Bollywood

ଅମୀର ଖାନଙ୍କ ବିଜ୍ଞାପନକୁ ନେଇ ତେଜିଲା ବିବାଦ, ମଧ୍ୟପ୍ରଦେଶ ଗୃହମନ୍ତ୍ରୀ କହିଲେ ଭାରତୀୟ ପରମ୍ପରା ସହ ହେଉଛି ଖେଳ

ମୁମ୍ବାଇ, ୧୨/୧୦: ବଲିଉଡର ପ୍ରସିଦ୍ଧ ଅଭିନେତା ଆମୀର ଖାନ ଏବଂ କିଆରା ଆଡଭାନୀଙ୍କ ଏକ ଘରୋଇ ବ୍ୟାଙ୍କର ବିଜ୍ଞାପନ ଏବେ ଚର୍ଚ୍ଚାରେ ଅଛି ଜ୍ଝଏହି ବିଜ୍ଞାପନକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି। ଏହା ହିନ୍ଦୁ ଭାବନାକୁ ଆଘାତ ଦେଉଥିବା ବର୍ଣ୍ଣନା କରି ହିନ୍ଦୁ ସଂଗଠନ ଏହାକୁ ବିରୋଧ କରିଛନ୍ତି।
ଏହି ପ୍ରତିବାଦ ପରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ବୁଧବାର ଆମୀର ଖାନଙ୍କୁ ଚେତାବନୀ ଦେଇଛନ୍ତି ଜ୍ଝ ନରୋତ୍ତମ ମିଶ୍ରା କହିଛନ୍ତି ଯେ ଭାରତୀୟ ପରମ୍ପରା ଏବଂ ରୀତିନୀତିକୁ ଦୃଷ୍ଟିରେ ରଖି ଆମୀର ଖାନ ବିଜ୍ଞାପନ କରିବା ଉଚିତ।
ବେସରକାରୀ ବ୍ୟାଙ୍କର ଆମୀର ଖାନଙ୍କ ବିଜ୍ଞାପନ ମଧ୍ୟ ସେ ଦେଖିଛନ୍ତି ଯାହା ଭଲ ନୁହେଁ। ଏହି ପ୍ରକାରର ଭାରତୀୟ ପରମ୍ପରା ଏବଂ ରୀତିନୀତି ବିଷୟରେ ଆମୀର ଖାନଙ୍କର ବିଜ୍ଞାପନ କ୍ରମାଗତ ଭାବରେ ଆସୁଛି ଯାହାକୁ ମୁଁ ଠିକ୍ ମନେ କରେ ନାହିଁ ଜ୍ଝ
ବିକୃତ ଢଙ୍ଗରେ କାର‌୍ୟ୍ୟ କରିବା ଏକ ନିର୍ଦ୍ଦିଷ୍ଟ ଧର୍ମର ଭାବନାକୁ ଆଘାତ କରେ ଜ୍ଝ କୌଣସି ଧର୍ମର ଭାବନାକୁ ଆଘାତ କରିବାକୁ ଆମୀର ଖାନଙ୍କୁ ଅନୁମତି ନାହିଁ।
ନରୋତ୍ତମ ମିଶ୍ରାଙ୍କ ବ୍ୟତୀତ ‘କାଶ୍ମୀର ଫାଇଲସ’ର ନିର୍ମାତା ବିବେକ ଅଗ୍ନିହୋତ୍ରୀ ମଧ୍ୟ ଏହି ବିଜ୍ଞାପନକୁ ନେଇ ଆପତ୍ତି ଉଠାଇଛନ୍ତି ଜ୍ଝ ଟୁଇଟରରେ ବିଜ୍ଞାପନ ସେୟାର କରି ବିବେକ ଅଗ୍ନିହୋତ୍ରୀ ଲେଖିଛନ୍ତି ଯେ ସାମାଜିକ ତଥା ଧାର୍ମିକ ପରମ୍ପରା ବଦଳାଇବା ପାଇଁ ବ୍ୟାଙ୍କଗୁଡ଼ିକ କେବେଠାରୁ ଦାୟିତ୍ୱ ନେଲେଣି ତାହା ମୁଁ ବୁଝିପାରୁନାହିଁ ଜ୍ଝ
ଏହି ମୂର୍ଖମାନେ ହିନ୍ଦୁମାନଙ୍କୁ ପରିହାସ କରନ୍ତି, ତା’ପରେ କହନ୍ତି ଯେ ହିନ୍ଦୁମାନେ ଟ୍ରୋଲ କରୁଛନ୍ତି। ସୂଚନାନୁସାରେ, ବିଜ୍ଞାପନରେ ଆମୀର ଖାନ ଘରଜ୍ବାଇଁ ହୋଇଥିବା ବେଳେ ଏଥିରେ କନ୍ୟା ବରକୁ ବିବାହ କରି ଘରକୁ ନେଇଯାଏ। ଯାହା ସାମାଜିକ ପ୍ରଥା ବିରୁଦ୍ଧରେ ବିବେଚନା କରାଯାଉଛି ଜ୍ଝ
ଏହି ବିଜ୍ଞାପନରେ ଆମୀର କିଆରାଙ୍କୁ କହିଛନ୍ତି ଯେ ପ୍ରଥମ ଥର ପାଇଁ ଏମିତି ଏକ ବିଦାୟୀ ହୋଇଛି ଯେଉଁଥିରେ କନ୍ୟା କାନ୍ଦି ନାହିଁ ଜ୍ଝ ଯାହା ପରେ ଆମୀର ଘରେ ପ୍ରବେଶ କରି କହିଥିଲେ ଯେ ଶତାବ୍ଦୀ ଧରି ଚାଲିଆସୁଥିବା ପ୍ରଥା ପରମ୍ପରା କାହିଁକି ଏବେ ବି ଚାଲିଆସୁଛି ଜ୍ଝ ହିନ୍ଦୁମାନଙ୍କ ପରମ୍ପରାର ବିପରୀତ ଏହି ବିଜ୍ଞାପନ ଦେଖାଇବା ପାଇଁ ଆମୀର ଖାନଙ୍କୁ ଟାର୍ଗେଟ କରାଯାଇଛି।

Related Posts

Seo wordpress plugin by www.seowizard.org.