Odisha News

ଗଜପତି: ଆକାଂକ୍ଷା ମହିଳା ସଂଗଠନ ତରଫରୁ ମାତୃ ଦିବସ ପାଳିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୫/୫: ଗଜପତି ଜିଲ୍ଲା ର ଅଗ୍ରଣୀ ମହିଳା ସଂଗଠନ ଆକାଂକ୍ଷା ପକ୍ଷରୁ କାଶୀନଗର ବ୍ଲକ ସିଧାମଡଙ୍ଗ ଠାରେ ମାତୃ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି।
ସଙ୍ଗଠନର ଉପଦେଷ୍ଟା ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀ ଅଧ୍ୟକ୍ଷତା କରି ନିଜର ବକ୍ତବ୍ୟ ମାଧ୍ୟମରେ ମାତୃ ଜାତିର ସୁରକ୍ଷା ଓ ଯତ୍ନ ଉପରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ସଖୀ ୱାନ ଷ୍ଟପ କେନ୍ଦ୍ରର କର୍ମୀ ଶ୍ରୀମତୀ ପ୍ରଣତୀ ଦାସ ଯୋଗ ଦେଇ ମାଆର ଶିକ୍ଷା ଓ ସ୍ଵାସ୍ଥ୍ୟ ଉପରେ ଆଲୋଚନା କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମ ରେ ସିଧାମଡଙ୍ଗ ଗ୍ରାମର ଅଙ୍ଗନବାଡ଼ି କର୍ମୀ କବିତା ପାଲକା ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମ ପାଳନ ଅବସରରେ ଗ୍ରାମର ଅଙ୍ଗନବାଡ଼ି କର୍ମୀ କବିତା ପାଲକାଙ୍କୁ ଆକାଂକ୍ଷା ଅନୁଷ୍ଠାନ ପକ୍ଷରୁ ପାରମ୍ପରିକ ରୀତି ପ୍ରକାରେ ସମ୍ମାନୀତ କରା ହୋଇଥିଲା ।
ଆକାଂକ୍ଷା ମହିଳା ସଂଗଠନର ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ ମାତୃ ଦିବସ ର ତାପର୍ଯ୍ୟ ଓ ସନ୍ତାନ ମାନଙ୍କ ପ୍ରତି ମାଆର ତ୍ୟାଗ ସଂପର୍କରେ ବୁଝାଇଥିଲେ । ଅନ୍ୟାନ୍ୟ ସଦସ୍ୟା ମାନେ ଯଥା:- ଶ୍ରୀମତୀ ସୁନୀତା ବେହେରା , ଶ୍ରୀମତୀ ଭାରତୀ ପାଲକା , ଡି: ଭାଗ୍ୟଶ୍ରୀ , ଶ୍ରୀମତୀ ସନ୍ଧ୍ୟା ରାଣୀ ପାଲକା ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନ ରେ ପରିଚାଳିତ ହୋଇଥିଲା।
ଏହାର ଶେଷ ଭାଗରେ ମାଆ ମାନଙ୍କ ନିମନ୍ତେ ଗୀତ , ନାଚ ଓ ମିଉଜିକ ଚେୟାର ପ୍ରଭୃତି ଖେଳ ପ୍ରତିଯୋଗିତା ମାନ ଆୟୋଜନ କରା ଯାଇଥିଲା ।
ସମସ୍ତ ପ୍ରତିଯୋଗି ମାନଙ୍କୁ ଯଥା: ରଶ୍ମି ପାଲକା ଗୀତରେ , ତ୍ରିବେଣୀ ପାଲଟା ନାଚରେ ଓ ସଂଧ୍ୟା କରାଇ , ଆଖିଲା ପାଲକା ମିଉଜିକ ଚେୟାରରେ ପୁରସ୍କାର ବିତରଣ କରା ଯାଇଥିଲା ।
ସର୍ବଶେଷରେ ଉପସ୍ଥିତ ସମସ୍ତଙ୍କୁ ମୋହୀନୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Seo wordpress plugin by www.seowizard.org.