Odisha News

Give Blood Save life ପକ୍ଷରୁ ବିଶ୍ୱ ଛେନାପୋଡ଼ ଦିବସ ପାଳିତ

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୨/୪ : ଅପ୍ରେଲ ୧୧ ଶୁକ୍ରବାର ଦିନ ଇଟାମାଟି ନିକଟସ୍ଥ ଭୈରବୀ ମନ୍ଦିର ପ୍ରାଙ୍ଗଣରେ Give Blood Save life ପକ୍ଷରୁ ବିଶ୍ୱ ଛେନାପୋଡ଼ ଦିବସ ତୃତୀୟ ଥର ପାଇଁ ପାଳିତ ହୋଇଯାଇଅଛି ।
ଏହି କାର୍ଯ୍ୟକ୍ରମରେ ୧୫୦ ରୁ ଉର୍ଦ୍ଧ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିବା ସହିତ ୨୦ କି.ଗ୍ରା. ରୁ ଉର୍ଦ୍ଧ ଛେନାପୋଡ଼ କଟାଯାଇଥିଲା ।
ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ଭାଗିରଥି ବାଇ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ।ନିକୁଲ୍ ର ନିର୍ଦେଶକ ଦିଲ୍ଲୀପ କୁମାର ସାହୁ ଏହା କୁ ପରିଚାଳନା କରିଥିଲେ ।
ଇଟାମାଟି ର ବହୁ ମାନ୍ୟଗନ୍ୟ ବ୍ୟକ୍ତି ଓ ବୁଦ୍ଧିଜୀବି ମାନେ ଯଥା ଶ୍ରବଣ କୁମାର ରାମ , ବିଶ୍ୱନାଥ ମହାପାତ୍ର ,କ୍ରିଷ୍ଣା କୁମାର ଅଗ୍ରୱାଲ ,ପ୍ରଶାନ୍ତ କୁମାର ପ୍ରଧାନ, ସଚ୍ଚିଦା ନନ୍ଦ ସାଥୁଆ, ଜଗନ୍ନାଥ ଦାଶ,ସୁକାନ୍ତ ମହାନ୍ତି, ପତାକା ସାହୁ , ସରୋଜ କୁମାର ସାହୁ, ସୀତୁ ପ୍ରକାଶ ରଥ , ସଞ୍ଜୟ କୁମାର ସାହୁ , ପ୍ରଭୁଦତ୍ତ ପ୍ରଧାନ, ବବୁଲ ଦାଶ, ଦେବାଶିଷ ରାଉତ , ସାଇ ଶୁଭମ, ସନ୍ତୋଷ ପ୍ରଧାନ , ରମେଶ ମଲ୍ଲ ।
ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୨୦ କେଜି ରୁ ଉର୍ଦ୍ଧ ଛେନା ପୋଡ଼ ବଣ୍ଟନ କରାଯିବା ସହିତ ଛେନା ପୋଡ଼ କୁ ନେଇ ସମସ୍ତ ଙ୍କ ର ସ୍ମୃତି ଅନୁଭୂତି ଓ ଅନୁଭବ ବର୍ଣ୍ଣନା କରିଥିଲେ ।
ଛେନାପୋଡ଼ କୁ କିପରି ଜିଆଇ ଟ୍ୟାଗ ମିଳିବ ସେହି ଉପରେ ଏକ ଆଲୋଚନା ଚକ୍ର ମଧ୍ୟ କରାଯାଇଥିଲା । ଛେନାପୋଡ଼ କିପରି ସାରା ବିଶ୍ୱରେ ପ୍ରଚାରିତ ହେବ ସେ ସମ୍ପର୍କରେ ବହୁ ମତାମତ ପ୍ରକାଶ ପାଇଥିଲା। ଛେନାପୋଡ଼କୁ ବିବାଦ ଭିତର କୁ ନଟାଣି କେବଳ ନୟାଗଡ ର ଦରବ ଭାବରେ ସାରା ବିଶ୍ୱରେ ପ୍ରଚାର ପ୍ରସାର କରିଵା ପାଇଁ ସମସ୍ତଙ୍କର ଆହ୍ୱାନ ଥିଲା ।
ଇଟାମାଟିର ବହୁ ମିଠା କାରିଗର ସୁସ୍ବାଦୁ ଛେନାପୋଡ଼ ତିଆରି କରନ୍ତି । ସେମାନଙ୍କ ଅସୁବିଧା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।ଅନୁଷ୍ଠାନ ର ପ୍ରତିଷ୍ଠାତା ସଦସ୍ୟ ପ୍ରଶାନ୍ତ କୁମାର ସାହୁ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts