Odisha News

ଛାତ୍ର ସଂସଦ ନିର୍ବାଚନ ବାତିଲ କରାଯାଇ କ୍ୟାମ୍ପସ ଗଣତନ୍ତ୍ର ହତ୍ୟା କରାଯାଇଛି : କଂଗ୍ରେସ

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୦/୧୦ : ନୟାଗଡ ଜିଲ୍ଲାରେ ଯୋଜନାବଦ୍ଧ ଭାବେ ଆଇନଶୃଙ୍ଖଳା ଆଳଦେଖାଇ ବିଭିନ୍ନ ପ୍ରମୁଖ ମହାବିଦ୍ୟାଳୟ ମାନଙ୍କରେ ଶାନ୍ତିର ସହିତ ଚାଲୁଥିବା ଛାତ୍ରସଂସଦ ନିର୍ବାଚନ ପ୍ରକ୍ରିୟା କୁ ବାତିଲ କରାଯାଇ କ୍ୟାମ୍ପସ ଗଣତନ୍ତ୍ର କୁ ହତ୍ୟା କରାଯାଇଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ କ୍ଷୋଭର ସହିତ ଅଭିଯୋଗ କରିଛନ୍ତି ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ଛାତ୍ର ବିରୋଧୀ ନିଷ୍ପତି ବୈଧାନିକ ନୁହେଁ ଏବଂ ତୁରନ୍ର ଏହି ନିର୍ଦ୍ଦେଶନାମା ପ୍ରତ୍ୟାହାର ପାଇଁ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ ଦାବୀ କରିଛନ୍ତି ।
ଦୀର୍ଘ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ କରାଯାଉ ଥିବାରୁ କ୍ୟାମ୍ପସ ମାନଙ୍କରେ ଛାତ୍ରନେତା ବାଛିବାର ଉତ୍ସାହି ଛାତ୍ରଛାତ୍ରୀ ମାନଙ୍କ ସାମ୍ବିଧାନିକ ଅଧିକାର ଛଡାଇ ନିଆଯାଇ ଥିବା ମଧ୍ୟ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।
ଲାଠିପଡ଼ା ମଡେଲ ଡିଗ୍ରୀ ସରକାରୀ କଲେଜ, ନୟାଗଡ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ, ଇଟାମାଟି ବଂଶୀଧର ମହାବିଦ୍ୟାଳୟ ଏବଂ ଖଣ୍ଡପଡା ପଠାଣି ସାମନ୍ତ ମହାବିଦ୍ୟାଳୟ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାପଗ୍ରସ୍ତ ହୋଇ ନିର୍ବାଚନ ପ୍ରକ୍ରିୟା ବାତିଲ କରାଯିବା ଯୋଗୁଁ ସମ୍ପୃକ୍ତ କଲେଜ ମାନଙ୍କରେ ଛାତ୍ର ଅଶାନ୍ତି ସୃଷ୍ଟି ହୋଇ ଭାଇଚାରାକୁ ଜାଣିଶୁଣି ନଷ୍ଟ କରି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରାଯାଉଛି ବୋଲି ଶ୍ରୀ ଦାଶ ଅଭିଯୋଗ କରିଛନ୍ତି ।
ସମ୍ପୃକ୍ତ କଲେଜ ମାନଙ୍କରେ ଶାନ୍ତିଶୃଙ୍ଖଳା ସହିତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ପ୍ରାର୍ଥୀପତ୍ର ଦାଖଲ ଏବଂ ଯାଞ୍ଚ ପ୍ରକ୍ରିୟା ସାରି ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପାଇଁ ଆପେକ୍ଷା ଥିବା ବେଳେ ଏଭଳି ଅବୈଧାନିକ ନିଷ୍ପତି ପାଇଁ ଜିଲ୍ଲାରେ ପ୍ରମୁଖ କ୍ୟାମ୍ପସ ମାନଙ୍କରେ ଛାତ୍ର ଅଶାନ୍ତି ଲାଗି ରହିଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି ।
ଛାତ୍ର ସଂସଦ ନିର୍ବାଚନ ହେଉଥିବା ନୟାଗଡ ସ୍ୱୟଂଶାସିତ ମହାବିଦ୍ୟାଳୟ ସମେତ ଆଉ କିଛି ମହାବିଦ୍ୟାଳୟରେ ମିଛ ଆଳ ଦେଖାଇ ନିର୍ବାଚନ ବନ୍ଦ କରିବା ପାଇଁ ସାଙ୍ଘାତିକ ଷଡଯନ୍ତ୍ର ଅବ୍ୟାହତ ସମ୍ଭାବନା ରହିଥିବା କଂଗ୍ରେସ ନେତା ରଣଜିତ ଦାଶ ପ୍ରେସବର୍ତ୍ତରେ ପ୍ରାକସୂଚନା ଦେଇଛନ୍ତି ।

Related Posts