Home Archive by category Odisha News (Page 503)

Odisha News

Odisha News
ଓଡ଼ିଶା,୩୧/୫: ରାଜ୍ୟରେ ଗତକାଲି ୧୬ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଥିବା ବେଳେ ପ୍ରଶାସନର ଚେତା ପଶିଛି। ଏବେ ପ୍ରବଳ ଖରା ଜନଜୀବନକୁ କଲବଲ କରୁଥିବା ବେଳେ ପିକ୍ ଆୱାରରେ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଏପରିକି ଯିଏ ନିୟମ ଉଲ୍ଲଘଂନ କରିବ ତା’ ବିରୋଧରେ କଡ଼ା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି ।ଅସ୍ୱାଭାବିକ ମୃତ୍ୟୁ ଯୋଗୁ ସୁନ୍ଦରଗଡ଼ ଜିଲ୍ଲାରେ ଗତକାଲି ଗୋଟିଏ ଦିନରେ ୧୬ Continue Reading
Odisha News
ଓଡ଼ିଶା, ୩୧/୫: ଆସନ୍ତାକାଲି ଓଡ଼ିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ରାଜ୍ୟର ୬ଟି ସଂସଦୀୟ କ୍ଷେତ୍ର ଏବଂ ୪୨ଟି ବିଧାନସଭା ଆସନରେ ହେବ ମତଦାନ। ଏହି ପର‌୍ୟ୍ୟାୟରେ ୬୬ ଲୋକସଭା ଏବଂ ୩୯୪ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୯ ଲକ୍ଷ ୬୧ ହଜାର ଭୋଟର। ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ,୧୦ ହଜାର ୮୮୨ଟି ମତଦାନ କେନ୍ଦ୍ର ରହିଛି । […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା ,୩୦/୫: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଗୁରୁବାର ଅପରାହ୍ନରେ ଘଡଘଡ଼ି ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବୋହିବା ସହିତ ବଜ୍ରାଘାତରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଟିକାବାଲି ଥାନା ଅନ୍ତର୍ଗତ ବପଲମେଣ୍ଡି (ବି) ବାହାଡ଼ା ସାହି ଗ୍ରାମପଞ୍ଚାୟତ ଅଧୀନସ୍ତ ଗୁଡାରସାହିର ବିମ୍ବାଧର ବିଷୋୟୀଙ୍କର ଦ୍ୱିତୀୟ କନ୍ୟା ରୁପାଲୀ ବିଷୋୟୀ (୨୩) ।ରୁପାଲୀଙ୍କ ପରିବାର ନିଜ ଘର Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୩୦/୫: ବୌଦ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି ଉତ୍ସବରେ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ରାଜକିଶୋର ମହାରଣା ଅଧ୍ୟକ୍ଷତା କରିଥିଲେ । ମେଧାବୀ ଛାତ୍ର ତଥା ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଜିଲ୍ଲା ଟପ୍ପର ହୋଇଥିବା ଶୁଭ୍ରଦୀପ ପ୍ରଧାନ ଙ୍କ କରକମଳ ରେ ପ୍ରଦୀପ ପ୍ରଜ୍ଜ୍ୱଳନ ହୋଇଥିଲା ।ମଞ୍ଚରେ ପରିଚାଳନା କମିଟି ର ସମ୍ପାଦକ ସାର ପ୍ରଧାନ, ସହ Continue Reading
Odisha News
ଭୁବନେଶ୍ୱର,୩୦/୫: ବିଜେଡିରେ କିଏ ତାଙ୍କ ଉତ୍ତରାଧିକାରୀ ହେବ, ଏହାଙ୍କ ନେଇ ଆଲୋଚନା ଚାଲିଥିବା ବେଳେ ବଡ ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖବର ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ ନବୀନ କହିଛନ୍ତି ”ମୋ ଉତ୍ତରାଧିକାରୀ ଭିକେ ପାଣ୍ଡିଆନ ନୁହନ୍ତି, ପାଣ୍ଡିଆନ ନିର୍ବାଚନରେ ମଧ୍ୟ ଛିଡ଼ା ହୋଇ ନାହାନ୍ତି। ତେଣୁକରି ଏ କଥାକୁ କାହିଁକି ବଢ଼ାଇଚଢ଼ାଇ କୁହାହେଉଛି ବୁଝା ପଡୁନାହିଁ।ଭବିଷ୍ୟତରେ ମୋ ଉତ୍ତରାଧିକାରୀ ଓଡ଼ିଶାବାସୀ ସ୍ଥିର କରିବେ। Continue Reading
Odisha News
