Odisha News

ଦେଶର ପ୍ରଥମ ଲୋକଭବନ ଭାବେ ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବିଲ୍ଡିଂ ମାନ୍ୟତା

ଭୁବନେଶ୍ୱର,୧/୯ : ଓଡ଼ିଶା ଲୋକଭବନରେ ସବୁଜ ଶାସନ ବ୍ୟବସ୍ଥା ବା ଗ୍ରୀନ୍ ଗଭର୍ଣ୍ଣାନ୍ସ ପରିକଳ୍ପନାକୁ ମିଳିଛି ଜାତୀୟ ମାନ୍ୟତା । ଲୋକ ଭବନକୁ ଗ୍ରୀନ୍ ବିଲ୍ଡିଂ ମାନ୍ୟତା ମିଳିଛି । ଭାରତୀୟ ଗ୍ରୀନ୍ ବିଲ୍ଡିଂ କାଉନ୍ସିଲ୍ (ଓଏଈଉ)ର ସମ୍ମାନଜନକ ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ସାର୍ଟିଫିକେସନ୍ । ଭାରତର ପ୍ରଥମ ଲୋକଭବନ ଭାବେ ଓଡ଼ିଶାକୁ ଏହି ସଫଳତା ମିଳିଛି । ଲୋକ ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଇଜିବିସିର ଅଧ୍ୟକ୍ଷ ସି ଶେଖର ରେଡ୍ଡୀ ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟ୍ଟିଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।
ଆଜିବିସିର ୮ଟି କ୍ଷେତ୍ରରେ ଲୋକ ଭବନକୁ ପରିବେଶଗତ ଓ ପରିଚାଳନାଗତ ମୂଲ୍ୟାଙ୍କନ କରାଯାଇଛି । ସ୍ଥାନ ଯୋଜନା ଓ ପରିଚାଳନାରେ ୨୫ ରୁ ୨୩, ସ୍ଥାୟୀ ପରିବହନରେ ୭ରୁ ୭, , ଜଳ ସଂରକ୍ଷଣ ୧୮ ରୁ ୧୩, ଶକ୍ତି ଦକ୍ଷତା ୧୮ ରୁ ୧୭, ସାମଗ୍ରୀ ଓ ସମ୍ବଳ ପରିଚାଳନା ୮ରୁ୮, ସ୍ୱାସ୍ଥ୍ୟ ଓ କଲ୍ୟାଣ ୭ରୁ ୬, ସ୍ଥାୟୀ ପରିଚାଳନା ଓ ରକ୍ଷଣାବେକ୍ଷଣ ୮ରୁ୭ ଏବଂ ଡିଜାଇନରେ ନୂତନତ୍ୱ ୯ରୁ ୭ ଅଙ୍କ ମିଳିଛି । ଓଡ଼ିଶା ଲୋକଭବନ ମୋଟ ୧୦୦ ରୁ ୮୮ ଅଙ୍କ ହାସଲ କରିଛି ।
ଆଇଜିବିସିର ସର୍ବୋଚ୍ଚ ପ୍ଲାଟିନମ୍ ବର୍ଗରେ ( ୧୦୦ରୁ ୮୦) ସାମିଲ ହୋଇଛି । ନିର୍ମାଣ କାର‌୍ୟ୍ୟ, ବିଦ୍ୟୁତ ବ୍ୟବସ୍ଥା, ଜଳ ପରିଚାଳନା ବ୍ୟବସ୍ଥା, ଶକ୍ତି ନିରୀକ୍ଷଣ ଏବଂ ଦକ୍ଷତା ବୃଦ୍ଧି ପଦକ୍ଷେପ, ଲ୍ୟାଣ୍ତସ୍କେପିଂ ଏବଂ ଜଳସେଚନ ବ୍ୟବସ୍ଥା, ବର୍ଷାଜଳ ସଂରକ୍ଷଣ ଏବଂ ଭୂତଳ ଜଳ ପୁନର୍ଭରଣ ବ୍ୟବସ୍ଥା, ବର୍ଜ୍ୟ ପରିଚାଳନା ବ୍ୟବସ୍ଥା ଓ ସ୍ଥାୟୀ ଅଭ୍ୟାସ ଦ୍ୱାରା ଏହା ସମ୍ଭବ ହୋଇପାରିଛି ।

Related Posts