Home Posts tagged Bhubaneswar (Page 104)
Odisha News
ଭୁବନେଶ୍ୱର,୨/୧୦ : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଦକ୍ଷିଣ ପୂର୍ବ ବାଂଲାଦେଶ ଉପରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ।କ୍ରମଶଃ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ନିକଟରେ ଲଘୁଚାପର ରୂପ ନେବ। ହେଲେ ଏହା ଅଧିକ ଘନୀଭୂତ ଆଶଙ୍କା କମ୍।ଏହା କେବଳ ଲଘୁଚାପ ହୋଇ ଉପକୂଳ ଅତିକ୍ରମ କରିବ। ବର୍ତ୍ତମାନ ଏହାକୁ ନେଇ କୌଣସି ବାତ୍ୟା ଭୟ ନଥିବା କହିଛନ୍ତି ଭାରତୀୟ ପାଣିପାଗ Continue Reading
Odisha News
ଭୁବନେଶ୍ୱର,୨/୧୦: ବଦଳିବ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ । ଏଣିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ସବୁଜ ବଦଳରେ ପିନ୍ଧିବେ ବାଦାମୀ ରଙ୍ଗର ଡ୍ରେସ୍ ।ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ସମସ୍ତଙ୍କୁ ଡ୍ରେସ ମିଳିବ। ଏହା ସବୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲକୁ ବଣ୍ଟାଯିବ ବୋଲି ଆଜି ଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ।ପୂର୍ବରୁ ଛାତ୍ରୀଙ୍କ ପାଇଁ ହ୍ୱାଇଟ ଗ୍ରିନ ଚେକ୍ ସାଲ୍‌ୱାର ସହ ଗ୍ରୀନ ଜ୍ୟାକେଟ, Continue Reading
Odisha News
ଭୁବନେଶ୍ୱର, ୧/୧୦ : ଦାୟିତ୍ୱ ନେଉ ନେଉ ଆକ୍ସନ ମୁଡକୁ ଆସି ଯାଇଛନ୍ତି ପୁଲିସ କମିଶନର ଏସ୍ . ଦେବଦତ୍ତ ସିଂହ । ପରଫରମାନ୍ସ ହେଉଛି ଆଧାର, ନ କରିପାରିଲେ ଦୃଢ ଆକ୍ସନ ନିଆଯିବ ବୋଲି କହିଛନ୍ତି। ଟୁଇନ୍ ସିଟିରେ ଦୀର୍ଘ ବର୍ଷ ଧରି ରହି ଯାଇଥିବା ଗାଦି ମଡ଼ା ପୁଲିସ ଅଧିକାରୀଙ୍କୁ ଏପରି ଚେତାବନୀ ଦେଇଛନ୍ତି ପୁଲିସ କମିଶନର ।ଟୁଇନ ସିଟି କମିଶନର ଏସ୍ . ଦେବଦତ୍ତ ସିଂହ ଗତକାଲି ଭୁବନେଶ୍ୱରରେ ପୂର୍ବତନ ପୁଲିସ୍ କମିଶନର […]Continue Reading
Odisha News
ଭୁବନେଶ୍ବର, ୩୦/୯ : ପାର୍ବଣ ପୂର୍ବରୁ ବଦଳିଲେ ଟୁଇନ୍ ସିଟି କମିଶନର । ନୂତନ କମିଶନର ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସୁରେଶ ଦେବଦତ୍ତ ସିଂହ । ପୂର୍ବତନ କମିଶନର ସଂଜୀବ ପଣ୍ଡାଙ୍କ ତାଙ୍କ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।୧୯୯୮ ବ୍ୟାଚ୍ ବରିଷ୍ଠ ଆଇପିଏସ୍ ଦେବଦତ୍ତ ସିଂହ ଆଜି ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗାର୍ଡ ଅଫ୍ ଅନର ପ୍ରଦାନ ପରେ ସଂଜୀବ ପଣ୍ଡା ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।ପୂର୍ବରୁ ଏଡିଜି ଅପରେସନ ରହି ସାରିଥିବା ସୁରେଶ Continue Reading
Odisha News
