Home Articles posted by odadmin (Page 920)
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୬/୩: ଆଜି ରଙ୍ଗର ପର୍ବ ହୋଲି । ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସନ୍ତି । ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ । ଗାଁଠୁ ସହର ସବୁଠି ଚାଲିଥିଲା ରଙ୍ଗର ଖେଳ ।ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ଏହି ରଙ୍ଗ ଖେଳ ଏକ ମାଧ୍ୟମ । ଗୀତ ନାଚର ଆସର ବି ଜମିଥିଲା । ଗାଁକୁ ଗାଁ ବୁଲି ପିଲାଠୁ ବୟସ୍କ […]Continue Reading
Odisha News
ଜଗତସିଂହପୁର/ସୋର/ସାଲେପୁର,, ୨୬/୩: ବିଭିନ୍ନ ସ୍ଥାନରେ ହୋଲିରେ ଅଘଟଣ ଘଟିଛି। ପୋଖରୀରେ ଗାଧୋଇଲା ବେଳେ ବୁଡ଼ିଯାଇ ୨ଜଣଙ୍କର ମୃତ୍ୟୁ ଘଟିଛି। କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ କରମୁଆଁ ଗାଁରେ ପୋଖରୀରେ ବୁଡ଼ି ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ଛାଣିପୁରର ଆଶିଷ କୁମାର ଦାସ।ଆଶିଷ ସାଙ୍ଗମାନଙ୍କ ସହ ହୋଲି ଖେଳିସାରି ପୋଖରୀରେ ଗାଧୋଉଥିଲେ। ଏହି ସମୟରେ ତାଙ୍କ ଗୋଡ଼ ଖସିଯାଇଥିଲା। ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର Continue Reading
Odisha News
ଭୁବନେଶ୍ୱର,୨୬/୩: ଆଜି ରଙ୍ଗର ପର୍ବ ହୋଲି। ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସୁଛନ୍ତି। ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ। ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ ଅଛନ୍ତି ଲୋକେ। ଭୁବନେଶ୍ୱର, କଟକ, ବ୍ରହ୍ମପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଆୟୋଜନ ହୋଇଛି।ଅନ୍ୟପଟେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଥିବା ରଙ୍ଗ ଦୋକାନ ଉପରେ କମିଶନରେଟ ପୋଲିସ ପକ୍ଷରୁ ଚଢାଉ କରାଯାଇ ରଙ୍ଗ ଯାଞ୍ଚ କରାଯାଇଛି। କେମିକାଲ Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ବର, ୨୫/୩ : ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ର ନିର୍ଦ୍ଦେଶକ ଭାବେ ମନୋନୀତ । ଓଡିଶା ରୁ ଦୁଇ ଜଣ ମନୋନୀତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଓ ବାଲେଶ୍ଵର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ର ସଭାପତି ।ବାଲେଶ୍ବର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ର ସଭାପତି ଗଣେଶ ପ୍ରସାଦ ମହାପାତ୍ର ଙ୍କୁ ବିବିନ୍ନ ସଂଗଠନ, ବାଲେଶ୍ବର ଭଦ୍ରକ ମାନେ, ବାଲେଶ୍ବର ଭଦ୍ରକ କେନ୍ଦ୍ର ସମବାୟ ର ସମସ୍ତ କର୍ମଚାରୀ ର […]Continue Reading
