ବାଲେଶ୍ଵର,୨୧/୮: ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବାଲିଆପାଳ -କମର୍ଦା ରାସ୍ତାର ଛୋଟକାନପୁର ନିକଟରୁ ବଜରଙ୍ଗ ଦଳ ଦ୍ବାରା ଦୁଇଟି ଗୋରୁ ବୋଝେଇ ପିକ ଅପ ଜବତ କରାଯାଇଛି। ସୂଚନା ଅନୁସାରେ ଗତ ରାତି ସାଢ଼େ ୨ଟା ବେଳେ ଦୁଇଟି ପିକ ଅପରେ୪୦ରୁ ଉର୍ଦ୍ଧ୍ବ ଗୋରୁ ବୋଝେଇ କରି ବାଲିଆପାଳ କମର୍ଦା ରାସ୍ତାରେ ଦ୍ରୁତଗତିରେ ଯାଉଥିବା ସମୟରେ ଛୋଟକାନପୁର ଛକ ନିକଟରେ ବଜରଙ୍ଗ ଦଳର କିଛି କର୍ମୀ ଗାଡ଼ିକୁ ଅଟକାଇବା ସହିତ ଗାଡ଼ିରୁ ସମସ୍ତ ଗୋରୁ Continue Reading
ବାଲେଶ୍ୱର,୧୪/୮ : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲେଶ୍ୱର ଜିଲ୍ଲା ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ କିରାଣି ମନୋଜ କୁମାର ଭଞ୍ଜ। ଜଣେ ଠିକା ନର୍ସିଂ ଅଫିସରଙ୍କଠାରୁ ସେ ୮ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡ଼ିଥିଲେ।ଉକ୍ତ କର୍ମଚାରୀଙ୍କ ଠିକା ଅବଧି ପୂରଣ ହୋଇଯାଇଥିବା ବେଳେ ଚାକିରି ନିୟମିତ କରିବା ପାଇଁ ଆବଶ୍ୟକ ଫାଇଲ କାମ କରିବାକୁ ବରିଷ୍ଠ କିରାଣି ମନୋଜ କୁମାର ଭଞ୍ଜ ତାଙ୍କୁ ଲାଞ୍ଚ ମାଗିଥିଲେ। ଏନେଇ ଠିକା କର୍ମଚାରୀ Continue Reading

ସୋର,୧୨/୮: ଅଜାଙ୍କ ଦଶାହରେ ଦୁଇ ନାତିଙ୍କ ମୃତ୍ୟୁ। ଲଣ୍ଡା ହୋଇ ଗାଧୋଉଥିଲା ବେଳେ ପାଣିରେ ବୁଡ଼ି ଉଭୟେ ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୋର ୱାଦା ଅଞ୍ଚଳରେ।ୱାଦା ଅଞ୍ଚଳର ସ୍ବର୍ଗତ ବିଷ୍ଣୁ ଚରଣ ପାଢ଼ୀଙ୍କ ଦଶାହ କର୍ମରେ ଯୋଗ ଦେବା ପାଇଁ ୱାଦା ଗ୍ରାମର ପିତାମ୍ବର ପାଢ଼ୀଙ୍କ ପୁଅ ସୁଶାନ୍ତ ଓ ବିଦୁ ଅଞ୍ଚଳର ଚନ୍ଦନ କର ପଥରକଟା ଘାଟତୁଠ ନିକଟରେ ଥିବା ଏକ ଗାଡ଼ିଆରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ିଯାଇଥିଲେ।ଦୀର୍ଘ ସମୟ ପରେ […]Continue Reading
ଜଳେଶ୍ୱର/ ବାଲେଶ୍ୱର,୭/୮: ଚନ୍ଦନେଶ୍ୱରରେ ଥିବା ୟୁନିୟନ ବ୍ୟାଙ୍କରୁ ଲୁଟ୍ ମାମଲାରେ ବାଲେଶ୍ୱର ପୁଲିସକୁ ବଡ଼ ସଫଳତା ମିଳିଛି। ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଅଞ୍ଚଳରୁ ମାଷ୍ଟରମାଇଣ୍ଡକୁ ଗିରଫ କରିଛି ପୁଲିସ। ଏଥିସହ ୮୫୪ ଗ୍ରାମ୍ ସୁନା ଜବତ କରାଯାଇଛି।ପୂର୍ବରୁ ଏହି ଘଟଣାରେ ୬ଜଣଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣାରେ ୧୪ ଜଣଙ୍କ ସମ୍ପୃକ୍ତି ଥିବା ବାଲେଶ୍ୱର ଏସପି ସାଗରିକା ନାଥ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୟୁନିୟନ Continue Reading
ବାଲେଶ୍ୱର,୭/୮: ନଦୀରେ ବୁଡ଼ ପକାଇବା ବେଳେ ବୁଡ଼ିଗଲେ ଦୁଇ କାଉଡିଆ। ଜଣେ କାଉଡିଆଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କର କୌଣସି ପତ୍ତା ମିଳିନାହିଁ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ବରଦା ପଞ୍ଚାୟତ ଅନ୍ତର୍ଗତ ସାଳନ୍ଦୀ ନଦୀରେ। ନିଖୋଜ କାଉଡିଆଙ୍କ ପରିଚୟ ମିଳିନାହିଁ। ନିଖୋଜ କାଉଡିଆଙ୍କ ଘର ବଡ଼ଜୟପୁର ଅଞ୍ଚଳର ହୋଇଥିବା ଜଣାପଡ଼ିଛି।ଶ୍ରାବଣ ମାସ ଚାଲିଥିବାରୁ କାଉଡିଆମାନେ ଦେବ ଦେବ ମହାଦେବଙ୍କ ପାଖରେ ପାଣି ଢାଳିବାକୁ ଯାଉଛନ୍ତି। Continue Reading
