Home Archive by category Odisha News (Page 470)

Odisha News

Odisha News
ପୁରୀ,୧୭/୭: ଏବର୍ଷ ସୁନାବେଶ ଦର୍ଶନ ସମୟ ବଢ଼ିବନି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି,ଯେଉଁ ସମୟ ନିର୍ଘଣ୍ଟ ହୋଇଛି ସେତିକି ସମୟ ହିଁ ମହାପ୍ରଭୁଙ୍କ ଦର୍ଶନ ମିଳିବ।ରାତି ୧୧ଟାରେ ସୁନାବେଶ ଦର୍ଶନ ବନ୍ଦ ହେବ। କାଲି ରତ୍ନଭଣ୍ଡାର ଖୋଲିବାକୁ ଥିବା ବେଳେ ଭଣ୍ଡାର ମେକାପ ସେଥିରେ ବ୍ୟସ୍ତ ରହିବେ। ତେଣୁ ସୁନାବେଶ ଦର୍ଶନ ସମୟ ବଢ଼ିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପାଢ଼ୀ ସୂଚନା ଦେଇଛନ୍ତି।Continue Reading
Odisha News
କଟକ, ୧୭/୭ : କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ନର୍ସିଂ କର୍ମଚାରୀ ଓ ହାଉସ ସର୍ଜନଙ୍କ ମଧ୍ୟରେ ଲାଗିଥିବା ବିବାଦ ଉଗ୍ରରୂପ ନେଇଛି।ଅଧୀକ୍ଷକଙ୍କ ହସ୍ତକ୍ଷେପ ପରେ ବି ବିବାଦ ସମାଧାନ ହୋଇପାରି ନାହିଁ। ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ହାଉସ ସର୍ଜନ ସଂଘ। ଫଳରେ ଜରୁରୀକାଳୀନ ବିଭାଗକୁ ଛାଡ଼ି ଇନ୍ ଡୋର ଓ ଆଉଟଡୋରରେ ସେବା ବନ୍ଦ କରିଛନ୍ତି। ଫଳରେ ଏସସିବିରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି।ଅନ୍ୟପକ୍ଷରେ Continue Reading
Odisha News
ବାଲେଶ୍ବର, ୧୭/୭ : ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କାଞ୍ଚଗଡ଼ା ପଞ୍ଚାୟତ ତାଳପଦା ଗାଁରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ଜଣେ ନୃଶଂସ ପୁଅ ନିଜ ମା’କୁ ମାରିଦେଇଥିବା କୁହାଯାଉଛି।ସୂଚନା ଅନୁଯାୟୀ, ତାଳପଦା ଗାଁର ଅରୁଣ ମହାନ୍ତି(୪୫) ଗତକାଲି ରାତିରେ ମା’ ଆରତୀ ମହାନ୍ତି(୬୦)ଙ୍କୁ ଖାଇବାକୁ ମାଗିଥିଲେ।ମା ଖାଦ୍ୟ ଦେବା ପରେ କାହିଁକି ମାଛ ହେଇନି ବୋଲି ପ୍ରଶ୍ନ କରିଥିଲେ। ମାଛ କେଉଁଠୁ ଆଣିବି ଟଙ୍କା ନାହିଁ ବୋଲି ମା Continue Reading
Odisha News
ଭୁବନେଶ୍ୱର,୧୭/୭: ଆସନ୍ତା ୨୨ ତାରିଖ ଯାଏ ରାଜ୍ୟକୁ ପ୍ରବଳ ବର୍ଷା ମିଳିବ। ସ୍ଥଳ ଭାଗ ଏବଂ ଜଳ ଭାଗରେ ଗୋଟିଏ ପରେ ଗୋଟିଏ ଲଘୁଚାପ ଦାନା ବାନ୍ଧୁଛି। ଗତ କିଛିଦିନ ହେବ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ର ବିଦର୍ଭ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି। ଏହା ପ୍ରଭାବରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେଉଛି।ଏପରି କି ଉପକୂଳ ଓଡ଼ିଶାରେ ମଧ୍ୟ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ତେବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ, ୧୭/୭: କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ସ୍ଥିତ ସାର୍ତ୍ତାଗୁଡ ନିକଟ ପିଲା ସାଲୁଙ୍କୀ ନଦୀ କୂଳରେ ଏକ ଜାତୀୟ ସ୍ତରୀୟ ପାର୍କ ନିର୍ମାଣ ପାଇଁ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ଦାବି କରାଯାଇଛି। ପରିଷଦର ସଭାପତି ଦିଲୀପ କୁମାର ସାହାଣୀ ଙ୍କ ନେତୃତ୍ଵ ରେ ଏକ ପ୍ରତିନିଧି ଦଳ ମଙ୍ଗଳବାର ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କୁ ଭେଟି ଏହି ପ୍ରସ୍ତାବ ଦେଇଛନ୍ତି।ଏଠାରେ ଏକ ବୃହତ୍ ପାର୍କ ସହିତ Continue Reading
