Odisha News

ବାରିପଦାରେ ଫିଲ୍ମ ଷ୍ଟାଇଲ୍‌ରେ ଲୁଟ୍; ବନ୍ଧୁକ ମୁନରେ ସେନକୋ ଗୋଲ୍ଡରୁ ୧୨ କୋଟିରୁ ଊର୍ଦ୍ଧ୍ୱ ଅଳଙ୍କାର ନେଲେ ଲୁଟି, ୪ ଧରାପଡ଼ିଲେ, ୨ ଫେରାର

ବାରିପଦା, ୨୯/୧୧: ବାରିପଦାରେ ସୁନା ଦୋକାନରୁ ଲୁଟ୍ । ଦିନ ଦ୍ବିପ୍ରହରରେ ଗହଣା ଦୋକାନରୁ ଲୁଟ୍ । ୧୨ରୁ ୧୩ କୋଟି ଟଙ୍କାର ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ । ଲୁଟ୍ ବେଳେ ୪ ଲୁଟେରାଙ୍କୁ ମାଡ଼ି ବସିଲେ ଦୋକାନ ମାଲିକ ଏବଂ କର୍ମଚାରୀ ।
ଅନ୍ୟ ଦୁଇ ଜଣ ଲୁଟେରା ଟଙ୍କା ସୁନା ନେଇ ଚମ୍ପଟ ମାରିଛନ୍ତି । ସେମାନଙ୍କୁ ଖୋଜୁଛି ପୋଲିସ । ବନ୍ଧୁକ ଦେଖାଇ ଲୁଟି ନେଇଛନ୍ତି କୋଟି କୋଟି ଟଙ୍କାର ସୁନା ଅଳଙ୍କାର ।
ବାରିପଦା ସହର ସ୍ଥିତ \”ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ\” ସୋ’ରୁମ୍‌ରୁ ଲୁଟ୍ ହୋଇଛି । ମୁଣ୍ଡରେ ହେଲମେଟ୍ ପିନ୍ଧି ଆସିଲେ ଲୁଟେରା । ସୋ\’ରୁମ୍‌ରେ ପଶି ସିକ୍ୟୁରିଟି ଗାର୍ଡଙ୍କୁ ବନ୍ଧୁକ ମୁନରେ କାବୁ କରି ସୁନା ଗହଣା ଲୁଟିନେବା ସହ କ୍ୟାସ୍ କାଉଣ୍ଟରରୁ ମଧ୍ୟ ଟଙ୍କା ଲୁଟି ଫେରାର ହୋଇଗଲେ ।
ଫେରାର ବେଳେ ସୋ\’ରୁମ୍ ମାଲିକ ଏବଂ କର୍ମଚାରୀ ଲୁଟେରାଙ୍କ ପିଛା କରିଥିଲେ । ୪ ଜଣଙ୍କୁ କାବୁ କରିଛନ୍ତି । ଅନ୍ୟ ଦୁଇ ଜଣ ଚମ୍ପଟ ମାରିଛନ୍ତି । ଚମ୍ପଟ ମାରିଥିବା ଲୁଟେରା ପ୍ରାୟ ୫ ରୁ ୬ କେଜି ସୁନା ହୀରା ଅଳଙ୍କାର ସହିତ ନଗଦ ୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଧରା ପଡିଥିବା ଲୁଟେରାଙ୍କ ପାଖରୁ କିଛି ଅଳଙ୍କାର ଜବତ ହୋଇଛି ।

Related Posts