ସୋର,୨/୮: ୧୬ ନମ୍ବର ଜାତୀୟ ରାଜପଥ ସିମୁଳିଆଠାରେ ଏକ ପୋଖରୀ ଭିତରକୁ ଭାରସାମ୍ୟ ହରାଇ ଓଲଟି ପଡ଼ିଲା କାର୍। ଏହାଫଳରେ ୨ ଜଣ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ସିମୁଳିଆ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କାରଟି ଧାମରାରୁ ଧାମନଗରକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା।ଆଜି ଭୋରୁ ଏକ କାର୍ରେ ୫ ଯୁବକ ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଯାଉଥିଲେ। ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା Continue Reading
ବାଲେଶ୍ୱର,୧୮/୭: ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ଭଦ୍ରକରୁ ବାଲେଶ୍ୱର ଯାଉଥିଲା ମେମୁ ଟ୍ରେନ୍। ବଞ୍ଚିଗଲା ଶତାଧିକ ଯାତ୍ରୀଙ୍କ ଜୀବନ। ଆଜି ଅପରାହ୍ନରେ ବାଲେଶ୍ୱର ଜିଲ୍ଲା ନୀଳଗିରି ରୋଡ୍ ବରୁଣସିଂ ଷ୍ଟେସନ ପାଖରେ ଏହି ଘଟଣା ଘଟିଛି। ଏହି ଟ୍ରେନ୍ କୌଣସି କାରଣରୁ ଲୁପ ଲାଇନରେ ପଶି ଯାଇଥିଲା।ତେବେ ସିଗନାଲ କିମ୍ବା ଟ୍ରାକର ତ୍ରୁଟି ଜଣା ପଡିନଥିବା ବେଳେ ଲୋକ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ହଜାର ହଜାର ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି। ନୀଳଗିରି Continue Reading
ବାଲେଶ୍ୱର,୧୫/୭ : ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ତଳନଗରରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ବାଇକ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ୨ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସୋର ଥାନା ମାଣତ୍ରୀ ଗାଁର। ଅନ୍ୟ ଜଣଙ୍କର ପରିଚୟ ମିଳିନାହିଁ। ତାଙ୍କ ମୁଣ୍ଡ ଉପରେ ଟ୍ରକ୍ ଚଢ଼ିଯାଇଥିବାରୁ ପରିଚୟ ଅସ୍ପଷ୍ଟ ରହିଛି।ଗତକାଲି ରାତି ୨ଟା ସମୟରେ ଦୁଇ ଜଣ ଯୁବକ […]Continue Reading
ବାଲେଶ୍ୱର,୧୩/୭: ବାହାନଗା ଟ୍ରେନ ଦୁର୍ଘଟଣା ପ୍ରସଙ୍ଗରେ ରେଲୱେ ବୋର୍ଡ ଚେୟାରମ୍ୟାନ ଓ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ୍ କରିଛନ୍ତି ଜାତୀୟମାନବାଧିକାର କମିଶନ(NHRC)। ମାନବାଧିକାର ଉଲ୍ଲଂଘନ ଅଭିଯୋଗ ସଂପର୍କିତ ଏକ ପିଟିସନ ଆଧାରରେ, ଆକ୍ସନ ଟେକେନ୍ ରିପୋର୍ଟ ତଲବ କରିଛନ୍ତି NHRC।ସୂଚନା ଅନୁସାରେ, ରେଳ କର୍ତ୍ତୃପକ୍ଷଙ୍କ ଅବହେଳା ଓ ବିଫଳତା ଯୋଗୁ ଦୁର୍ଘଟଣାଗ୍ରସ୍ତ ଟ୍ରେନର ମୃତାହତ ଯାତ୍ରୀମାନଙ୍କ ଅଧିକାର ଉଲ୍ଲଂଘନ ହୋଇଥିବା ଏକ ପିଟିସନ୍ ଦାୟର Continue Reading
ବାଲେଶ୍ୱର,୧୨/୭:ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ୭ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଦକ୍ଷିଣ ପୂର୍ବ ରେଳବାଇର ମହାପ୍ରବନ୍ଧକ (ଜିଏମ୍) ଅନୀଲ କୁମାର ମିଶ୍ରା ଏହି ସୂଚନା ଦେଇଛନ୍ତି।ସେ କହିଛନ୍ତି, ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ସିବିଆଇ ଗିରଫ କରିଥିବା ୩ ଜଣ ଷ୍ଟାଫ୍ ମଧ୍ୟ ଅଛନ୍ତି। ଏହି ଦୁର୍ଘଟଣାରେ ଷ୍ଟେସନ ମାଷ୍ଟର, ଟ୍ରାଫିକ ଇନ୍ସପେକ୍ଟର ଓ ମେଣ୍ଟେନରଙ୍କ ଭୂମିକା ମଧ୍ୟ ରହିଛି।ସେଥିପାଇଁ ସେମାନଙ୍କୁ ମଧ୍ୟ ନିଲମ୍ବନ Continue Reading