ରାୟଗଡ଼ା/ବିଷମକଟକ, ୧/୬: ରାୟଗଡା ଜିଲ୍ଲା ବିଷମକଟକ ସଦର ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ବସ୍ଷ୍ଟାଣ୍ଡରେ ଅଘଟଣ ଘଟିଛି। ଆଜି ଅପରାହ୍ଣରେ ଚାରୋଟି ଘରୋଇ ଯାତ୍ରୀବାହୀ ବସ୍ରେ ନିଆଁ ଲାଗିଛି।ସୂଚନା ପାଇଁ ଘଟଣା ସ୍ଥଳରେ ଦୁଇଟି ଦମକଳ ବାହନୀ ପହଁଞ୍ଚି ନିଆଁକୁ ଆୟତ କରିବା କାର୍ୟ୍ୟରେ ଲାଗି ପଡ଼ିଛନ୍ତି। ଏହି ଚାରୋଟି ବସ ଗୋଟିଏ ମାଲିକର ହୋଇଥିବା ସୂଚନା ମିଳିଛି। ବସରେ କୌଣସି ଯାତ୍ରୀ ନଥିବାରୁ କେହି ମୃତାହତ ହୋଇନାହାନ୍ତି। ପ୍ରବଳ ଗରମ ଯୋଗୁଁ ବସରେ ନିଆଁ Continue Reading
Odisha News
ଜଗତସିଂହପୁର, ୧/୬: ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ଜଗତସିଂହପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ୭୫ନଂ ବୁଥ୍ର ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ କରାଯାଇଛି। ତାଙ୍କ ନାଁ ଲକ୍ଷ୍ମୀନାରାୟଣ ଦାଶ। ସେ ଜଣେ ଅଧ୍ୟାପକ।ନିର୍ବାଚନ କାର୍ଯ୍ୟରେ ଅବହେଳା କରିବା ଯୋଗୁ ଅଧ୍ୟାପକ ଲକ୍ଷ୍ମୀନାରାୟଣ ଦାଶଙ୍କୁ କଟକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅରିନ୍ଦମ ଡାକୁଆ ନିଲମ୍ବନ କରିଛନ୍ତି।ମିଳିଥିବା ସୂଚନା Continue Reading
ଭଦ୍ରକ,୧/୬: ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ ଶେଷ ପର୍ୟ୍ୟାୟ ମତଦାନ ଜାରି ଥିବା ବେଳେ ଭଦ୍ରକ ଗ୍ରାମାଞ୍ଚଳରେ ଥିବା ଏକ ମତଦାନ କେନ୍ଦ୍ର ସାମ୍ନାରୁ ଜଣେ ମହିଳାଙ୍କୁ ତାଙ୍କର ସ୍ବାମୀ ଅତି ନୃଶଂସ ଭାବେ ବୁଥ ସାମ୍ନାରେ ହାଣିଛି। ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଛି। ମୃତ ମହିଳା ହେଲେ ରଶ୍ମିରେଖା ବେହେରା।ସୂଚନା ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ କାଉପୁର ପଞ୍ଚାୟତ ମୁକ୍ତାଡିହି ଗାଁର ପ୍ରଭାକର ରାଉତଙ୍କୁ Continue Reading
ନୀଳଗିରି, ୧/୬: ଭୋଟ ଦେବାକୁ ଆସି ବୁଥ୍ ଭିତରେ ଟଳି ପଡ଼ିଲେ ବୃଦ୍ଧ। ତତକ୍ଷଣାତ୍ ତାଙ୍କୁ ଈଶ୍ୱରପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା। ନୀଳଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଈଶ୍ୱରପୁର ପଞ୍ଚାୟତର ୧୫୯ ନଂ ବୁଥରେ ବୃଦ୍ଧ ସୁରେନ୍ଦ୍ର ମହାନ୍ତି ସ୍ତ୍ରୀଙ୍କୁ ସାଙ୍ଗରେ ଧରି ଭୋଟ ଦେବାକୁ ଆସିଥିଲେ। ସୁରେନ୍ଦ୍ର ମହାନ୍ତିଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ସୂଚନା ରହିଛି। Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧/୬: ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ବୌଦ୍ଧ ଶାଖା ପକ୍ଷରୁ ସମିତିରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ ର୍ଦୁଘଟଣା ଜନିତ ସହାୟତା ରାଶି ପ୍ରଦାନ କରାଯାଇଛି । ଖବରରୁ ଜଣାଯାଏଯେ ବୌଦ୍ଧ ଏନଏସିରେ ଶାଖା ପରିଚାଳକ ଭାବେ କାର୍ଯ୍ୟରତ ସୁଷମା ବେହେରା ଏକ ମଟରସାଇକେଲ ର୍ଦୁଘଟଣାରେ ଗଭିର ଆହାତ ହୋଇଥିଲେ । ସମିତି ପକ୍ଷରୁ ତାଙ୍କୁ ସହାୟତା ରାଶି ୫ହଜାର ଟଙ୍କା ପ୍ରଦାନ କରାଯାଇଛି ।ବୌଦ୍ଧ ଜିଲ୍ଲା ଇନଚାର୍ଜ ଭୁନାଥ ସାହୁଙ୍କ Continue Reading
