Odisha News

ସୁ ପରିବାର ନିମନ୍ତେ ଶ।ସ୍ତ୍ରିୟ ବିବାହ ସଂସ୍କାର ଓ ତାଲିମପ୍ରାପ୍ତ ବ୍ରାହ୍ମଣ

ବରଦା ଦାସଙ୍କ ରିପୋର୍ଟ
କଟକ, ୮/୬: ଶାସ୍ତ୍ର ମତରେ ଆଜି କ।ଲି ବିବାହ ହେଉନଥିବାରୁ ନା ନା ସମସ୍ୟା ମୁଣ୍ଡ ଟେକୁଛି । ଏଥି ନିମନ୍ତେ ବୈଦିକ ମନ୍ତ୍ର ଉଚ୍ଚାରଣ ଓ ସଠିକ୍ ବିବାହ ନୀତି ସୁଚାରୁ ରୂପେ ସମ୍ପାଦନ ନିମନ୍ତେ ଯୋଗ୍ୟ ବ୍ରାହ୍ମଣ ମାନଙ୍କ ଅଭାବ ସମାଜରେ ପରିଲକ୍ଷିତ ହେଉଛି ।
ତେଣୁ ସେମାନଙ୍କୁ ଉପଯୁକ୍ତ ସଂକ୍ଷିପ୍ତ ତାଲିମ ପ୍ରଦାନ କଲେ ଏ ଦିଗରେ ବିବାହ କାର୍ଯ୍ୟ ସୂଚାରୁ ରୂପେ ଶାସ୍ତ୍ର ମତରେ ସମ୍ପାଦିତ ହୋଇପାରିବ ବୋଲି କେନ୍ଦ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ସଦାଶିବ ପରିସର ପୁରୀ ର ଅବସର ପ୍ରାପ୍ତ ନିର୍ଦ୍ଦେଶକ ପ୍ରଫେସର ଅତୁଲ ନନ୍ଦ କହିଛନ୍ତି ।
ଥିଙ୍କର୍ସ କ୍ଲବ ର ୧୫୪ ତମ ଆଭାସୀ ଆଲୋଚନା ଶାସ୍ତ୍ରୀୟ ମତରେ ବିବାହ ସଂସ୍କାର ବିଷୟରେ ଅନୁଷ୍ଠିତ ହୋଇଯାଇଛି । ଶାସ୍ତ୍ରୀୟ ମତ,ସାମ୍ପ୍ରତିକ ବିବାହ ପରମ୍ପରା,ବିବାହ ପ୍ରକାରଭେଦ,ଅପସଂସ୍କୃତି ଓ ଛାଡ଼ପତ୍ର ଆଦି ସମ୍ପର୍କରେ ବିଶଦ ଭାବେ ଆଲୋଚନା ହୋଇଥିଲା ।
ଯାହାକି ୟୁ ଟ୍ୟୁବ୍ ରେ ଉପଲବ୍ଧ । ଥିଙ୍କର୍ସ୍ କ୍ଲବ ସଭାପତି ବରଦା ଦାସ ସଭାକୁ ସୂ ସଂଯୋଜନା କରି ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ ବିଷୟ କହିଥିଲେ ।
ସର୍ବଶ୍ରୀ ଚିତ୍ତ ଶତପଥୀ,ନିମାଇ ସ୍ୱାଇଁ,ଉମାଶଙ୍କର ମିଶ୍ର ବିଭିନ୍ନ ପ୍ରଶ୍ନ ପଚାରି ଶଙ୍କା ସମାଧାନ ପରେ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା । ଜ୍ୟୋତି ମଲ୍ଲ ବୈଷୟିକ ପରିଚାଳନା କରିଥିଲେ । ଆସନ୍ତା ଶୁକ୍ରବାର ରାଜ୍ୟ ଓ ଦେଶର ଋଣ ଭାର ଉପରେ ଆଲୋଚନା ଅନୁଷ୍ଠିତ ହେବ ।

Related Posts