Home Archive by category Odisha News (Page 208)

Odisha News

Odisha News
ଭୁବନେଶ୍ୱର, ୩୦/୧୦ : ଗୋଟିଏ ଦିନର ଉପବାସ ପରେ ଶେଷରେ ଗୁରୁବାର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ ହୋଇଛି । ଆଜି ସକାଳୁ ଅବକାଶ ନୀତି ସମ୍ପନ୍ନ ହୋଇଥିବାବେଳେ କୋଠ ଭୋଗ ପ୍ରକ୍ରିୟା ଆରମ୍ଭ ହୋଇଛି । ମାତ୍ର ବିବାଦର ଯଦି ସମାଧାନ ନ ହୁଏ ତେବେ ନୀତି ବନ୍ଦ କରିବାକୁ ବ୍ରାହ୍ମଣ ନିଯୋଗ ଚେତାବନୀ ଦେଇଛି ।ବୁଧବାର ସକାଳେ ସ୍ୱାଭାବିକ ଭାବେ ପ୍ରଭୁ ଲିଙ୍ଗରାଜଙ୍କ ଦ୍ୱାରଫିଟା ଓ ସୂର୍ଯ୍ୟପୂଜା ହୋଇଥିଲା । ସମର୍ଥା ନିଯୋଗ ସେବାୟତଙ୍କ […]Continue Reading
Odisha News
କରଞ୍ଜିଆ , ୩୦/୧୦ : ବୁଲୁଛି ମହାବଳ ବାଘ । ଗାଁ ନିକଟ ଜଙ୍ଗଲରେ ବାଘ ବୁଲୁଥିବାରୁ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ଦୁଇ ପଞ୍ଚାୟତ ବାସୀ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ମହାବଳ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ଠାକୁରମୁଣ୍ଡା ରେଞ୍ଜ କାଳିଆଜିଆଣୀ ଗାଁ ନିକଟ ସଂରକ୍ଷିତ ଜଙ୍ଗଲରେ ଗ୍ରାମବାସୀମାନେ ମହାବଳ ବାଘ ବୁଲୁଥିବାର ଦେଖିବାକୁ ପାଇଥିଲେ ।ମହାବଳ ବାଘ ଆସିଥିବାର ଖବର ପ୍ରଚାର ହେବା ପରେ ହାତୀଗୋଡା ଓ […]Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୩୦/୧୦ : ନୟାଗଡ଼ ଜେଲରେ ଦିନକୁ ଦିନ ବଢ଼ି ଚାଲିଥିବା ଗ୍ୟାଙ୍ଗୱାରକୁ ଦମନ କରିବା ପାଇଁ ଏବେ ଉଭୟ ଜେଲ୍ କର୍ତ୍ତୃପକ୍ଷ ଓ ସଦର ଥାନା ପୁଲିସ ଯୋଜନା କରିଛନ୍ତି।ଦୁଇ ଦିନ ତଳେ ଜେଲ୍ ଭିତରେ ଘଟିଥିବା ବିଶୃଙ୍ଖଳା ପାଇଁ ଦାୟୀ ରହିଥିବା ୩୫ ଜଣଙ୍କ ମଧ୍ୟରୁ ଆଜି ୭ ଜଣଙ୍କୁ ରଣପୁର ଓ ଦଶପଲ୍ଲା ସବ୍-ଜେଲକୁ ସ୍ଥାନାନ୍ତର କରାଯାଇଛି।କେବଳ ସେତିକି ନୁହେଁ ଜାମିନ ପାଇଁ ଜେଲରୁ ଘରକୁ ଯିବା ପାଇଁ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି , ୩୦/୧୦ : ବାତ୍ୟା ମୋନ୍ଥା ର ଲ୍ୟାଣ୍ଡଫଲ ଯୋଗୁଁ ଗଜପତି ଜିଲ୍ଲାରେ ଏହାର ବିଶେଷ ପ୍ରଭାବ ପଡୁଥିବା ଦେଖାଯାଇଛି ।ଜିଲ୍ଲାବ୍ୟାପୀ ପବନ ସହ ପାଗ ମେଘୁଆ ହୋଇ ବର୍ଷା ହେଉଥିବା ବେଳେ ଖାରା ହୋଇ ବର୍ଷା ମଧ୍ୟ ଲାଗିରହିଛି ।ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପ୍ରଶାସନ ଏହାର କଡ଼ା ମୁକାବିଲା କରିବା ପାଇଁ ବେଶ ସଜାଗ ହୋଇ ରହିଛି ।ବାତ୍ୟା ପ୍ରଭାବରେ ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୩୯ ଟି […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩୦/୧୦ : ବୁଧବାର ଚାରିଘଣ୍ଟା ତିରିଶ ମିନିଟ୍ ସମୟରେ ପ୍ରାପ୍ତ ସୂଚନା ଅନୁଯାୟୀ ଭାରତ ସରକରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ଯୁବା ଭାରତ ଓ ମା ଠାକୁରାଣୀ ୟୁଥ୍ କ୍ଲବ୍ ମିଲିତି ଆନୁକୁଲ୍ୟରେ ବୌଦ୍ଧ ବ୍ଳକ୍ ଯମଟାଙ୍ଗି ଖେଳ ପଡ଼ିଆରେ ଆୟୋଜିତ କ୍ଲଷ୍ଟରସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଯାପିତହଇଯାଇଛି ।ଉଦଯାପନୀ ଉତ୍ସବରେ ମେରା ଯୁବା ଭାରତର ଆସ୍ମାନ ମହାକୁଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ Continue Reading