ଭୁବନେଶ୍ୱର,୩୦/୯: ମନ୍ତ୍ରୀଙ୍କୁ ଘାରିଲାଣିି ଛତୁଆ ଚିନ୍ତା । ଆଗକୁ ମାଣ୍ଡିଆ ନେଇପାରେ ଛତୁଆରେ ଜାଗା । ଖରାପ ମାନର ଛତୁଆକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗକୁ ଛତୁଆ ବଦଳରେ ମାଣ୍ଡିଆ ଦେବା ପାଇଁ ଚିନ୍ତା କରୁଛି ବିଭାଗ । ସବୁଆଡେ ଛତୁଆ ନୁହଁ, ଆଞ୍ଚଳିକ ଆବଶ୍ୟକତା ଅନୁଯାୟୀ, ପିଲାଙ୍କୁ ଖାଦ୍ୟ ଦିଆଯିବ ।ଖାସ କରି ଖରାପ ଛତୁଆ ବିଭାଗ ପାଇଁ ସାଜିଛି ମୁଣ୍ଡବ୍ୟଥାର କାରଣ । ଖରାପ Continue Reading
Odisha News
ଭୁବନେଶ୍ୱର,୨୯/୯: ଚଳିତ ଥର ବର୍ଷାରେ ଭିଜିବ ଦଶହରା। ଆସୁଛି ବଡ଼ ଲଘୁଚାପ। ଅକ୍ଟୋବର ୪ରୁ ୧୦ ଯାଏଁ ରାଜ୍ୟରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା। ଅକ୍ଟୋବର ୬ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ।ସୂଚନାନୁସାରେ, ପଶ୍ଚିମ କେନ୍ଦ୍ରୀୟ ଓ ପାର୍ଶବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବ। ଏନେଇ ରାଜ୍ୟରେ ହାଲୁକାରୁ ମଧ୍ୟମ ଓ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ Continue Reading
Odisha News
ଭୁବନେଶ୍ୱର, ୨୯/୯ : ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା ଟଙ୍କା କେବେ ଆସିବ ତାକୁ ନେଇ ମହିଳାଙ୍କ ମନରେ ଲାଗି ରହିଥିଲା ଆଶା ଆଶଙ୍କା। ଆଜି ଏହି ଦ୍ୱନ୍ଦ ଦୂର ହୋଇଛି। ଅକ୍ଟୋବର ୯ ତାରିଖରେ ମିଳିବ ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ମିଳିବ ବୋଲି ଆଜି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।ଉପମୁଖ୍ୟ କହିଛନ୍ତି,ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ଦିଆଯିବ। ବାରିପଦାରେ ଆୟୋଜିତ ସଭାରେ Continue Reading
Odisha News
ଭୁବନେଶ୍ୱର, ୨୯/୯ : ଗାଡ଼ି ଚେକିଂ କରୁଥିଲା କମିଶନରେଟ୍ ପୁଲିସ। ଚେକିଂ ବେଳେ କାରରୁ ମିଳିଲା ପୁଳା ପୁଳା ଟଙ୍କା। ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁରଥାନା ଓମ୍ଫେଡ଼ ଛକ ନିକଟରେ ଜଣେ ବ୍ୟକ୍ତିଙ୍କ କାରରୁ ୪ ଲକ୍ଷ ୭୭ ହଜାର ଟଙ୍କା ଜବତ କରିଛି ପୁଲିସ।ଉକ୍ତ ବ୍ୟକ୍ତି ଜଣଙ୍କ ହେଲେ ଦିବ୍ୟଜ୍ୟୋତି ନାୟକ। ପୁଲିସ ତାଙ୍କୁ ଅଟକ ରଖି ଟଙ୍କା ବାବଦରେ ପଚରାଉଚରା କରୁଛି।ଗତକାଲି ରାତିରେ ଚନ୍ଦ୍ରଶେଖରପୁର ଥାନା ଓମ୍ଫେଡ଼ ଛକ ନିକଟରେ ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ଚେକିଂ Continue Reading
Odisha News
ଭୁବନେଶ୍ୱର,୨୭/୯ : ବରିଷ୍ଠ ଆଇପିଏସ୍ ଅରୁଣ ଷଡ଼ଙ୍ଗୀଙ୍କୁ ରାଜ୍ୟ ସରକାର ନୂଆ ନିଯୁକ୍ତି ଦେଇଛନ୍ତି । ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଏ ନେଇ ଶୁକ୍ରବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେ ୬ ବର୍ଷ କିମ୍ବା ୬୨ ବର୍ଷ ବୟସ ପର‌୍ୟ୍ୟନ୍ତ ଏହି ପଦରେ ଅବସ୍ଥାପିତ ରହିବେ।ବରିଷ୍ଠ ଆଇପିଏସ୍ ଅରୁଣ ଷଡ଼ଙ୍ଗୀ ବର୍ତ୍ତମାନ ବିଜୁ ପଟ୍ଟନାୟକ ପୋଲିସ୍ ଏକାଡେମୀ ନିର୍ଦ୍ଦେଶକ Continue Reading