Home Posts tagged Bhubaneswar (Page 122)
Odisha News
ଭୁବନେଶ୍ୱର, ୯/୧୧: ଗୋଟିଏ ପରେ ଗୋଟିଏ ଘୋଷଣା କରି ରାଜ୍ୟ ବାସୀଙ୍କୁ ଚକିତ କରୁଛନ୍ତି ମୋହନ ସରକାର । ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କ ପାଇଁ ସରକାର ବଡ଼ ଘୋଷଣା କରିଛନ୍ତି ।ଯେଉଁମାନେ ଆଜି ଯାଏ ବିଭିନ୍ନ ପଦ୍ମ ସମ୍ମାନରେ ସମ୍ମାନିତ ହୋଇଛନ୍ତି ସେମାନଙ୍କୁ ସରକାର ମାସିକ ସହାୟତା ପ୍ରଦାନ କରିବେ । ପଦ୍ମ ବିଜେତାଙ୍କୁ ରାଜ୍ୟ ସରକାର ମାସକୁ ୩୦ ହଜାର ଟଙ୍କାର ସହୟତା ରାଶି ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ […]Continue Reading
Odisha News
ଭୁବନେଶ୍ୱର, ୯/୧୧ : ପରିବାର ଓ ସମ୍ପର୍କୀୟ ଜଣାଇଲେ ନାହିଁ। ତରବରିଆ ଭାବେ ପୂର୍ବତନ ବିଧାୟକଙ୍କ ପତ୍ନୀଙ୍କ ମୃତଦେହକୁ ଶଶ୍ମାନରେ ପୋଡ଼ି ଦେଉଥିଲେ ତାଙ୍କ ବୋହୂ। ପରିବାର ଲୋକଙ୍କଠାରୁ ଅଭିଯୋଗ ପାଇ ପୁଲିସ୍ ଶ୍ମଶାନରେ ପହଞ୍ଚି ନିଆଁ ଲିଭାଇ ଦରପୋଡ଼ା ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଆଜି ମଧ୍ୟରେ ଏପରି ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି।ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ହେଉଛନ୍ତି ଅଜୟ କୁମାର ଜେନା। ତାଙ୍କ ଧର୍ମପତ୍ନୀ Continue Reading
Odisha News
ଭୁବନେଶ୍ୱର,୯/୧୧: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ଆସନ୍ତା ୨୪ ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଆସିବ। ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦ ଲକ୍ଷରୁ ଅଧିକ ହିତାଧିକାରୀ ଏହାଦ୍ୱାରା ଉପକୃତ ହେବେ। ସୁନ୍ଦରଗଡ଼ରେ ସ୍ୱତନ୍ତ୍ର କାର୍ଯ୍ୟାକ୍ରମରେ ୩ୟ ପର୍ଯ୍ୟାୟ ଟଙ୍କା ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।ଏ ପର୍ଯ୍ୟନ୍ତ ଏହି ଯୋଜନାରେ Continue Reading
Odisha News
ଓଡ଼ିଶା, ୯/୧୧ : ମଦ୍ୟପାନ କରି ଗାଡ଼ି ଚଳାଉଥିବା ‘ମୋ ବସ୍’ ଡ୍ରାଇଭରଙ୍କ ବିରୋଧରେ ଆକ୍ସନ ମୋଡରେ କ୍ରୁଟ୍ । ମଦ ପିଇ ଡ୍ୟୁଟି କରୁଥିବା ଅଭିଯୋଗରେ ଜଣେ ବସ୍ ଗାଇଡ୍ ଓ କ୍ୟାପଟେନଙ୍କୁ ନିଲମ୍ବିତ କରିଛି କ୍ରୁଟ୍। ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ତୁରନ୍ତ ର୍କାଂ୍ୟରୁ ନିଲମ୍ବନ କରାଯାଇଥିବା କ୍ରୁଟ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।ସେପଟେ ଏଣିକି ପ୍ରତିଦିନ ମଦ୍ୟପାନ ପରୀକ୍ଷଣ କରାଯିବ ଏବଂ ଧରାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ କ୍ରୁଟ୍ କହିଛି। ମଦ୍ୟପାନ କରି Continue Reading
Odisha News
ଭୁବନେଶ୍ୱର,୮/୧୧: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଲଘୁଚାପରେ ପରିଣତ ହେବା ପରେ ପଶ୍ଚିମ ଦିଗକୁ ଗତି କରିବ ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଦୁଇଦିନ ପର‌୍ୟ୍ୟନ୍ତ ତାମିଲନାଡୁ, ଶ୍ରୀଲଙ୍କା ଆଡ଼େ ମୁହାଁଇବ।ଏହାର ପ୍ରଭାବରେ ୧୨ ପର‌୍ୟ୍ୟନ୍ତ ଦକ୍ଷିଣ ଭାରତରେ ପ୍ରବଳ ବର୍ଷା Continue Reading
Odisha News
