ଲାଞ୍ଚ ନେବା ମହଙ୍ଗା ପଡ଼ିଲା; ଓ ଆର୍ଏସ୍ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କଲେ ସରକାର
ବାଲେଶ୍ୱର, ୧୦/୧୧ : ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ମାତ୍ର ୭ ହଜାର ଟଙ୍କା ପାଇଁ ହରାଇଲେ ସରକାରୀ ଚାକିରି। ଭିଜିଲାନ୍ସ ଜାଲରେ ଫସିଥିବା ବାଲିଆପାଳର ତତ୍କାଳୀନ ସବ୍ରେଜିଷ୍ଟ୍ରାର ତଥା ORS ଅଧିକାରୀ ମନୀଷା ମିଶ୍ରଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ରାଜ୍ୟ ସରକାର।
ଜମି ପଞ୍ଜୀକରଣ ଓ ବିକ୍ରି କବଲା କରାଇଦେବା ପାଇଁ ଜଣେ ଅଭିଯୋଗକାରୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ମାଗିବା ଓ ନେବା ଅଭିଯୋଗରେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ନଭେମ୍ବର ୬ ତାରିଖରେ ବାଲେଶ୍ୱର ଭିଜିଲାନ୍ସ ଟିମ୍ ତାଙ୍କ କାର୍ୟ୍ୟାଳୟରେ ଚଢ଼ାଉ କରି ତାଙ୍କୁ ଧରିଥିଲା। ପରଦିନ ଅର୍ଥାତ୍ ନଭେମ୍ବର ୭ରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।
ସବୁଠାରୁ ଚର୍ଚ୍ଚାର ବିଷୟ, ମନୀଷା ମିଶ୍ର ୨୦୨୪ରେ ORSଅଧିକାରୀ ଭାବେ ଚାକିରିରେ ଯୋଗ ଦେଇଥିଲେ। ସେ ପ୍ରୋବେସନ୍ ପିରିୟଡ୍ରେ ଥିବାବେଳେ ବାଲିଆପାଳ ସବ୍ରେଜିଷ୍ଟ୍ରାର୍ ଭାବେ ଦାୟିତ୍ୱ ତୁଲାଉଥିଲେ। ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ତାଙ୍କୁ ଚାକିରିରୁ ବହିଷ୍କାର କରିଛି।
୭ ହଜାର ଟଙ୍କାର ଲୋଭ ଶେଷରେ ମହଙ୍ଗା ପଡ଼ିଲା। ସରକାରୀ ଚାକିରି ହରାଇବାକୁ ପଡ଼ିଲା ଜଣେ ଅଧିକାରୀଙ୍କୁ। ଏହି ଘଟଣା ଦୁର୍ନୀତି ବିରୋଧରେ ସରକାରଙ୍କ କଡ଼ା ଆଭିମୁଖ୍ୟର ଏକ ବଡ଼ ଉଦାହରଣ।