ଥିରୁଭାନନ୍ତପୁରମ୍,୩୦/୫: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗୁରୁବାର କେରଳ ଛୁଇଁଛି। ଏନେଇ ସୋସିଆଲ ମିଡିଆ ‘ଏକ୍ସ’ ଜରିଆରେ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, କେରଳରେ ସ୍ବାଭାବିକଠାରୁ ୬ ପ୍ରତିଶତ ବୃଷ୍ଟିପାତ ହେବ।ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବାବେଳେ ଜୁନ୍ ୨ ପର‌୍ୟ୍ୟନ୍ତ ଅଧିକାଂଶ ଭାଗରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି।ଏନେଇ କେରଳର Continue Reading
Odisha News
ଭୁବନେଶ୍ୱର, ୩୦/୫: ଆଜି ସକାଳୁ ସକାଳୁ ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ତାତି । ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା ହେଉଥିବା ବେଳେ ଉପକୂଳରେ କଲବଲ କରୁଛି ଗୁଳୁଗୁଳି ।ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ସକାଳ ସାଢ଼େ ୮ଟାରେ ୩୯ ଡିଗ୍ରୀ ସହ ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଟିଟିଲାଗଡ଼ରେ ୩୮, ବଲାଙ୍ଗିର ୩୭.୪, ସୋନପୁର ଓ ଝାରସୁଗୁଡ଼ା ୩୬.୬, ହୀରାକୁଦରେ ୩୬.୪, ସମ୍ବଲପୁରରେ ୩୬.୨ ଓ ବୌଦ୍ଧରେ ୩୬ ଡିଗ୍ରୀ ତାତି ରେକର୍ଡ […]Continue Reading
Odisha News
ପୁରୀ,୩୦/୫: ପୁରୀରେ ମହାପ୍ରଭୁଙ୍କ ଚାପ ଖେଳ ବେଳେ ଘଟିଛି ଅଘଟଣ। ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଭଉଁରି ଖେଳ ବେଳେ ବାଣ ବିସ୍ଫୋରଣ ଘଟି ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୩୦ରୁ ଅଧିକ ଗୁରୁତର ହୋଇ କଟକ ଓ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୧୫ ବର୍ଷୀୟ ନାବାଳକ ଥିବା ଜଣାଯାଇଛି।ଗତ ରାତିରେ ମହାପ୍ରଭୁଙ୍କ ଭଉଁରୀ ନୀତି ଚାଲିଥିବା ସମୟରେ ନୀତି ଦେଖିବାପାଇଁ ଲୋକଙ୍କ ପ୍ରବଳ ସମାଗମ ହୋଇଥିଲା। ଏହିସମୟରେ ଦେବୀଘାଟ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୩୦/୫:ଗଜପତି ଜିଲ୍ଲାରେ ନିକଟରେ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନର ଭୋଟ ଗଣତି ପାଇଁ ନିୟୋଜିତ କର୍ମଚାରୀ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ଭୋଟ ଗଣତି ପ୍ରକ୍ରିୟାର ପ୍ରସ୍ତୁତି ପାଇଁ ଜିଲ୍ଲାପାଳଙ୍କ ଏକ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ପାରଳାଖେମୁଣ୍ଡି ସ୍ଥିତ ଆରସେଟି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ Continue Reading
Odisha News
ଭୁବନେଶ୍ୱର,୨୯/୫: ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟର କଡ଼ା ଭାଷାରେ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ସନ୍ଧ୍ୟାରେ ଏକ ପ୍ରେସ୍ମିଟ୍ କରି ସେ କହିଛନ୍ତି ଯେ, ଯଦି ନରେନ୍ଦ୍ର ମୋଦି ମୋର ଶୁଭଚିନ୍ତକ ତାହେଲେ ମୋତେ ଫୋନ କରିପାରିଥାନ୍ତେ। ମୋର ସ୍ବାସ୍ଥ୍ୟାବସ୍ଥା ଜାଣିବାକୁ କମିଟି ଗଠନ କରିବେ କହିଛନ୍ତି। ଯଦି କମିଟି କରିବେ, ତାହେଲେ ନିଶ୍ଚିତ ଭାବେ ଏକ କମିଟି କରି ଏଭଳି ଅପପ୍ରଚାରର ତଦନ୍ତ କରାନ୍ତୁ। ୧୦ ବର୍ଷ ହେଲା ଦିଲ୍ଲୀରେ Continue Reading