Home Posts tagged Bhubaneswar (Page 124)
Odisha News
ଭୁବନେଶ୍ବର, ୧୧/୭: ଶ୍ରୀଜିଉମାନଙ୍କୁ ଆଡ଼ପ ମଣ୍ଡପରେ ବିଜେ କରାଯିବା ପୂର୍ବରୁ ଗତ ମଙ୍ଗଳବାର ଦିନ ପହଣ୍ଡି ସମୟରେ ଘଟିଥିବା ଅଘଟନ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଚିନ୍ତା ପ୍ରକଟ କରିଛନ୍ତି। ଶ୍ରୀ ପଟ୍ଟନାୟକ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ନିଜର କ୍ଷୋଭ ପ୍ରକାଶ କରିଛନ୍ତି।ଚିଠିରେ ସେ ଉଲ୍ଲେଖ କରିଛନ୍ତି, ଚଳିତ ବର୍ଷ ଆଡ଼ପ ମଣ୍ଡପକୁ ବଡ଼ଠାକୁରଙ୍କ ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା, ତାହା Continue Reading
Odisha News
ଭୁବନେଶ୍ୱର,୧୦/୭: ଶେଷ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ୩ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ୫ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସର୍ବନିମ୍ନ ମଜୁରୀ ସଂଶୋଧନ ପ୍ରସ୍ତାବରେ ମୋହର ବାଜିଛି । ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୩୫୨ରୁ ୪୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି ମୋହନ ସରକାର। ଏଥିସହ ଶ୍ରମିକଙ୍କ ବ୍ୟତୀତ ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀଙ୍କ ମଧ୍ୟ ମଜୁରୀ Continue Reading
Odisha News
ଭୁବନେଶ୍ୱର,୯/୭ : ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ତତ୍ପର ହୋଇଛି ସ୍ୱାସ୍ଥ୍ୟ ବିଭାଗ। ଗତ ୫ ବର୍ଷ ଭିତରେ ରାଜ୍ୟର ଯେଉଁ ଅଞ୍ଚଳ ଡେଙ୍ଗୁ ହଟ୍ସ୍ପଟ୍ ରହିଆସିଛି, ସେସବୁ ଅଞ୍ଚଳକୁ ମ୍ୟାପିଂ କରିବା ସହ ସେଠାରେ ସର୍ବେକ୍ଷଣ ଆରମ୍ଭ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ।ମୌସୁମୀ ଓ ଏହାର ପରବର୍ତ୍ତୀ ସମୟରେ ଡେଙ୍ଗୁ ଓ Continue Reading
Odisha News
ଭୁବନେଶ୍ବର, ୯/୭: ରାଜଧାନୀରେ ଏକ ଭଡ଼ା ଘରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେସିଆଣି ନିକଟ ଶ୍ରୀରାମନଗର ବସ୍ତି ଅଞ୍ଚଳରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ।ଭଡ଼ା ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ମଞ୍ଚେଶ୍ୱର ଥାନା ପୁଲିସ। ମୃତ ଯୁବତୀଙ୍କ ନା କଶିସ୍ ଓ ତାଙ୍କ ଘର ଉତ୍ତରପ୍ରଦେଶରେ ବୋଲି ସୂଚନା ମିଳିଛି।ଭଡ଼ାଟିଆଙ୍କ କହିବା ଅନୁସାରେ, ଉକ୍ତ ଯୁବତୀଙ୍କୁ ଘରୋଇ କେୟାର ଟେକର ଭାବେ ରଖିଥିଲେ। Continue Reading
Odisha News
ଭୁବନେଶ୍ୱର, ୮/୭: ପୁଣି ଥରେ ଅଡୁଆରେ ପଡିଲେ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର । ତାଙ୍କ ସହ ସିଙ୍ଗର ରୁକୁ ସୁନାଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି । ଏଥର ଭଜନକୁ ନେଇ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି ।ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ନାଁରେ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ କରିଛନ୍ତି ମାନବାଧିକାର କର୍ମୀ ଶିବ ସୁନ୍ଦର ସ୍ଵାଇଁ।ସାମାଜିକ ଗଣମାଧ୍ୟମରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଉଭୟ ହ୍ୟୁମାନ […]Continue Reading
