ଭୁବନେଶ୍ବର,୮/୧୨ : ଓଡ଼ିଶା ପୋଲିସର ଅନ୍ୟତମ ଚର୍ଚ୍ଚିତ ଅଧିକାରୀ ଧୀରେନ୍ଦ୍ର ସମ୍ଭାଜୀ କୁଟ୍ଟେ(ଡିଏସ କୁଟ୍ଟେ) କେନ୍ଦ୍ରୀୟ ଡେପୁଟେସନ୍ରେ ଯିବେ। ତାଙ୍କୁ କେନ୍ଦ୍ର ସରକାର ବିଏସଏଫ ଆଇଜି ଭାବେ ନିଯୁକ୍ତ କରିଛନ୍ତି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖା ହୋଇଛି। ୧୯୯୭ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଡିଏସ୍ କୁଟ୍ଟେ ଏବେ ରାଜ୍ୟ ସରକାରଙ୍କ ଗୃହ ବିଭାଗରେ ଓଏସ୍ଡି ପଦବିରେ ଅଛନ୍ତି। କୁଟ୍ଟେ ୨୦୨୮ ମସିହାରେ ଅବସର Continue Reading
ଚାଷୀଙ୍କ ଖାତାକୁ ଗଲା ୮୦୦ ଟଙ୍କା ଇନ୍ପୁଟ୍ ସବ୍ସିଡି, ବରଗଡ଼ ସୋହେଲା ଚାଷୀ ସମାବେଶରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୮/୧୨: ଖାତାକୁ ଗଲା ଟଙ୍କା। ବରଗଡ଼ ସୋହେଲାରେ ଚାଷୀଙ୍କୁ ଇନପୁଟ ସହାୟତା ପ୍ରଦାନ କରିଛନ୍ତି ମୋହନ ସରକାର। ଚାଷୀଙ୍କ ଖାତାକୁ ଆସିଛି ୮୦୦ ଟଙ୍କାର ଇନପୁଟ ସହାୟତା। କେନ୍ଦ୍ର ସରକାରଙ୍କ ୨୩୦୦ ଗଝଚ ସହ ୮୦୦ ଇନପୁଟ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ।ରାଜ୍ୟ ସରକାର ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୮ ଶହ ଟଙ୍କାର ଇନ୍ପୁଟ ସବ୍ସିଡି ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଚାଷୀଙ୍କୁ ଧାନର ଇନ୍ପୁଟ ସହାୟତା ରାଶି Continue Reading
ଭୁବନେଶ୍ୱର, ୭/୧୨ : ଓଡିଶାରେ ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରୀୟ ଆର୍ଥିକ ବ୍ୟାପାର କ୍ୟାବିନେଟ କମିଟି ମଞ୍ଜୁରୀ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ Continue Reading
ଭୁବନେଶ୍ୱର, ୭/୧୨ : ଆଜି ପୁଣି ଗୃହରେ ଛତୁଆ ଅପ୍ରମିଶ୍ରଣ ପ୍ରସଙ୍ଗ ଉଠିଛି । ଏସଏସଜି ଗ୍ରୁପ୍ ଅପମିଶ୍ରିତ ଛତୁଆ ଦେଉଥିବା ନେଇ ସ୍ପଷ୍ଟ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ସମ୍ପୃକ୍ତ ଗ୍ରୁପ୍ ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଉପ ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ଦେଇଛନ୍ତି ।ଉପମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଅନୁସାରେ ୧୨୫ଟି ଏସଏସଜି ଗ୍ରୁପ ଅପମିଶ୍ରୀତ ଛତୁଆ ଦେଉଥିବା ନଜରକୁ ଆସିଥିଲା । ସେମାନଙ୍କ ବିରୋଧରେ Continue Reading
ଭୁବନେଶ୍ୱର, ୭/୧୨ : ରାଜଧାନୀ ଘରଭଡ଼ା ଦେବା ନାଁରେ ଡେଣ୍ଟିଷ୍ଟଙ୍କୁ ଚୂନ ଲଗାଇଲେ ଦଲାଲ। ଘରଭଡ଼ା ଦେବାକୁ କହି ୨ମାସର ଅଗ୍ରୀମ ଟଙ୍କା ନେଇଗଲା। ହେଲେ ଶେଷରେ ନାଁ ଘର ମିଳିଲା, ନାଁ ଟଙ୍କା ଫେରିପାଇଲେ ଡେଣ୍ଟିଷ୍ଟ। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଏନେଇ ଡେଣ୍ଟିଷ୍ଟ ଜ୍ୟୋତିପ୍ରକାଶ ସାହୁ ଇନଫୋସିଟି ଥାନାରେ ଅଭିଯୋଗ କରିଛନ୍ତି।ଯାଜପୁରରୁ ଆସିଥିବା ଜ୍ୟୋତି ପ୍ରକାଶ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଇଣ୍ଟର୍ନସିପ ପାଇଁ ଆସିଥିଲେ। ରାସ୍ତାକଡ଼ରେ Continue Reading