Odisha News
ମାଲକାନଗିରି , ୨୯/୧୦ : ଛତିଶଗଡରେ ଜାରି ରହିଛି ମାଓବାଦୀଙ୍କ ଆତ୍ମସମର୍ପଣ । କାଙ୍କେର ଜିଲ୍ଲାରେ ପୁଣି ୨୧ ଜଣ ହାର୍ଡକୋର ନକ୍ସଲ ୧୮ଟି ଅତ୍ୟାଧୁନିକ ବନ୍ଧୁକ ସହ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ମାଓ ସଂଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ଲାଲ୍ ବାହିନୀକୁ ରେଡ୍ କାର୍ପେଟ୍ ଉପରେ ସ୍ୱାଗତ କରାଯାଇଛି । ବସ୍ତର ଆଇଜି ପି. ସୁନ୍ଦରରାଜ ଆତ୍ମସମର୍ପଣ କରିଥିବା ମାଓବାଦୀ ମାନଙ୍କୁ ସମ୍ବିଧାନର ବହି ପ୍ରଦାନ କରି ସମାଜରେ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୨୯/୧୦ : ବୁଧବାର ଦିନ ଦିବା ୧୧ ଘଣ୍ଟା ସମୟରେ ହରଭଙ୍ଗା ପଚାୟତ ନିକଟସ୍ଥ ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି ।ଦୁର୍ନୀତି ନିବାରଣ ବିଭାଗ, ବୌଦ୍ଧ ସକ୍ଷଖା ର ଉପ ଆରକ୍ଷୀ ଅଧିକ୍ଷକ ଜଗବନ୍ଧୁ ଅଙ୍କରିଆଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଶକୁନ୍ତଳା ବେହେରା,ସମ୍ମାନୀତ ଅତିଥି ଭାବେ ଅତିରିକ୍ତ Continue Reading
Odisha News
ଟିଟିଲାଗଡ଼, ୨୯/୧୦ : ଏବେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଚାଲିଛି । ସରକାରୀ ଅଧିକାରୀ ମାନେ ଦୁର୍ନୀତିରୁ ଦୂରେଇ ରହିବାକୁ ଶପଥ ନେଉଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ କଡ଼ା ତାଗିଦ କରିଛନ୍ତି ।କିନ୍ତୁ କିଛି ସରକାରୀ ଅଧିକାରୀ ‘ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡ଼ା କାଠ’ ବାକ୍ୟରେ ଚାଲିଛନ୍ତି । ନିଜ କାର‌୍ୟ୍ୟକଳାପରୁ ବାଦ ପଡ଼ୁ ନାହାଁନ୍ତି । ଆଜି ପୁଣି ଜଣେ ସରକାରୀ ବାବୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛି […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୨୯/୧୦ : ବୌଦ୍ଧ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ।ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ମୁଖ୍ୟଅତିଥି ଭାବରେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଖମାରୀ ସଭାପତିତ୍ୱ କରିଥିଲେ କ୍ଷ ସମ୍ମାନୀତ ଅତିଥି ଭାବରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବିଆରସିସି Continue Reading
Odisha News
ଭୁବନେଶ୍ବର , ୨୯/୧୦ : ବାତ୍ୟା ‘ମୋନ୍ଥା’ ନେଇ ଅଧିକ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି। ସେ କହିଛନ୍ତି,୧୫ କିମି ପ୍ରତିଘଣ୍ଟାରେ ଗତି କରୁଛି ବାତ୍ୟା ‘ମୋନ୍ଥା’ ।ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ଆହୁରି କହିଛନ୍ତି, ଭୀଷଣ ବାତ୍ୟାରୁ ବାତ୍ୟାର ରୂପ ନେଇଛି। ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଦୁର୍ବଳ ହୋଇ ଆଗକୁ ୩ଘଣ୍ଟା ମଧ୍ୟରେ ଗଭୀର ଅବପାତ ଓ ତାର ୬ […]Continue Reading