Odisha News
ଭୁବନେଶ୍ୱର,୭/୭: ପାରାଦୀପର ପୂର୍ବତନ ବିଧାୟକ ତଥା ବିଜେଡି ନେତା ସମ୍ବିତ ରାଉତରାୟ ନିର୍ବାଚନର ମାସକ ପରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ନବୀନ ହାରିନାହାନ୍ତି, ତାଙ୍କୁ ସୁଚିନ୍ତିତ ଭାବେ ହରାଇ ଦିଆଯାଇଛି।‘ଢୋଲ ଭିତରେ ମୂଷା ରହିଲେ, ମୂଷା କିଏ ଆପଣ ଜାଣିଥିବେ ବୋଲି ସେ ଖବରଦାତାମାନଙ୍କୁ କହିଛନ୍ତି। ଆଜି ନ ହେଲେ କାଲି ସେ ମୂଷା କଢ଼ା ହେବେ ବୋଲି ସମ୍ବିତ କହିଛନ୍ତି।ସେ କହିଛନ୍ତି, ସରକାର ବହୁତ କାମ କରିଛନ୍ତି, ତଥାପି ଲୋକ ଆମକୁ ହରାଇଦେଲେ। Continue Reading
Odisha News
ଭୁବନେଶ୍ୱର,୫/୭ : ବିଭିନ୍ନ ରାଜ୍ୟ ପାଇଁ ଆଜି ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କରିଛି ବିଜେପି। ବିଜୟପାଲ ସିଂ ତୋମାରଙ୍କୁ ଦଳ ଓଡ଼ିଶାର ପ୍ରଭାରୀ ଦାୟିତ୍ୱ ଦେଇଛି।ସେହିପରି ଲତା ଉସେଣ୍ଡିଙ୍କୁ ଓଡ଼ିଶାର ସହପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ବିଜୟପାଲ ସିଂ ତୋମାର ପୂର୍ବରୁ ଓଡ଼ିଶାର ନିର୍ବାଚନ ପ୍ରଭାରୀ ଥିଲେ। ଡି. ପୂରନ୍ଦେଶ୍ୱରୀ ରାଜ୍ୟ ବିଜେପି ପ୍ରଭାରୀ ଥିଲେ।ପୂରନ୍ଦେଶ୍ୱରୀଙ୍କ ବଦଳରେ ଦଳ ବିଜୟପାଲ ସିଂ ତୋମାରଙ୍କୁ ଦଳ ପ୍ରଭାରୀ ନିଯୁକ୍ତ କରିଛି। ସେହିପରି Continue Reading
Odisha News
ଭୁବନେଶ୍ବର, ୫/୭: ଓଡ଼ିଶାର ଅଭୟାରଣ୍ୟରେ ମହାବଳ ବାଘବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ଏଥି ପାଇଁ ବାହାର ରାଜ୍ୟରୁ ମହାବଳ ବାଘ ଆଣିବେ। ଏହାକୁ ରାଜ୍ୟର ୨ଟି ଅଭୟାରଣ୍ୟରେ ଛାଡ଼ିବେ। ବନ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି।ସୂଚନା ଅନୁସାରେ ରାଜ୍ୟ ସରକାର ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ୫ଟି ମହାବଳ ବାଘ ଆଣିବାକୁ ଯୋଜନା କରିଛନ୍ତି। ସମ୍ବଲପୁର ଜିଲ୍ଲା ଡେବ୍ରିଗନ ଅଭୟାରଣ୍ୟ ପାଇଁ ୩ଟି ଓ ମୟୂରଭଂଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ପାଇଁ Continue Reading
Odisha News
ଭୁବନେଶ୍ୱର,୫/୭: ରାଜ୍ୟରେ ୫ କୋଟି ଗଛ ଲାଗିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ବୃକ୍ଷରୋପଣରେ ଓଡ଼ିଶା ଦେଶରେ ଏକ ନମ୍ବର ହେବ। ‘ଏକ୍ ପେଡ୍ ମାଆ କେ ନାମ୍’ କାର‌୍ୟ୍ୟକ୍ରମରେ ୧ ଲକ୍ଷ ୪୫ ହଜାର ଗଛ ଲାଗିଛି। ଓଡ଼ିଶା ଦେଶରେ ୧ ନଂ ହୋଇଥିବା ବେଳେ ୪୮ ହଜାର ଗଛ ଲଗାଇ କେରଳ ଦ୍ୱିତୀୟ ସ୍ଥାନରେ ରହିଛି।ରାଜ୍ୟରେ ୫ କୋଟି ଗଛ ଲାଗିବାକୁ ଥିବା ବେଳେ ସରକାର ୨.୨୦ କୋଟି ଗଛ ଲଗାଇବେ। […]Continue Reading
Odisha News
ଭୁବନେଶ୍ବର, ୫/୭: କାକଟପୁରର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କର ପରଲୋକ ହୋଇ ଯାଇଛି। ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିବା ସୁରେନ୍ଦ୍ରନାଥ ନାୟକଙ୍କର ଗତକାଲି ବିଳମ୍ବିତ ରାତିରେ ଦେହାନ୍ତ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ଭୁବନେଶ୍ୱରସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଘନିଷ୍ଠ ସହଯୋଗୀ ଥିଲେ ସୁରେନ୍ଦ୍ରନାଥ ନାୟକ । Continue Reading