Odisha News

ଚା’ ପ୍ରସ୍ତୁତ ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ଚାଲିଗଲା ପରିବାରର ଜଣଙ୍କ ଜୀବନ

ଧର୍ମଶାଳା, ୧୧/୧୦ : ଆଜି ସକାଳ ୬.୩୦ରେ ଧର୍ମଶାଳା ଥାନା ଅରାବଳ ପଞ୍ଚାୟତ ତଥା ଅରାବଳ ଗ୍ରାମର ଶ୍ରମିକ ଅଭିରାମ ମଲିକ(୪୦)ଙ୍କ ପତ୍ନୀ ତିଲୋତ୍ତମା(୩୫) ସକାଳ ଜଳଖିଆ ପ୍ରସ୍ତୁତ କରୁଥିବା ବେଳେ ଗ୍ୟାସ ପାଇପ ଫାଟି ଅଗ୍ନିକାଣ୍ଡ ହୋଇଥିଲା ।
ଏଥିରେ ଅଭିରାମଙ୍କ ଝିଅ ମାମାଲି(୫)ଙ୍କ ମୃତ୍ୟୁହୋଇଥିବା ବେଳେ ବାପା,ମା\’ ଗୁରୁତର ଆହତ ହୋଇଛନ୍ତି । ବଡ଼ବାପା ଉତ୍ତମ ମଲିକ(୫୦) ଆହତ ହୋଇଛନ୍ତି ।
କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର
ସମସ୍ତ ଆହତଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା । ଡାକ୍ତର ସେଠାରେ ମାମାଲିକୁ ମୃତ ଘୋଷଣା କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅନ୍ୟମାନଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।ଅଗ୍ନିଶମ କର୍ମଚାରୀ ଓ କୋତପୁର ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ କରୁଛି ।

Related Posts