ଭୁବନେଶ୍ୱର,୭/୧୨: ରାଜ୍ୟରେ ତାପମାତ୍ରା କମିବ। ଆଜିଠାରୁ ଅର୍ଥାତ୍ ଶନିବାରଠାରୁ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବା ସହିତ ଥଣ୍ଡା ମଧ୍ୟ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।୯ ତାରିଖରୁ ତାପମାତ୍ରା କମିବା ସହିତ ଥଣ୍ଡା ବଢ଼ିବ।ସେହିପରି ୧୦ ତାରିଖରୁ ଉପକୂଳ ଓ ପଶ୍ଚିମ ଓ ରାତି ତାପମାତ୍ରା କମିବାର ସମ୍ଭାବନା ରହିଛି। ଏହାଯୋଗୁ ଶନିବାର ଅଳ୍ପ କୁହୁଡ଼ି ଦେଖାଦେଇପାରେ।Continue Reading
ଭୁବନେଶ୍ୱର, ୬/୧୨ : ଧାନ ଚାଷୀଙ୍କୁ ଅମଳ ଚିନ୍ତା। କାରଣ ଆସୁ ବର୍ଷା! ଆଗାମୀ ୮ ଓ ୯ ତାରିଖରେ ରାଜ୍ୟରେ କିଛି ଜିଲ୍ଲାରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏଥିସହ ରାଜ୍ୟର କିଛି ଜିଲ୍ଲାରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି। ତେଣୁ ପ୍ରବର ଶୀତ ହେବ ବୋଲି ଆକଳନ କରାଯାଉଛି।ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର […]Continue Reading
ଭୁବନେଶ୍ୱର,୫/୧୨: ଝଟକିଲା ନୂଆ ନ୍ୟାୟିକ କୋଠା। ଚାରି ଦଶନ୍ଧି ପରେ ଚମକିଲା ଭୁବନେଶ୍ୱର ନୂଆ ଜୁଡିସିଆଲ୍ କମ୍ପ୍ଲେକ୍ସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ଲୋକାର୍ପିତ ହୋଇଛି ଭବ୍ୟ କୋଠା।ରାଜ୍ୟପାଳ ରଘୁବର ଦାସ, ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂଙ୍କ ଉପସ୍ଥିତିରେ ଏହି କଂପ୍ଳେକ୍ସର ଲୋକାର୍ପଣ କରିଛନ୍ତି ରାଷ୍ଟ୍ରପତି। ପରେ ଅଭିଭାଷଣ ରଖି ସାଧାରଣ ଜନତାଙ୍କୁ ତ୍ୱରିତ ନ୍ୟାୟ ଓ ନ୍ୟାୟିକ ସାକ୍ଷରତା ଉପରେ ଗୁରୁତ୍ୱାରୋପ Continue Reading
ଭୁବନେଶ୍ବର, ୫/୧୨ : ବିଗତ ୩ ବର୍ଷରେ ବ୍ରଜପାତ ନେଲାଣି ୧୦୫୭ ଜୀବନ। ଆଜି ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।ସେ କହିଛନ୍ତି, ଗତ ୩ ବର୍ଷରେ ବ୍ରଜପାତ ନେଲାଣି ୧୦୫୭ ଜୀବନ। କେବଳ ଏଇ ୭ ମାସ ମଧ୍ୟରେ ଗଲାଣି ୨୦୧ ଜୀବନ। ସେହିପରି ୨୦୨୩-୨୪ ରେ ୨୭୨ ଜଣ ପ୍ରାଣ ହରାଇଥିଲେ। ୨୦୨୨-୨୩ ରେ ମଧ୍ୟ ୩୦୬ ଜଣଙ୍କ ଜୀବନ ନେଇଥିଲା ବଜ୍ରପାତ।ଗତ ୩ ବର୍ଷରେ […]Continue Reading
ଭୁବନେଶ୍ୱର, ୫/୧୨ : ଜୀବନ ନେଇଗଲା ଅନଲାଇନ ଗେମ୍। ମୋବାଇଲରେ ଗେମ୍ ଖେଳି ଲକ୍ଷାଧିକ ଟଙ୍କା ହରାଇବା ପରେ ଶେଷରେ ଜୀବନ ହାରିଲେ ଯୁବକ। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ମୃତ ଯୁବକଙ୍କୁ ୨୨ବର୍ଷ ହୋଇଥିବା ଜଣାଯାଇଛି।ଲିଙ୍ଗରାଜ ଥାନା ତିନିମୁଣ୍ଡିଆ ଛକ ଅଞ୍ଚଳରେ ରହୁଥିବା ଯୁବକ ନିଜ ଘରେ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା Continue Reading




