Odisha News

ଖୋରଧା ପୋଲିସ ର ବଡ଼ ସଫଳତା, କୁଖ୍ୟାତ ଅପରାଧୀ କାଳୀ ପ୍ରସାଦ ରାଉଳ ସହ ୫ ଗିରଫ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା , ୪/୬: ଗତକାଲି ସନ୍ଧ୍ୟା ପ୍ରାୟ ୭:୦୦ ଟାରେ, ଖୋରଧା ଆଦର୍ଶ ଥାନା ପକ୍ଷରୁ ଏକ ପାଟ୍ରୋଲିଂ ଦଳ ବାଟମଙ୍ଗଳା ଛକରେ ମୋଟର ଯାନ ଯାଞ୍ଚ କରୁଥିବା ସମୟରେ, ଭୁବନେଶ୍ୱର ପାର୍ଶ୍ୱରୁ ଆସୁଥିବା ପଞ୍ଜିକରଣ ନଂ ଓଡି ୩୩ ଏୟୁ ୫୦୨୧ ବିଶିଷ୍ଟ ଏକ କଳା ରଙ୍ଗର ସ୍ୱିଫ୍ଟ କାରକୁ ପୁଲିସ ସନ୍ଦେହରେ ଅଟକାଇଥିଲା।
ପୁଲିସ ପକ୍ଷରୁ ଗାଡ଼ିରେ ବସିଥିବା ଯୁବକ ମାନଙ୍କର ଓଡ଼ିଶା ପୋଲିସ ଦ୍ୱାରା ମୁହଁ ଚିହ୍ନଟ ସିଷ୍ଟମ୍ ବିକଶିତ ମୋବାଇଲ୍ ଆପ୍ ଏ ଆଇ ମାଧ୍ୟ୍ୟମରେ କରାଯାଇଥିଲା।
ୠଜଝ ସିଷ୍ଟମରେ କଏଦ ହେଉଥିବା ବ୍ୟକ୍ତିଙ୍କ ମୁହଁ ରୁ ଜଣାପଡିଥିଲା ସେମାନଙ୍କର ଅପରାଧର ଇତିହାସ। ପଚରାଉଚରା ବେଳେ ସେମାନେ ଏକାଧିକ ମାମଲାରେ ସମ୍ପୁକ୍ତ ଥିବା ଜଣାପଡିଥିଲା। ସେମାନଙ୍କ ଭିତରେ ଥିଲା କୁଖ୍ୟାତ ଅପରାଧୀ ୧-କାଳିପ୍ରଶାଦ ରାଉଳ ଅକାଳି, ପି- ଅଜୟ ରାଉଳ, ଘର ଖୋରଧା ଆଦର୍ଶ ଥାନା ଅଧୀନ ଗଡ଼ଖୋର୍ଦ୍ଧା, ଯାହା ନାମରେ ଏକାଧିକ ଥାନାରେ ସର୍ବୋମୋଟ ୨୭ ରୁ ଉର୍ଦ୍ଧ୍ବ ମାମଲା ରହିଛି।
ଅନ୍ୟ ଅଭିଯୁକ୍ତ ହେଲେ ୨-ଆଶିଷ ଦାସ ଅଚିଣ୍ଟୁଆ , ପି-ତ୍ରିନାଥ ଦାସ, ଘର ଡେଲାଙ୍ଗ ଥାନା ଅଧୀନ ନଇ ମୁହାଁଣ ,ଭାଁସର ଗ୍ରାମର ଯାହା ନାମରେ ନୟାପଲ୍ଲୀ ଥାନାରେ ୧ଟି ମାମଲା ହୋଇଥିବାର ସୂଚନା ମିଳିଥିଲା। ଅନ୍ୟ ଅଭିଯୁକ୍ତ ୩- ଗୁଡୁଲ୍ ବେହେରାଅ ରାକା (୩୨) ପି:କୈଳାସ ବେହେରା, ଗ୍ରା: ଗୁରୁଜଙ୍ଗ, ଖୋରଧା ,୪- ସନ୍ତୋଷ କୁମାର ସାହୁ ଅ ଗୁରୁ (୩୫) ପି: ଧ୍ରୁବଚରଣ ସାହୁ, ଗ୍ରା: ଗୁରୁଜଙ୍ଗ,ଖୋରଧା, ୫-ନିରଞ୍ଜନ ସାହୁ (୪୩) ପି:ରବିନ୍ଦ୍ରନାଥ ସାହୁ,ଗ୍ରା: ମାଟିଆପଡା, ପୁରୀ, ୬-ଜୟଦେବ ପାଲ (୪୪), ପି :କୁଶଧ୍ୱଜ ପାଲ ଗାଁ: ମେଛାଗାଁ, ଜିଲ୍ଲା: ମେଦିନୀପୁର (ପଶ୍ଚିମବଙ୍ଗ) ଅଟନ୍ତି। ଗାଡି ଯାଞ୍ଚ ସମୟରେ ସେମାନଙ୍କ ପାଖରୁ ନଗଦ ଅର୍ଥ ଟ ୮ ଲକ୍ଷ ୮୦ ହଜାର ଟଙ୍କା ସହ ୬ଟି ମୋବାଇଲ ଫୋନ୍, ୧୩୫ ଗ୍ରା. ତରଳ ସୁନା ଜବତ କରାଯାଇଥିଲା।
ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ୱା ବି ଖୁରାନୀଆ ଏବଂ ଆଇଜି ଡକ୍ଟର ସତ୍ୟଜିତ ନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଖୋରଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅପରାଧୀଙ୍କ ଉପରେ ନିରନ୍ତର କାର‌୍ୟ୍ୟାନୁଷ୍ଠାନ ଜାରି ରହିଛି। ସୂଚନା ମୁତାବିକ ଗତ ମେ ମାସ ୧୦ ତାରିଖ ରାତି ପ୍ରାୟ ୮:୫୦ ସମୟରେ, ଅଭିଯୋଗକାରୀ ଲୋକନାଥ ରାମ ତାଙ୍କ ସ୍ତ୍ରୀଙ୍କ ସହିତ ଗୋଡ଼ିପୋଖରୀରୁ ଖୋରଧା ସହରକୁ ସ୍କୁଟିରେ ଫେରୁଥିବା ବେଳେ, ଧଳା ରଙ୍ଗର ମୋଟର ସାଇକେଲରେ ଦୁଇଜଣ ଅଜଣା ବ୍ୟକ୍ତି ହଠାତ୍ ସେମାନଙ୍କ ପାଖକୁ ଆସି ଅଭିଯୋଗକାରୀଙ୍କ ବେକରୁ ପ୍ରାୟ ୨୦ ଗ୍ରାମ ଓଜନର ଏକ ସୁନା ଚେନ୍ ଛିଣ୍ଡାଇ ନେଇଥିଲେ।
ଅଭିଯୁକ୍ତ ମାନେ ତା’ପରେ ଖୋରଧା ନୂଆ ବସ୍ ଷ୍ଟାଣ୍ଡ ଆଡ଼କୁ ପଳାଇ ଯାଇଥିଲେ। ପଚରାଉଚରା ସମୟରେ, ଡ୍ରାଇଭର କାଳୀପ୍ରସାଦ ରାଉଳ ଅକାଳି ଏବଂ ଅନ୍ୟ ଜଣେ ଚାଳକ ଆଶିଷ ଦାସ ଅଚିଣ୍ଟୁ ପ୍ରକାଶ କରିଛନ୍ତି ଯେ ସେମାନେ ମଡେଲ ଟାଉନ୍, ଶିଳ୍ପାଞ୍ଚଳ ଏବଂ ସଦର ଥାନା ଅଧୀନରେ ଅନେକ ସୁନା ଚେନ୍ ଛିନତାଇ ଘଟଣା ଘଟାଇଛନ୍ତି।
ସେମାନେ ଆହୁରି କହିଛନ୍ତି ଯେ ଚୋରି ହୋଇଥିବା ସୁନା ଅଳଙ୍କାର ରାକା ଗୁଡୁଲ୍ ବେହେରାଙ୍କୁ ବିକ୍ରି କରାଯାଇଥିଲା।
ରାକାଙ୍କୁ ଅଧିକ ପଚରାଉଚରା କରିବା ପରେ ସେ ପ୍ରକାଶ କରିଛନ୍ତି ଯେ ସେ ସୁନା ଅଳଙ୍କାର ବହୁବାର ଅଭିଯୁକ୍ତକାରୀଙ୍କ ଠାରୁ କିଣିଛନ୍ତି। ଏ ସମ୍ପର୍କରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ପୁରୁଷୋତ୍ତମ ପର୍ମାର ପ୍ରକାଶ କରିଛନ୍ତି। ଖୋରଧା ଜିଲ୍ଲାରେ ଅପରାଧୀଙ୍କ ଉପରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଜାରି ରହିବା ସହ ଦରକାର ହେଲେ ଏହି ଅପରାଧିଙ୍କୁ ପୁନଶ୍ଚ ରିମାଣ୍ଡରେ ଅଣାଯିବ ବୋଲି ଏସ୍ପି ପ୍ରକାଶ କରିଛନ୍ତି।
ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ପଙ୍କଜ କୁମାର ମାଝୀ , ଆଦର୍ଶ ଥାନାଧିକାରୀ ସଞ୍ଜୟ ନାୟକ, ଶିଳ୍ପାଞ୍ଚଳ ଥାନାଧିକାରୀ ଉମେଶ ସାହୁଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଅନୁଷ୍ଠିତ ସାମ୍ବାଦିକ ସମିଳନୀରେ ଉପସ୍ଥିତ ଥିଲେ।

Related Posts