Odisha News
ଭୁବନେଶ୍ୱର,୧୬/୭: ପେଟ୍ରୋଲ, ଡିଜେଲ ଓ ଏଲପିଜି ଡିଲର୍ ସଂଘ ସହ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମଙ୍ଗଳବାର ଏକ ବୈଠକ କରିଛନ୍ତି।ବୈଠକ ପରେ ମନ୍ତ୍ରୀ କହିଛନ୍ତି, ଗ୍ୟାସ ଅର୍ଡରର ୪୮ ଘଣ୍ଟା ମଧ୍ୟରେ ଘରେ ସିଲିଣ୍ଡର ପହଞ୍ଚିବା ଦରକାର। ଧାର୍ଯ୍ୟ ସମୟ ସୀମାରେ ଖାଉଟିଙ୍କ ପାଖରେ ଗ୍ୟାସ ନ ପହଞ୍ଚିଲେ ବିତରଣକାରୀ ସଂସ୍ଥା ବା ଡିଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ପେଟ୍ରୋଲ, ଡିଜେଲ ମାନରେ କୌଣସି ସାଲିସ କରାଯିବନି। ଅପମିଶ୍ରଣ ଯାଞ୍ଚ କରାଯିବ, ହେଉଥିଲେ Continue Reading
Odisha News
ପୁରୀ,୧୬/୭: ଆସନ୍ତା ୧୮ ତାରିଖ ଗୁରୁବାର ପୁଣି ଖୋଲାଯିବ ରତ୍ନଭଣ୍ଡାର। ଏନେଇ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ମଙ୍ଗଳବାର ସୂଚନା ଦେଇଛନ୍ତି।ସେ କହିଛନ୍ତି, ଶୁଭ ସମୟ ସକାଳ ୯ଟା ୫୧ରୁ ୧୨ଟା ୧୫ ମଧ୍ୟରେ ଖୋଲାଯିବ। ଭିତର ଭଣ୍ଡାର ତାଲା ଖୋଲାଯାଇ ସିନ୍ଦୁକ ଏବଂ ଆଲମାରୀରେ ଥିବା ଅଳଙ୍କାର ସ୍ଥାନାନ୍ତରଣ ହେବ।ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ। ଅସ୍ଥାୟୀ ରତ୍ନଭଣ୍ଡାର ‘ଖଟଶେଯ ଘର’କୁ ସ୍ଥାନାନ୍ତରଣ କରାଯିବ। Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୬/୭: ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଆଜି ଚତୁର୍ଦ୍ଧା ମୂର୍ତ୍ତି ତଥା ଶ୍ରୀଜୀଉ ମାନଙ୍କ ପବିତ୍ର ବାହୁଡ଼ା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି ।ଏହି ଅବସରରେ ପୂର୍ବାହ୍ନରେ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ତିନି ଠାକୁରଙ୍କ ଶ୍ରୀ ମନ୍ଦିରକୁ ଯାତ୍ରା କରିବା ପୂର୍ବରୁ ସେନାପଟା ଓ ପାରମ୍ପରିକ ପୂଜାର୍ଚ୍ଚନା ନୀତି ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତା ପରେ ଗୋଟି ପହଣ୍ଡିରେ Continue Reading
Odisha News
କଟକ,୧୬/୭: କଟକ ଛତ୍ରବଜାର ଅଞ୍ଚଳର ଜଣେ ଯୁବକ ସୋମବାର ରାତିରେ ମହାନଦୀକୁ ଡେଇଁ ନିଖୋଜ ଥିବା ଜଣାପଡିଛି। ହେଲେ ଯୁବକ ଜଣକ କେଉଁ ପରିସ୍ଥିତିରେ ମହାନଦୀକୁ ଡେଇଁଲେ ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।Continue Reading
Odisha News
ଗଞ୍ଜାମ, ୧୬/୭ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଫାଶିଗୁଡା ଗାଁରେ କରେଣ୍ଟ ଲାଗି ୧୯ ଜଣ ଶିଶୁ ଆହତ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୁଲିସ। ଜାମିନ ନାମଞ୍ଜୁର ପରେ ଜେଲ ଯାଇଛନ୍ତି ଅଭିଯୁକ୍ତମାନେ।ଗିରଫ ଅଭିଯୁକ୍ତମାନେ ହେଲେ ପରିଚାଳନା କମିଟିର ସଭାପତି ଶିବରାମ ବିଷୋୟୀ, ରାଜେନ୍ଦ୍ର ଦୋରା, ଶିବରାମ ବେହେରା, ରବିନ୍ଦ୍ର କୁମାର ସାହୁ ଓ ବିଜୟ କୁମାର ରାଉଳ। ଏଥିସହ ପୁଲିସ ନାଟକ ପରିବେଷଣରେ ବ୍ୟବହୃତ ସମସ୍ତ ବିଦ୍ୟୁତ ସରଞ୍ଜାମ, ଡିଜେ ବକ୍ସ ଓ […]Continue Reading