Bollywood

ଆଲିଆଙ୍କ ଚପଲ ଉଠାଇବା ରଣବୀରଙ୍କୁ ପଡିଲା ମହଙ୍ଗା, ହେଉଛନ୍ତି ଜୋରଦାର ଟ୍ରୋଲ୍

ମୁମ୍ବାଇ,୨୨/୪: ଏପ୍ରିଲ ୨୦ ତାରିଖ ଗୁରୁବାର ସକାଳେ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଦୁଃଖର ଖବର ଆସିଥିଲା। ଗାୟକ, ନିର୍ମାତା ତଥା ସ୍କ୍ରିନ୍ ରାଇଟର୍ ପାମେଲା ଚୋପ୍ରା ୭୪ବର୍ଷ ବୟସରେ ଏ ଦୁନିଆରୁ ବିଦାୟ ନେଇଥିଲେ। ତାଙ୍କ ମୃତ୍ୟୁ ଖବର ପାଇବା ପରେ ପୁରା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଥିଲା।
ଚଳଚ୍ଚିତ୍ର ଜଗତର ଅନେକ ତାରକା ପାମେଲା ଚୋପ୍ରାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ତାଙ୍କ ବାସଭବନରେ ପହଞ୍ଚିଥିଲେ। ସେ ମଧ୍ୟରେ ଥିଲେ ବଲିଉଡ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ।
ତେବେ ଘରକୁ ପ୍ରବେଶ କରିବା ପୂର୍ବରୁ ରଣବୀର କିଛି ଏଭଳି କାମ କରିଥିଲେ, ଯାହା ଏବେ ଲୋକଙ୍କ ମନ କିଣିଛି। ଦମ୍ପତିଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଦେଖିବା ପରେ କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ରଣବୀରଙ୍କୁ ଖୋଲାଖୋଲି ପ୍ରଶଂସା କରିଥିବାବେଳେ କିଛି ତାଙ୍କୁ ଟ୍ରୋଲ କରିଛନ୍ତି।
ରଣବୀର ଏବଂ ଆଲିଆ ଦିବଂଗତ ପାମେଲା ଚୋପ୍ରାଙ୍କ ପ୍ରାର୍ଥନା ସଭାରେ ପହଞ୍ଚିଥିଲେ। ଏହି ସମୟରେ, ଘର ଭିତରକୁ ପ୍ରବେଶ କରିବା ପୂର୍ବରୁ ଆଲିଆ ଚପଲ ବାହାରେ ରଖିଥିଲେ, ଯାହାକୁ ପରେ ରଣବୀର ଉଠାଇ ଏକ କୋଣରେ ରଖିଥିଲେ। ତାଙ୍କର ଏହି କାମ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ହୃଦୟ ଜିତିଛି। ଏଥି ସହିତ, କିଛି ବ୍ୟବହାରକାରୀ ପ୍ରଶଂସା ବଦଳରେ ତାଙ୍କୁ ଟ୍ରୋଲ ବି କରିଛନ୍ତି।
କିଛି ବ୍ୟବହାରକାରୀ ତାଙ୍କୁ ‘ବେଷ୍ଟ କପଲ ଅଫ ଦ ଇୟର’ କହିଥିବା ବେଳେ କିଛି ବ୍ୟବହାରକାରୀ ଫଟୋ ଓ ଭିଡିଓ ପାଇଁ ଜାଣିଶୁଣି ରଣବୀର ଏଭଳି କରିଥିବା କହିଛନ୍ତି।

Related Posts

Seo wordpress plugin by www.seowizard.org.