ଭୁବନେଶ୍ଵର, ୮/୧୧: ସଂଶୋଧିତ ଅନୁମୋଦିତ ହସ୍ତଶିଳ୍ପ ତାଲିକା ପ୍ରକାଶ ପାଇଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ୫୫ ଗୋଟି ହସ୍ତଶିଳ୍ପକୁ ବିଭାଗୀୟ ଅନୁମୋଦନ ମିଳିଛି ।ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏହାକୁ ଅନୁମୋଦନ କରିଛନ୍ତି । ପୂର୍ବରୁ ୫୧ ଗୋଟି ହସ୍ତଶିଳ୍ପକୁ ଅନୁମୋଦନ ମିଳିଥିଲା । ଏବେ ଏହି ତାଲିକାକୁ ସଂଶୋଧନ କରାଯାଇ ନୂତନ ଭାବେ ୫୫ ଗୋଟି ହସ୍ତଶିଳ୍ପକୁ ରାଜ୍ୟ ସରକାରଙ୍କ ମାନ୍ୟତପ୍ରାପ୍ତ ହସ୍ତଶିଳ୍ପ ତାଲିକାରେ Continue Reading
Odisha News
ଭୂବନେଶ୍ୱର,୮/୧୧: ବିଜେଡି ନେତା ତଥା ଛେଣ୍ଡିପଦାର ପୂର୍ବତନ ବିଧାୟକ ସୁଶାନ୍ତ ବେହେରା ନିଜ ଦଳ ବିରୋଧରେ ମୁହଁ ଖୋଲିଛନ୍ତି। ଗତ ନିର୍ବାଚନରେ ବିଜେଡି ହାରିବାର ବଡ଼ କାରଣ ମଧ୍ୟ ସେ କହିଛନ୍ତି। ଦଳର ପରାଜୟ ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ଦାୟୀ ବୋଲି ସେ ଖୋଲାଖୋଲି କହିଛନ୍ତି।ସୁଶାନ୍ତ କହିଛନ୍ତି ଯେ, ଗତ ନିର୍ବାଚନରେ ଦଳର ସଭାପତି ନବୀନ ପଟ୍ଟନାୟକ ନିଜେ ସମସ୍ତ ସଭାସମିତିରେ ଯୋଗ ଦେବା ବଦଳରେ ତାଙ୍କ ପ୍ରତିନିଧି ଯୋଗ ଦେବା ଯୋଗୁ ଦଳର କିଛି […]Continue Reading
Odisha News
ଭୁବନେଶ୍ୱର, ୮/୧୧ : ଭୁବନେଶ୍ୱରରେ ଲଭ୍ ଜିହାଦ୍‌! ଧରାପଡ଼ିଲେ କଶ୍ମୀର ଯୁବକ। ଅଭିଯୁକ୍ତ କଶ୍ମୀର ଯୁବକକୁ କଟକରେ ପୁଲିସ୍ ଅଟକ ରଖିଛି। ଅନ୍‌ଲାଇନ୍ ଗେମ୍‌ରୁ ଆରମ୍ଭ ହୋଇଥିଲା ହିନ୍ଦୁ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ। ଜଗତସିଂହପୁରର ଯୁବତୀଙ୍କୁ ନେବା ପାଇଁ ଆସିଲା ବେଳେ ମାଡ଼ି ବସିଲା ପୁଲିସ୍‌।ଫ୍ରି ଫାୟାର୍ ଗେମ୍ ଖେଳୁଥିବା ବେଳେ ରୀମା(ଛଦ୍ମନାମ) ୨୦୨୨ ମସିହାରେ ସମୀରଙ୍କ ସଂସ୍ପର୍ଶରେ ଆସିଥିଲେ। ସମୀରଙ୍କ ଘର ବିହାରରେ ହୋଇଥିବା କଶ୍ମୀରରେ ଚାକିରି Continue Reading
Odisha News
ଭୁବନେଶ୍ୱର, ୮/୧୧: ପରିବାର ସୁଖ ଏବଂ ସମୃଦ୍ଧି ପାଇଁ ମହିଳାମାନେ ଆରମ୍ଭ କରିଥିବା ‘ଛଟ୍‌’ ପୂଜାର ଆଜି ହେଉଛି ତୃତୀୟ ଦିନ । ଆଜି ବ୍ରତଧାରୀ ମହିଳାମାନେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି । ଏଥିପାଇଁ ବିଭିନ୍ନ ଜଳାଶୟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।ଓଡ଼ିଶାରେ ମଧ୍ୟ ବିଭିନ୍ନ ଜଳାଶୟ ଏହି ପ୍ରସିଦ୍ଧ ବ୍ରତ ବିଦ୍ଧି ଦେଖିବାକୁ ମିଳିଛି । ବିଶେଷ କରି ବିହାରର ମହିଳାମାନେ କୂଆଖାଇ ନଦୀପଠାରେ ଆୟୋଜିତ ପୂଜାରେ ଅସ୍ତଗାମୀ Continue Reading
Odisha News
ଭୁବନେଶ୍ୱର ,୭/୧୧ : ରାଜ୍ୟରେ ପିଡିଏସ୍ ହିତାଧିକାରୀଙ୍କୁ ଗହମ ମିଳିବା ବନ୍ଦ ରହିଥିଲା। ହେଲେ ଆସନ୍ତା ବର୍ଷରୁ ସେମାନଙ୍କୁ ଚାଉଳ ସହ ଗହମ ମିଳିବ । ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ଚାଉଳ ସହ ଗହମ ମିଳିବ ବୋଲି ଗୁରୁବାର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।ମନ୍ତ୍ରୀ କହିଛନ୍ତି, କିଛି ହିତାଧିକାରୀ ଗହମ ଚାହୁଁଥିବା ବେଳେ କିଛି ଚାହୁଁନାହାନ୍ତି। ଏବେ ଗହମ ଆସିଛି, ସରକାରୀସ୍ତରରେ କାମ ବାକି ଥିବାରୁ ୨ ମାସ […]Continue Reading