Odisha News

ମେଡ଼ିକାଲରେ ଗୃହରକ୍ଷୀଙ୍କୁ ଆକ୍ରମଣ; ଦୁଇ ଗିରଫ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା,୨୬/୬: ଖୋରଧା ମେଡିକାଲ ପରିସରରେ ଜଣେ ଗୃହରକ୍ଷୀଙ୍କୁ ଆକ୍ରମଣ ଘଟଣାରେ ଆଦର୍ଶ ଥାନା ପୁଲିସ ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ଦ୍ୱୟ ହେଲେ ପୁରୀ ଜିଲ୍ଲା ବଳଙ୍ଗା ଥାନା ଜୋପନା ଅଂଚଳର ସମ୍ୟକ କୁମାର ତ୍ରିପାଠୀ (୨୯) ଏବଂ ଚନ୍ଦନପୁର ଥାନା ନୂଆବଳିଆ ର ଦୁର୍ଗା ପ୍ରସାଦ ସ୍ୱାଇଁ (୨୪) ।
ପୁଲିସ ସୂଚନା ଅନୁସାରେ, ସମ୍ୟକ ଓ ଦୁର୍ଗାପ୍ରସାଦ ବାଘମାରି ଥାନା ଅନ୍ତର୍ଗତ ସାରୁଅ ବଜାରରେ ଗଣ୍ଡଗୋଳ କରି କିଛି ଲୋକଙ୍କ ଆକ୍ରମଣର ଶିକାର ହୋଇଥିଲେ ।
ଏହି ଯୁବକ ଦୁଇଜଣ ପ୍ରବଳ ନିଶାଗ୍ରସ୍ତ ଥିଲେ । ୧୧୨ କଲ୍ ପରେ ବାଘାମାରୀ ପୁଲିସ୍ ଦୁଇ ଜଣଙ୍କୁ ଉଦ୍ଧାର କରି ଖୋରଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ସେମାନେ ଡାକ୍ତରଖାନା କର୍ମଚାରୀଙ୍କ ସହ ଦୁର୍ବ୍ୟବହାର କରିବା ସହ କର୍ତବ୍ୟରତ ହୋମଗାର୍ଡ ସ୍ମୃତିରଞ୍ଜନ ଦାଶଙ୍କୁ ଆକ୍ରମଣ କରିଥିଲେ ।
ଏଥିରେ ସ୍ମୃତିରଞ୍ଜନ ଗୁରୁତର ଆହତ ହୋଇଛନ୍ତି ।ଏଥିରେ ତାଙ୍କ ହାତରେ ଆଘାତ ଲାଗିଥିବା ବେଳେ ସାର୍ଟ ଚିରାହୋଇଥିଲା ।
ହୋମଗାର୍ଡଙ୍କ ଲିଖିତ ଅଭିଯୋଗରେ ଖୋରଧା ଆଦର୍ଶ ଥାନାରେ ବିଏନ୍ଏସ୍ ୧୨୬, ୧୧୫, ୧୦୯, ୧୩୨, ୨୨୧, ୨୯୬, ୩୫୧ଧାରା ଅନୁଯାୟୀ ମାମଲା ୩୩୧/୨୬ରେ ଏକ ମାମଲା ପଞ୍ଜୀକୃତ ହୋଇଥିବା ବେଳେ ଗିରଫ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ପୁଲିସ୍ ତରଫରୁ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

Related Posts