Home Archive by category Odisha News (Page 469)

Odisha News

Odisha News
ଓଡ଼ିଶା, ୧୯/୭: ଆଜି ରାଜ୍ୟ ପାଳୁଛୁ ୧୦ମ ରସ ଗୋଲା ଦିବସ। ପ୍ରତିବର୍ଷ ଭଳି ଏବର୍ଷ ମହାପ୍ରଭୁଙ୍କ ନୀଳାଦ୍ରିବିଜେ ଅବସରରେ ପାଳନ ହେଉଛି ରସଗୋଲା ଦିବସ।ରସଗୋଲା ହେଉଛି ମିଠାମାନଙ୍କ ରାଜା। ଓଡ଼ିଆମାନଙ୍କ ପ୍ରିୟ ଖାଦ୍ୟ ମଧ୍ୟରୁ ରସଗୋଲା ଅନ୍ୟତମ। କେତେକ ଓଡ଼ିଆ ଗବେଷକଙ୍କ ମତରେ ଜଗନ୍ନାଥ ପରମ୍ପରାରେ ରସଗୋଲାର ବ୍ୟବହାର ଦ୍ୱାଦଶ ଶତାବ୍ଦୀରୁ ଚାଲିଆସୁଛି।ବିଶ୍ୱାସ ରହିଛି, ନୀଳାଦ୍ରି ବିଜେରେ ଅଭିମାନିନୀ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁ ଜଗନ୍ନାଥ ମା’ Continue Reading
Odisha News
ଭୁବନେଶ୍ୱର, ୧୮/୭: ରାଜ୍ୟରେ ବିଜେପି ସରକାର ଦାୟିତ୍ୱ ଗ୍ରହଣ କରିବାର ପ୍ରାୟ ମାସକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଅଫିସ(ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ)ର ଅଫିସର୍ସ ଟିମ୍ ଗଢ଼ିଛନ୍ତି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ(ସିଏମଓ)ରେ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ ରତ ରୂପାରୋଶନ ସାହୁଙ୍କୁ ଆଜି ହଟାଇ ଦିଆଯାଇଛି ।ରୂପାଙ୍କ ବଦଳି ସହ ପୂର୍ବର ନବୀନ ପଟ୍ଟନାୟକ ସରକାରରେ ପାୱାରଫୁଲ୍ ଥିବା ସମସ୍ତ ଅଫିସରଙ୍କୁ ସିଏମଓରୁ ହଟାଇ ଦିଆଯାଇଛି । ଆଜି Continue Reading
Odisha News
ପୁରୀ,୧୮/୭: ଗୁରୁବାର ଶ୍ରୀଜିଉଙ୍କ ଅଧରପଣା ନୀତି ସମ୍ପାଦିତ ହୋଇଛି। ପାଣିଆ ଆପଟ ସେବକମାନେ ଅଧର ହାଣ୍ଡିରେ ପାଣି ଭର୍ତ୍ତି କରିଥିଲେ। ପରେ ସାଚି, ଛେନା, ସର, ନବାତ, କ୍ଷୀର, କଦଳୀ, ଲବଙ୍ଗ, ଗୁଜୁରାତି ଆଦି ଦ୍ରବ୍ୟରେ ପଣା ପ୍ରସ୍ତୁତ ହୋଇଥିଲା।ମହାସୁଆର ପଞ୍ଚଉପଚାରରେ ପଣା ପୂଜା କରିଥିଲେ। ଭୋଗ ପରେ ପାର୍ଶ୍ୱ ଦେବଦେବୀ ଓ ଚଣ୍ଡୀଚାମୁଣ୍ଡାଙ୍କୁ ସନ୍ତୁଷ୍ଟି କରିବା ଉଦ୍ଦେଶ୍ୟରେ ରଥ ଉପରେ ଅଧରହାଣ୍ଡି ଭଙ୍ଗାଯାଇଥିଲା। ଏହି ନୀତି ଦେଖିବା ପାଇଁ ଲକ୍ଷାଧିକ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୮/୭ : କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଗୁରୁବାର ଦିନ ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହଠାରେ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହିତ ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଏହି ଅବସରରେ ସାଂସଦ ଶ୍ରୀପାଣିଗ୍ରାହୀ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଅଧିକାରୀଙ୍କୁ କହିଥିଲେଯେ, ଜିଲ୍ଲାର ବିକାଶ ପାଇଁ ସାମଗ୍ରୀକ ଉଦ୍ୟମର ଆବଶ୍ୟକତା ରହିଛି ।ଆସନ୍ତା ୨୦୩୬ ରେ Continue Reading
Odisha News
ଭୁବନେଶ୍ୱର,୧୮/୭: କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗକୁ ଏହି ଲଘୁଚାପ କ୍ଷେତ୍ରଟି ଦକ୍ଷିଣ-ପଶ୍ଚିମ ଦିଗକୁ ବିସ୍ତାର କରି ଅଧିକ ଘନୀଭୂତ ହୋଇ ଆସନ୍ତା ଦୁଇ ଦିନ ମଧ୍ୟରେ ଉତ୍ତର-ପଶ୍ଚିମ ଦିଗକୁ ଓଡ଼ିଶା ଉପକୂଳ ଆଡକୁ ଗତି କରିବାର ସମ୍ଭାବନା ଅଛି। ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ, ଗଜପତି, କୋରାପୁଟ ଏବଂ Continue Reading
Odisha News
ଆଠଗଡ଼, ୧୮/୭ : ଆଉ ଦିନ କେଇଟା ପରେ ଆରମ୍ଭ ହେବ ଶ୍ରାବଣ ମାସ। ଶୈବପୀଠଗୁଡ଼ିକରେ ଜଳଲାଗି କରିବେ ଶ୍ରଦ୍ଧାଳୁ। ଧବଳେଶ୍ଵରଙ୍କ ପୀଠକୁ ମଧ୍ୟ ଆସିବେ କାଉଡ଼ିଆ।ତେବେ କାଉଡ଼ିଆମାନେ ପ୍ଲାଷ୍ଟିକ କଳସ ନେଇ ମନ୍ଦିରକୁ ଆସିପାରିବେ ନାହିଁ। କାରଣ ଏଥର ଧବଳେଶ୍ୱର ପୀଠରେ ପ୍ଲାଷ୍ଟିକୁ ବ୍ୟାନ କରିଛି ପ୍ରଶାସନ ଓ ପୂଜକ ସମିତି। ଆଠଗଡ଼ ତହସିଲଦାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ହୋଇଛି ଏହି ନିଷ୍ପତି।ସେହିପରି କାଉଡ଼ିଆମାନେ ମନ୍ଦିର ଭିତରକୁ ବାହୁଙ୍ଗି ନେଇ ଯାଇପାରିବେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୮/୭: ତିନି ଠାକୁର ମାଉସୀ ମାଙ୍କ ଘରେ ନଅ ଦିନ ଲୀଳାଖେଳା ପରେ ସୋମବାର ଶ୍ରୀ ମନ୍ଦିର କୁ ବାହୁଡିଅଛନ୍ତି । ମଙ୍ଗଳବାର ରଥରେ ରହିଥିବା ବେଳେ ଆଜି ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି । ବୌଦ୍ଧର ଜଗନ୍ନାଥ ମନ୍ଦିର ଆଗରେ ଥିବା ରଥ ଖଳାରେ ଅଭଙ୍ଗ ରଥରେ ସୁନାବେଶ ସଜ୍ଜିତ ହୋଇ ଚତୁର୍ଦ୍ଧାମୂର୍ତ୍ତି ଭକ୍ତଙ୍କୁ ଦର୍ଶନ ଦେଇଥିଲେ ।ରଥ ଉପରେ ବେଶକାରୀ ସେବାୟତ ମାନେ ପ୍ରଭୂଙ୍କୁ ସ୍ୱର୍ଣ୍ଣ ଅଳଙ୍କାର Continue Reading
