ଖୋରଧା ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଖୋ ଖୋ ପ୍ରତିଯୋଗିତା-୨୦୨୬ ଉଦଘାଟିତ
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା,୧୬/୪ : ବୁଧବାର ଖୋରଧା ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୁଲ୍ୟରେ ଖୋରଧା ଷ୍ଟାଡିୟମ୍ ଠାରେ ମୁଖ୍ୟମନ୍ତ୍ରୀ ଖୋ ଖୋ ଚମ୍ପିଅନସିପ୍ ୨୦୨୬ ଉଦ୍ଘାଟିତ ହୋଇଯାଇଅଛି ।
ଜିଲ୍ଲା କ୍ରୀଡ଼ା ଅଧିକାରୀ, ଖୋରଧା ଗୀତାଞ୍ଜଳି ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରି ଖୋ ଖୋ କ୍ରୀଡ଼ା ବିତ୍ ଙ୍କ ସୁଦୂର ପ୍ରସାରୀ ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ । କ୍ରୀଡ଼ା ସଂସଦ ସମ୍ପାଦକ ଉପେନ୍ଦ୍ର ନାଥ ଦାସ ସ୍ୱାଗତ ଭାଷଣ, ଅତିଥି ପରିଚୟ ଏବଂ ପ୍ରତିଯୋଗିତାର ଉଦେଶ୍ୟ ଓ ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ଦେଇଥିଲେ ।
ଏହି ଖୋ ଖୋ ପ୍ରତିଯୋଗିତାରେ ୧୬ ଗୋଟି ଦଳର ୨୪୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ଏବଂ ଜିଲ୍ଲାର ୨୦ ଜଣ କ୍ରୀଡ଼ା ଶିକ୍ଷକ ଶିକ୍ଷୟତ୍ରୀ ଶୃଙ୍ଖଳାର ସହ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ।
ସେହିପରି ଜିଲ୍ଲା କ୍ରୀଡା ସଂସଦ କର୍ମକର୍ତ୍ତା ଜ୍ୟୋତି ପ୍ରକାଶ ମହାନ୍ତି, ଅନିଲ କୁମାର ସାହୁ, ଦାନିଏଲ ନାଏକ, ବୀର କିଶୋର ସିଂହ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୂ ପରିଚାଳନା କରିଥିଲେ ।
ଏହି କ୍ରୀଡ଼ା କାର୍ଯ୍ୟକ୍ରମରେ ସମସ୍ତ କର୍ମକର୍ତ୍ତା, ପ୍ରଶିକ୍ଷକ, ଶିକ୍ଷକ, ଶିକ୍ଷୟତ୍ରୀ, ପ୍ରତିଯୋଗୀ ସମେତ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ ।
ଶେଷରେ ଅକ୍ଷୟ କୁମାର ମହାନ୍ତି ସମସ୍ତଙ୍କ ସହଯୋଗରେ ଖୋରଧା ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ଖୋ ଖୋ ଚମ୍ପିଅନସିପ ସାଫଲ୍ୟ ମଣ୍ଡିତ ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ ।




