ଅବସରରେ ଶେଷ ଦର୍ଶନ କରିଛନ୍ତି ଓଡ଼ିଶାର ଦୁଇ ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓଏବଂ ପ୍ରଭାତୀ ପରିଡ଼ା ଓ କ୍ୟାବିନେଟ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।ଏତଦବ୍ୟତୀତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ ଓ କାମଚଳା ବାଚସ୍ପତି Continue Reading
ଭୁବନେଶ୍ୱର,୧୪/୬: ସପ୍ତଦଶ ବିଧାନସଭାର କାମଚଳା ବାଚସ୍ପତି ଭାବେ ଶୁକ୍ରବାର ଶପଥ ନେଇଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ। ରାଜ୍ୟପାଳ ରଘୁବର ଦାସ ରଣେନ୍ଦ୍ରଙ୍କୁ ଶପଥ ପାଠ କରାଇଛନ୍ତି। ତେବେ ୧୮ ଓ ୧୯ରେ ନବ ନିର୍ବାଚିତ ବିଧାୟକଙ୍କୁ ରାଜ୍ୟପାଳ ଶପଥ ପାଠ କରାଇବେ। ୨୦ ତାରିଖରେ ବାଚସ୍ପତି ନିର୍ବାଚନ ମଧ୍ୟ ପରିଚାଳନା କରିବେ।ସେ ତାଙ୍କର ଏହି ଶପଥ ପାଠରେ କହିଛନ୍ତି, ସରକାରଙ୍କ ଦ୍ୱାରା ଗଠିତ ହୋଇଥିବା ସପ୍ତଦଶ ବିଧାନସଭାର କାମଚଳା ବାଚସ୍ପତି ଭାବେ ନିଯୁକ୍ତ Continue Reading
ଭୁବନେଶ୍ବର, ୧୪/୬: ଆଜି ପହିଲି ରଜ। ରଜ ପର୍ବ ପାଇଁ ଆଜି ସାରା ରାଜ୍ୟ ଉତ୍ସବ ମୁଖର । ଓଡ଼ିଶାର ପାରମ୍ପରିକ ଗଣ ପର୍ବ ରଜ। ତିନି ଦିନ ଧରି ଗାଁଠୁ ସହର ସବୁଠୁ ରଜର ଆସର ଜମିଥାଏ। ପହିଲି ରଜରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କର ମଙ୍ଗଳ କାମନା କରିଛନ୍ତି।କେନ୍ଦ୍ର Continue Reading
ଭୁବନେଶ୍ବର, ୧୩/୬: ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାମରେ ଫେକ୍ ଆଇଡି ଖୋଲା ହୋଇଛି। ଶ୍ରୀ ମାଝୀ ମୁଖ୍ୟମନ୍ତ୍ରୀ ହେବାର ୨୪ ଘଣ୍ଟା ନପୁରୁଣୁ ତାଙ୍କ ନାମରେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ଫେକ୍ ଆକାଉଣ୍ଟ ଖୋଲାଯାଇ ତାଙ୍କୁ ବଦ୍ନାମ କରିବାକୁ ଉଦ୍ୟମ କରାଯାଇଛି।ସେହି ଫେକ୍ ଆକାଉଣ୍ଟରେ ଫେକ୍ ନ୍ୟୁଜ୍ ପୋଷ୍ଟ ହେଉଛି, ଯାହାକି ଅନେକଗୁଡ଼ିଏ ଡିଜିଟାଲ ଓ ଟେଲିଭିଜନରେ ପ୍ରକାଶ ପାଇଛି। ଏଘଟଣା ସଂର୍ପରେ ସରକାର ଜାଣିବା ପରେ ସ୍ପଷ୍ଟୀକରଣ Continue Reading




