ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସିଇସିଙ୍କୁ ବହିଷ୍କାର ଓ ଗିରଫ ଦାବିରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୮/୯ : ସୋମବାର ଦିନ ୧୧.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ SIRପ୍ରସଙ୍ଗରେ ଭାରତର ମୁଖ୍ୟ ନିର୍ବାଚନ କମିଶନ୍ ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଓ ଗିରଫ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ, କୁଶ ପୁତ୍ତଳିକା ଦାହ ଓ ମହା ମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରା ଯାଇଛି ।
ଆଜି ଦିନ ୧୧ ଘଣ୍ଟା ସମୟରେ ମର୍ଜାକୁଦ୍ ବ୍ରିଜ ଛକ ନିକଟରୁ ଶତାଧିକ କଂଗ୍ରେସ କର୍ମୀ ଜିଲ୍ଲା ସଭାପତି ଅବଦୁଲ କଲିମ୍ ଖାଁଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ଆସି କେନ୍ଦ୍ର ଓ ରାଜ୍ୟର ବିଜେପି ସରକାର ଏବଂ ମୁଖ୍ୟ ନିର୍ବାଚନ କମିଶନ୍ ଜ୍ଞାନେଶ କୁମାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ତା ସହିତ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଭାରତର ମୁଖ୍ୟ ନିର୍ବାଚନ କମିଶନ୍ ଜ୍ଞାନେଶ କୁମାରଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ।
ଜିଲ୍ଲା କଂଗ୍ରେସ ପକ୍ଷରୁ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦତ୍ତ ଦାବିପତ୍ରକୁ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ ଗ୍ରହଣ କରିଥିଲେ । ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅବଦୁଲ କଲିମ୍ ଖାଁ, ସାଧାରଣ ସମ୍ପାଦକ ଦେବରାଜ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ନବ କୁମାର ମିଶ୍ର, ଶାନ୍ତନୁ କୁମାର ମହାପାତ୍ର, ପ୍ରଦୀପ କୁମାର ମହାନନ୍ଦ, ରଘୁନାଥ ପଲିଆ, ଅର୍ଜୁନ ମହାନନ୍ଦିଆ, ରୋହିତାସ୍ବ୍ ବେହେରା, ଜେନି ମହାପାତ୍ର, ପ୍ରତ୍ୟୁଷ ମହାନନ୍ଦଙ୍କ ସମେତ ଅନ୍ୟ ନେତୃବୃନ୍ଦ ଓ କର୍ମୀ ମାନେ ଉପସ୍ଥିତ ଥିଲେ ।