Odisha News
ଭଞ୍ଜନଗର/ସୋରଡ଼ା,୨୫/୩: ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଅଧୀନ ନୂଆଁଗା ହାତୀଖାଲ ଗାଁ ନିକଟରେ ସୋମବାର ବଜ୍ରପାତ ଘଟିଛି। ବଜ୍ରପାତରେ ୪ ଚରାଳି ଆହତ ହୋଇଥିବା ବେଳେ ୩୨ ଛେଳି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ଆହତମାନେ ହାତୀଖାଲ ଗ୍ରାମର ବୋଲି ଜଣାପଡ଼ିଛି।ମିଳିଥିବା ସୂଚନା ମୁତାବକ, ୪ଜଣ ଛେଳି ଧରି ଗାଁ ପାଖ ପଡ଼ିିଆକୁ ଯାଇଥିଲେ। ଅପରାହ୍ନ ୫ଟାରେ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ସେତିକିବେଳେ ଛେଳିଗୁଡ଼ିକ ଗୋଠ ହୋଇ ଚରୁଥିବା ବେଳେ ବଜ୍ରପାତ Continue Reading
Odisha News
ବୀରମହାରାଜପୁର, ୨୫/୩: ଦେଶ ସ୍ବାଧୀନତା ପ୍ରାପ୍ତିକୁ ସାତ ଦଶନ୍ଧି ବିତିଯାଇଛି। କିନ୍ତୁ ଆମ ସମାଜରୁ କୁସଂସ୍କାର ଯାଇନାହିଁ। ବାପାଙ୍କ ମୃତ୍ୟୁ ପରେ ଶବକୁ ଅନ୍ତିମ ସଂସ୍କାର କରିବା ପାଇଁ ଗ୍ରାମବାସୀଙ୍କୁ ପୁଅ ୨୦ ହଜାର ଟଙ୍କା ମାଗିଛି, ଯେଉଁ ଟଙ୍କାରେ ସେ ଜାତିଭାଇଙ୍କୁ ଭୋଜିଭାତ ଦେଇ ଖୁସି କରାଇବ।କିନ୍ତୁ ଏହି ରାଶି ନମିଳିବାରୁ ସେ ବାପାଙ୍କ ମୃତଦେହକୁ ସ୍ପର୍ଶ କରିନାହାନ୍ତି। ଶେଷରେ ସମାଜସେବୀମାନେ ୮ ଘଣ୍ଟା ପରେ ଶବକୁ ଅନ୍ତିମ ସଂସ୍କାର Continue Reading
Odisha News
ସମ୍ବଲପୁର,୨୫/୩: ସମ୍ବଲପୁର ପୋଲିସ ଏକ ବଡ଼ ଧରଣର କଫସିରପ ରାକେଟର ପର୍ଦ୍ଦାଫାଶ କରିବାରେ ସକ୍ଷମ ହୋଇଛି। ସଦରଥାନା ପୋଲିସ ନିଲଡୁଙ୍ଗରିରୁ ୪୫ଟି ପେଟିରେ ୧୮୦ ମିଲିଲିଟର ବିଶିଷ୍ଟ ପ୍ରାୟ ୧୦ ହଜାର ୮ଶହ(୧୦୮୦ ଲିଟର) ନିଷିଦ୍ଧ କଫସିରପ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଏହି ସମ୍ପର୍କରେ ଜିଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ ସୂଚନା ଦେଇଛନ୍ତି। ସେ Continue Reading
Odisha News
ଭୁବନେଶ୍ୱର, ୨୫/୩ : ଓଡ଼ିଶା ଅଗ୍ନିଶମ ବାହନୀ ତରଫରୁ ହୋଲିରେ ଅଘଟଣ ରୋକିବାକୁ ପ୍ରସ୍ତୁତ। ଭୁବନେଶ୍ୱର ଉପକଣ୍ଠ ନଦୀ, କେନାଲ ଗୁଡିକରେ ମୁତୟନ ହେବ ଅଗ୍ନିଶମ କର୍ମଚାରୀ। ପାଞ୍ଚଟି ସ୍ଥାନରେ ଥିବା ଗାଧୁଆ ତୁଠରେ ମୁତୟନ ହେବେ ଲାଇଫ ବୟ। ତାଙ୍କ ପାଖରେ ଲାଇଫ ଜ୍ୟାକେଟ ରହିବ। ମେସିନ ରବର୍ ବୋଟ, ଅଣ୍ଡର ୱାଟର କର୍ମଚାରି ଓ ଆମ୍ବୁଲାନ୍ସ ମଧ୍ୟ ରହିବ।କୁଆଖାଇ, ଦୟା, ଧଉଳି ପୁରୀ କେନାଲ, ବାଲିପାଟଣା, ବାଲିଅନ୍ତା, ବଙ୍କୁଆଲ ନଦୀ ଗୁଡ଼ିକ ତୁଠରେ ମୁତୟନ […]Continue Reading