Odisha News

୧୪ ଶିଶୁ ନିଖୋଜ ଘଟଣାରେ ଏସସିବି ହଲଚଲ୍ ! ରେକର୍ଡ ଯାଞ୍ଚ ପରେ ଚାଞ୍ଚଲ୍ୟକର ତଥ୍ୟ ଦେଲେ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା

କଟକ, ୨୮/୪ : ଏସସିବି ମେଡ଼ିକାଲରୁ ୧୪ ଶିଶୁ ନିଖୋଜ ଘଟଣାରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅନୁଧ୍ୟାନ ଆରମ୍ଭ କରିଛି । ଆଜି ଶିଶୁ ସୁରକ୍ଷା ଆୟୋଗ ଅଧ୍ୟାକ୍ଷା ବବିତା ପାତ୍ରଙ୍କ ସହିତ ଏକ ଟିମ୍ ଏସସିବିରେ ପହଁଚି ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ରେକର୍ଡ ଯାଞ୍ଚ କରିଛନ୍ତି ।
ଅସହାୟ ମହିଳାଙ୍କ ନବଜାତ ମାମଲାରୁ ଶିଶୁ ସୁରକ୍ଷା ଆୟୋଗ ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଆଜି ଅଧ୍ୟକ୍ଷା ମେଡ଼ିକାଲରେ ପହଁଚି ରେକର୍ଡ ଯାଞ୍ଚ କରିବା ପରେ କହିଛନ୍ତି ଯେ ଏସସିବି କର୍ତ୍ତୃପକ୍ଷ ୧୪ଶିଶୁଙ୍କ ମଧ୍ୟରୁ ୫ଜଣଙ୍କ ହସ୍ତାନ୍ତର ରେକର୍ଡ ଉପସ୍ଥାପନ କରିଛନ୍ତି ।
ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ସ୍ୱେଚ୍ଛାସେବୀ ସଙ୍ଗଠନ ଏବଂ ଅନ୍ୟ ୩ ଜଣକୁ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଅନ୍ୟ ୯ଜଣ ଶିଶୁଙ୍କ ହସ୍ତାନ୍ତର ରେକର୍ଡ ଦାଖଲ କରିପାରି ନାହାନ୍ତି କର୍ତ୍ତୃପକ୍ଷ ।
ଯେଉଁମାନେ ମାନସିକ ବିକାରଗ୍ରସ୍ତ କିମ୍ବା ବିଭିନ୍ନ ସଂସ୍ଥା ଦ୍ୱାରା ହସ୍ପିଟାଲରେ ପ୍ରସବ ପାଇଁ ଆସିଥିଲେ ସେହି ଶିଶୁମାନଙ୍କୁ ଉକ୍ତ ସଂସ୍ଥାଙ୍କୁ ହସ୍ତାନ୍ତର କରାଯାଇଛି ।
ସେହିପରି ଅନ୍ୟ କିଛିଟା ମାମଲାରେ ପ୍ରସୂତୀଙ୍କ ମା ବାପାଙ୍କୁ ଶିଶୁକୁ ହସ୍ତାନ୍ତର କରାଯାଇଥିବା ରେକର୍ଡ ରହିଛି । ତେଣୁ ୧୪ ଶିଶୁ ନିଖୋଜ ଘଟଣା ଖବରର କେତେଦୂର ସତ୍ୟାସତ୍ୟ ରହିଛି ସେ ନେଇ ଯାଞ୍ଚ ଚାଲିଛି ।
ଶିଶୁ ସୁରକ୍ଷା ଅଧ୍ୟକ୍ଷାଙ୍କ ସହିତ ଦୁଇ ଜଣ ସଦସ୍ୟ ମନସ୍ମିତା ଖୁଣ୍ଟିଆ ଏବଂ କସ୍ତୁରୀ ମିଶ୍ର ଉପସ୍ଥିତ ଥିଲେ । ସାମାଜିକ କର୍ମୀ ଅଚ୍ୟୁତ ସାହୁ ଏବଂ ଦୀପକ ଆଚାର୍ଯ୍ୟ ସୂଚନା ଅଧିକାର ଆଇନ ବଳରେ ୨୦୧୯ରୁ ୨୦୨୬ ମସିହା ମଧ୍ୟରେ ଅସହାୟ ମହିଳାମାନେ ଜନ୍ମ ଦେଇଥିବା ଶିଶୁଙ୍କ ମଧ୍ୟରୁ ୧୪ ଜଣଙ୍କୁ ନିଖୋଜ ଥିବା ରିପୋର୍ଟ ଦେଇଥିଲେ ।
୨ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ବାକି ୧୪ ଜଣଙ୍କ ସମ୍ପର୍କରେ କୌଣସି ସୂଚନା ନାହିଁ। ଏ ନେଇ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Related Posts