Odisha News

ପ୍ରେମ ଓ ପ୍ରତାରଣା ଅଭିଯୋଗରେ ଓଡ଼ିଆ ଫିଲ୍ମ ପ୍ରଯୋଜକ ଅଟକ

ଭୁବନେଶ୍ୱର, ୨୫/୧୧ : ଓଡ଼ିଆ ଅଭିନେତା ତଥା ପ୍ରଯୋଜକ ରାକେଶ ପାଢ଼ୀଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଟଙ୍କା ନେଇ ଧୋକା ଦେଇଥିବା ଅଭିଯୋଗ ହୋଇଛି । ଭରତପୁର ଥାନାରେ ପୀଡ଼ିତା ଜଣକ ରାକେଶଙ୍କ ନାଁରେ ଏତଲା ଦାୟର କରିଛନ୍ତି । ପୋଲିସ ରାକେଶଙ୍କ ଅଟକ ରଖି ପଚରାଉଚରା କରୁଛି ।
ଅଭିଯୋଗ ମୁତାବକ, ଏକ ପାର୍ଟିରେ ଯୁବତୀଙ୍କ ସହିତ ରାକେଶ ପାଢ଼ୀଙ୍କର ଭେଟ ହୋଇଥିଲା । ସେହିଠାରୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ଏବଂ ପରବର୍ତ୍ତୀ ସମୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା ।
ଏହା ରାକେଶ ତାଙ୍କୁ ବିବାହ କରିବାକୁ କହି ୫ ଲକ୍ଷ ଟଙ୍କା ନେବା ସହି ଶାରୀରିକ ସମ୍ପର୍କ ରଖିଥିଲେ । କିନ୍ତୁ ପରେ ଆଉ ରାକେଶ ଧରାଛୁଆଁ ଦେଇ ନ ଥିଲେ । ଏ ନେଇ ପୀଡ଼ିତା ଜଣକ ତାଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା ।
ଶେଷରେ ଯୁବତୀ ଜଣକ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସେ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ପଦକ୍ଷେପ ସ୍ୱରୂପ ପୋଲିସ ରାକେଶଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Related Posts