Odisha News
ପୁରୀ,୧୮/୭: ଖୋଲିଲା ଭିତର ରତ୍ନ ଭଣ୍ଡାର। ନିର୍ଦ୍ଧାରିତ ସମୟ ୯ଟା ୫୧ରେ ଖୋଲିଲା ରତ୍ନଭଣ୍ଡାର। ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସହ ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢୀଙ୍କ ସମେତ ୧୧ଜଣିଆ ଟିମ୍ଙ୍କ ଉପସ୍ଥିତିରେ ଭଣ୍ଡାର ଖୋଲାଯାଇଛି।ଏସଓପି ଅନୁସାରେ ରତ୍ନ ଅଳଙ୍କାର ସ୍ଥାନାନ୍ତର ହେବ ବୋଲି ନିଷ୍ପତ୍ତି ହୋଇଛି। ଏହି ସମୟରେ ପୁରୀ ରାଜା ଗଜପତି ମହାରାଜ ମଧ୍ୟ ଆସିପାରନ୍ତି ବୋଲି ଜଷ୍ଟିସ ରଥ ସୂଚନା ଦେଇଥିଲେ। ତେବେ ସୂଚନାନୁସାରେ Continue Reading
Odisha News
ଭୁବନେଶ୍ୱର,୧୭/୭: ଆଗାମୀ ବିଧାନସଭା ଅଧିବେଶନ ପୂର୍ବରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦଳର ଦଳର ବିଧାୟକମାନଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଦଳର ସମସ୍ତ ବିଜୟୀ ବିଧାୟକଙ୍କୁ ବିଭିନ୍ନ ବିଭାଗ ଉପରେ ନଜର ରଖି ବିଧାନସଭାରେ ସରକାରଙ୍କୁ ପ୍ରଶ୍ନ କରିବାକୁ ଦାୟିତ୍ୱ ଦେଇଛନ୍ତି।ବରିଷ୍ଠ ରାଜା ସ୍ୱାଇଁଙ୍କୁ ରାଜସ୍ୱ, ପ୍ରମିଳାଙ୍କୁ ପଞ୍ଚାୟତିରାଜ, ବଦ୍ରିଙ୍କୁ ମହିଳା ଓ ଶିଶୁ ବିକାଶ, ନିରଞ୍ଜନ ପୂଜାରୀଙ୍କୁ ଗୃହ, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ଥ, ପ୍ରତାପ Continue Reading
Odisha News
ପୁରୀ,୧୭/୭: ବାହୁଡ଼ାଯାତ୍ରା ସମୟରେ ରଥ ଉପରେ ମୋବାଇଲ ବ୍ୟବହାର ନେଇ ଶ୍ରୀମନ୍ଦିର ପ୍ରଶାସନ ଆଉ ଜଣେ ସେବକଙ୍କ ବିରୋଧରେ ସିଂହଦ୍ବାର ଥାନାରେ ଅଭିଯୋଗ କରିଛି।ଦେବଦଳନ ରଥରେ ମା’ ସୁଭଦ୍ରାଙ୍କ ସମ୍ମୁଖରେ ସମ୍ପୃକ୍ତ ସେବାୟତ ଫୋନ୍ ବ୍ୟବହାର କରୁଥିବା ଫଟୋ ତଥା ଖବରକାଗଜରେ ପ୍ରକାଶିତ ଲେଖା ମଧ୍ୟ ଏଥି ସହ ସଲଗ୍ନ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଆଉ କେତେକ ସେବକଙ୍କ ବିରୋଧରେ ମଧ୍ୟ ମୋବାଇଲ ବ୍ୟବହାର ନେଇ ଚିତ୍ର ଏବଂ ଭିଡିଓ ହସ୍ତଗତ ହୋଇଛି।ଏନେଇ Continue Reading