ଓଡ଼ିଶା, ୧/୬: ରାଜ୍ୟରେ ଆଜି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍। ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସକାଳୁ ସକାଳୁ ବୁଥମାନଙ୍କରେ ଭୋଟରମାନେ ଭିଡ଼ ଲଗାଇବା ଆରମ୍ଭ ହୋଇଗଲାଣି।ଆଜି ୬ ଲୋକସଭା ଆସନ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ବାଲେଶ୍ରର ଏବଂ ମୟୂରଭଂଜ ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି।ଯାଜପୁର ବିଧାନସଭା ମଣ୍ଡଳୀ ୯୮ ନମ୍ବର ବୁଥ୍ରେ ଇଭିଏମ ଅଚଳ। ଫଳରେ ମତଦାନ ଆରମ୍ବ ହୋଇପାରିନି। କାକଟପୁର […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୩୧/୫: ୧ତାରିଖ ଦିନ ରାଜ୍ୟର ସମସ୍ତ ୪ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହେବ । ଜୁନ୍ ୪ତାରିଖ ଦିନ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।ମେ’ ୨୦ ତାରିଖ ଦିନ କନ୍ଧମାଳ ଲୋକସଭା ଅଧିନ ୭ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଶେଷ ହୋଇ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇ ରହିଛି ।ଜୁନ୍ ୪ତାରିଖ ପାଇଁ ଏବେ ରାଜନୈତିକ ଦଳ ଗୁଡ଼ିକ ସମେତ ସାଧାରଣରେ ଉତ୍ସାହ ଦେଖିବାକୁ ମିଳିଛି। […]Continue Reading
ଭୁବନେଶ୍ବର, ୩୧/୫: ପଶ୍ଚିମ ଓଡ଼ିଶାରେ ଶୁକ୍ରବାର ଅଗ୍ନି ବର୍ଷା ହୋଇଛି। ସର୍ବୋଚ୍ଚ ତାପମାତ୍ରା ପାଇଁ ଅତୀତରେ ରେକର୍ଡ କରିଥିବା ଟିଟିଲାଗଡ଼ରେ ପାରଦ ଆଜି ୪୬.୫ ଡିଗ୍ରିକୁ ଉଠିଛି। ବଲାଙ୍ଗୀରବାସୀଙ୍କୁ ମଧ୍ୟ ଆଜି ପ୍ରବଳ ଖରାରେ ସିଝିବାକୁ ପଡ଼ିଛି।ଏଠାରେ ତାପମାତ୍ରା ୪୬.୫ ଡିଗ୍ରି ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟର ୮ଟି ସହରର ତାପମାତ୍ରା ୪୫ ଡିଗ୍ରି କିମ୍ବା ଏଥିରୁ ଅଧିକ ରହିଛି।ରାଜ୍ୟରେ Continue Reading
ପୁରୀ,୩୧।୫: ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି। ମୃତ୍ୟୁ ନେଇ ସ୍ବତନ୍ତ୍ର ରିଲିଫ କମିଶନର କାର୍ୟ୍ୟାଳୟ ପକ୍ଷରୁ ସୂଚନା ଜାରି ହୋଇଛି। ଏବେ ୨୪ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।ସୂଚନାଥାଉ କି, ଭଉଁରୀ ଅବସରରେ ବୁଧବାର ରାତିରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପଖେଳ ଚାଲିଥିବାବେଳେ ଅଭାବନୀୟ ଘଟଣା ଘଟିଛି। Continue Reading
ସୁନ୍ଦରଗଡ଼, ୩୧/୫: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ଓସ୍ତାଲି ଘାଟିରେ ଖାଇ ତଳକୁ ଖସି ପଡ଼ିଲା ଗାଡ଼ି। ଏଥିରେ ଦୁଇ ମୃତ ଓ ୭ ଗୁରୁତର। ସକାଳୁ ସକାଳୁ କର୍ମକ୍ଷେତ୍ରକୁ ଯିବା ସମୟରେ ଘଟିଛି ଏଭଳି ଅଘଟଣ।ଆଜି ସକାଳୁ ସକାଳୁ ଏକ କ୍ୟାମ୍ପର ଯୋଗେ ନିଜ କର୍ମକ୍ଷେତ୍ରକୁ ଯାଉଥିବା ବେଳେ ଏକ ଅଘଟଣ ଘଟିଥିଲା, ଯେଉଁଥିରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଥିବା ଜଣା ପଡ଼ିଛି। […]Continue Reading




