Odisha News

ଗଜପତିରେ ‘ଆଶୀର୍ବାଦର ଦୀପ–ସେବା ସଂକଳ୍ପ ଅଭିଯାନ-୨୦୨୬ କାର୍ଯ୍ୟକ୍ରମ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୮/୯ : ଗଜପତି ଜିଲ୍ଲାରେ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଅନ୍ତର୍ଗତ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଜିଲ୍ଲା, ବ୍ଲକ, ଗ୍ରାମ ପଞ୍ଚାୟତ ଓ ଘରେ ଘରେ ଆୟୋଜିତ ହୋଇଯାଇଛି।
ଏହି କ୍ରମରେ ପାରଳାଖେମୁଣ୍ଡି ସ୍ଥିତ ବଡ଼ ରାଧାକାନ୍ତ ମଠ ଓ ରାଧାକୃଷ୍ଣ ମନ୍ଦିର, ଶ୍ୟାମ ବିହାର ପରିସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନିଦ୍ର ହୋନନାଗା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଦୟାମୟ ପାଢ଼ୀ, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ସୁଶ୍ରୀ ଭଗତ ସାମଲ
କଲ୍ୟାଣ ରାଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ ମିଶନ ଶକ୍ତିର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ଟିମନ୍ ବାରା, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।
ସୁଭଦ୍ରା ହିତାଧିକାରୀ, ଅଙ୍ଗନୱାଡ଼ି ଓ ଆଶା କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଲକ୍ଷପତି ଦିଦି ଏବଂ ପଞ୍ଚାୟତ, ବ୍ଲକ ଓ ଜିଲ୍ଲାସ୍ତରୀୟ ସଂଘର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ମନ୍ଦିର ପରିସରରେ ସଫେଇ, ଦୀପ ପ୍ରଜ୍ଜ୍ୱଳନ ଓ ରଙ୍ଗୋଲି ପ୍ରଭୃତି କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇଥିଲା।
ଜିଲ୍ଲାର ୭ଟି ବ୍ଲକ ଅନ୍ତର୍ଗତ ୧୪୯ଟି ଗ୍ରାମ ପଞ୍ଚାୟତର ୧୧,୨୪୧ଟି ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରାୟ ୧ ଲକ୍ଷ ୩୫ ହଜାର ସଦସ୍ୟା ବିଭିନ୍ନ ମନ୍ଦିରରେ ମୋଟ ୨ ଲକ୍ଷ ୫ ହଜାର ୩୮୬ଟି ଦୀପ ପ୍ରଜ୍ଜ୍ୱଳନ କରାଯାଇଛି।

Related Posts