Home Posts tagged Bhadrak district (Page 4)
Odisha News
ବାସୁଦେବପୁର,୨୭/୧୨: ଭଦ୍ରକ ଜିଲ୍ଲା ବାସୁଦେବପୁର-ଧାମରା ରାସ୍ତାର ମନ୍ଦାରୀ ନିକଟରେ ଟ୍ରକ୍ ହେଲପରଙ୍କ ଉପରେ ଟ୍ରକ୍ ମାଡ଼ିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଗୁରୁତର ହୋଇଛନ୍ତି। ଗାଡ଼ି ସଜାଡ଼ିବା ବେଳେ ପଛରୁ ଆସି ଏକ ଟ୍ରକ୍ ଧକ୍କା ଦେବା ଫଳରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା।ବାସୁଦେବପୁର ଧାମରା ରାସ୍ତାର ମନ୍ଦାରୀ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଟ୍ରକ ହେଲ୍ପରଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ Continue Reading
Odisha News
ଭଦ୍ରକ ,୨୮/୯: ଅଢ଼େଇ ବର୍ଷର ଝିଅକୁ ଧରି ବୈତରଣୀ ସେତୁରୁ ନଦୀକୁ ଡେଇଁ ପଡ଼ିଲା ବାପା। ଏପର୍ଯ୍ୟନ୍ତ ବାପଝିଅଙ୍କର କୌଣସି ପତ୍ତା ମିଳିନାହିଁ। ଏପରି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ଆଖୁଆପଦା ବୈତରଣୀ ସେତୁ ଉପରେ। ଅଗ୍ନିଶମ ବାହିନୀ ବାପଝିଅକୁ ଖୋଜାଖୋଜି କରୁଛନ୍ତି।ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୯ଟା ସମୟରେ ଵାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗାଁର ଚନ୍ଦନ ସାହୁ ଓ ତାଙ୍କ ନାବାଳିକା Continue Reading
Odisha News
ଭଦ୍ରକ,୪/୮: ବନ୍ୟା ସ୍ଥିତି ପାଇଁ ଭଦ୍ରକ ଜିଲ୍ଲାର ୪ଟି ବ୍ଲକରେ ଥିବା ସବୁ ସ୍କୁଲ ଆଜି ଛୁଟି ଘୋଷଣା କରାଯାଇଛି। ଭଣ୍ଡାରିପୋଖରୀ, ତିହିଡ଼ି, ଧାମନଗର ଓ ଚାନ୍ଦବାଲି ବ୍ଲକ୍ରେ ସ୍କୁଲ ଛୁଟି ରହିବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ରାଜ୍ୟରେ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ଗାଁ ଜଳବନ୍ଦୀ ଥିବା ବେଳେ ରାସ୍ତା ଉପରେ ପାଣି ଚାଲୁଛି।ଭଦ୍ରକ ଜିଲ୍ଲାର ଆଖୁଆପଦା ଆନିକଟଠାରେ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। Continue Reading
Odisha News
ଭଦ୍ରକ,୨୭/୭: ଭଦ୍ରକରେ ଚାଞ୍ଚଲ୍ୟ। ଭଦ୍ରକ ଗ୍ରାମାଞ୍ଚଳ ଥାନା ବାଣିତିଆ ପଞ୍ଚାୟତ ମହଲା ସାହିରେ ନାବାଳକ ପୁଅ ସହ ମିଶି ସ୍ତ୍ରୀ ସ୍ୱାମୀକୁ ଛୁରି ଭୁସି ହତ୍ୟା କରିଛି। ଘଟଣାରେ ଉଭୟ ସ୍ତ୍ରୀ ଓ ପୁଅକୁ ଥାନାରେ ଅଟକ ରଖିଛି ପୁଲିସ। ପାରିବାରିକ କଳହରୁ ଏଭଳି କାଣ୍ଡ ଘଟିଥିବା କୁହାଯାଉଛି।ସୂଚନା ଅନୁଯାୟୀ, ସୁରେଶ ଲାଲ ବାଣିତିଆ ପଞ୍ଚାୟତ ମହଲା ସାହିର ସଞ୍ଜୁଲତାଙ୍କୁ ବାହା ହୋଇ ଘରଜ୍ବାଇଁ ଭାବେ ସେଠାରେ ରହୁଥିଲା। ହେଲେ ପତିପତ୍ନୀଙ୍କ ଭିତରେ ଅନେକ ସମୟରେ Continue Reading
Odisha News
ଭଦ୍ରକ,୨୦/୭: ଅଧାରେ ରହିଗଲା ଜଗା ଦର୍ଶନ। ସବୁ ଖୁସି ୫ ମିନିଟ୍ ଭିତରେ ହୋଇଗଲା ଛାରଖାର। ଅଧାବାଟରେ ରାସ୍ତାକଡ଼କୁ ଭାରସାମ୍ୟ ହରାଇ ତୀର୍ଥଯାତ୍ରୀ ବସ୍ଟି ଓଲଟି ପଡ଼ିବାରୁ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଥାନା ଅନ୍ତର୍ଗତ ପେଟ୍ରୋଲ ପମ୍ପ୍ ନିକଟରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆହତଙ୍କ ମଧ୍ୟରେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଆଜି ସକାଳେ Continue Reading
Odisha News
ଭଦ୍ରକ,୩୦/୬ : ସ୍କୁଲ ଛୁଟି ପରେ ଛାତ୍ରଛାତ୍ରୀଙ୍କୁ ଧରି ଫେରୁଥିବା ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିଲା। ଫଳରେ ଅଟୋ ତଳେ ଚାପି ହୋଇ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଭଦ୍ରକ ଜିଲ୍ଲା ବାସୁଦେବାପୁରରେ ଘଟିଛି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।ବାସୁଦେବପୁରରେ ଥିବା ଏକ ଇଂଲିଶ ମିଡ଼ିୟମ୍ ସ୍କୁଲରେ ପଢ଼ୁଥିବା ୭ରୁ ୮ ଜଣ ଛାତ୍ରଛାତ୍ରୀମାନେ ଅଟୋରେ ଘରକୁ Continue Reading
Odisha News
ଭଦ୍ରକ,୭/୫ : ଦିନେ ଯେଉଁ ବିଦ୍ୟାଳୟରେ ପାଠ ପଢି ଉଚ୍ଚ ଶିକ୍ଷା ପରେ ଶିକ୍ଷକ ହୋଇଥିଲା। ଅବସର ପରେ ଆଜି ସେହି ବିଦ୍ୟାଳୟର ଉନ୍ନତି କରଣ ପାଇଁ ନିଜ ପେନସନ୍ ଅର୍ଥରୁ ୧ ଲକ୍ଷ ଟଙ୍କା ପ୍ରଦାନ କଲେ। ଏମିତି ଜଣେ ସ୍ନେହି ଓ ଛାତ୍ର ବତ୍ସଳ ଶିକ୍ଷକ ହେଉଛନ୍ତି ପରମାନନ୍ଦ ନାୟକ। ଦାନ କରିଥିବା ଅର୍ଥରେ ସ୍ମାର୍ଟ କ୍ଲାସ୍ କରିବାକୁ ସେ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ଅନୁରୋଧ କରିଛନ୍ତି।ପରମାନନ୍ଦ ପ୍ରଧାନ ଜଣେ ମେଧାବୀ ଛାତ୍ର ଥିଲେ। […]Continue Reading