ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲା ଦଶମ ଶ୍ରେଣୀର ଛାତ୍ର
ବାଲେଶ୍ୱର,୮/୯: ଦଶମ ଶ୍ରେଣୀ ଛାତ୍ରଙ୍କ ଚରମ ନିଷ୍ପତି । ଟ୍ରେନ୍ ଆଗକୁ ନେଇ ଜୀବନ ହାରିଲେ ବାଲେଶ୍ୱର ଜିଲ୍ଲା ଭୋଇସାହି ସ୍ଥିତ ସିଦ୍ଧିବିନାୟକ ପବ୍ଲିକ୍ ସ୍କୁଲ୍ର ଦଶମ ଶ୍ରେଣୀ ଛାତ୍ର ସୁରଜ ଗୁପ୍ତା । ସ୍କୁଲ୍ ପ୍ରିନ୍ସପାଲ୍ କହୁଛନ୍ତି ପ୍ରେମ ପାଇଁ ଆତ୍ମହତ୍ୟା କରିଛି ଛାତ୍ର ଜଣକ, କିନ୍ତୁ ପରିବାର ଲୋକେ ଅଭିଯୋଗ କରିଛନ୍ତି ପୁଅର ମୁତ୍ୟୁ ପାଇଁ ସ୍କୁଲ୍ କର୍ତ୍ତୃପକ୍ଷ ଓ ଅନ୍ୟ ଜଣେ ଛାତ୍ର ଦାୟି ।
କିନ୍ତୁ କେଉଁ ପରିସ୍ଥିତିରେ ସୁରଜ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ, ତାହା ଜଣାପଡ଼ିନି।
ସୂଚନା ଅନୁସାରେ, ଦଶମ ଶ୍ରେଣୀରେ ପଢ଼ୁଥିବା ସୁରଜ ମଙ୍ଗଳବାର ଦିନ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ସ୍କୁଲ୍ ସାମ୍ନାରେ ସୁରଜଙ୍କ ମୃତଦେହ ରଖି ତାଙ୍କ ବାପାମା’ ଧାରଣା ଦେଇଥିଲେ।
ଜିଆର୍ପି ପୋଲିସ ସ୍କୁଲ୍କୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ଛାତ୍ର ଜଣକ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ, ତାହା ଜଣାପଡ଼ିନି। ମାନସିକ ଚାପରେ ଥିଲେ ନା ଆଉ କିଛି କାରଣ ପାଇଁ ସେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି, ତାହା ଅସ୍ପଷ୍ଟ ରହିଛି।