ପ୍ରବଳ ବର୍ଷା ସହିତ କୁଆପଥର ମାଡ
ଅରେନ୍ଦ୍ର କୁମାର ଗିରିଙ୍କ ରିପୋର୍ଟ
କେନ୍ଦୁଝର, ୧୪/୪ : ଝୁମ୍ପୁରା ବ୍ଲକ, ତା ୦୭/୦୪/୨୦୨୬ ରିଖ ମଙ୍ଗଳବାର ଅପରାହ୍ନ ୨ଟା ସମୟରେ କଳାହାଣ୍ଡିଆ ମେଘ ଦେଖା ଦେବା ପରେ ପରେ ପ୍ରବଳ ବର୍ଷା ଓ କୁଆପଥର ପଡିବାରୁ ଘର ଦ୍ୱାର ଗଛ ଡାଳ ଭାଙ୍ଗିବା ସହିତ ରାସ୍ତାରେ ପାଣି ଜମିବାରୁ ଲୋକମାନଙ୍କର ଯିବା ଆସିବାରେ ଅସୁବିଧା ଦେଖା ଦେଲା ।
ଏହି କୁଆପଥର ମାଡ଼ରେ ଗୃହ ପାଳିତ ପଶୁ ,ପକ୍ଷୀ ମଧ୍ୟ ପ୍ରାଣ ହରାଇଛନ୍ତି । ଡ୍ରେନ ବ୍ୟବସ୍ଥା ନଥିବାରୁ ପ୍ରବଳ ବର୍ଷାରେ ରାସ୍ତାରେ ପାଣି ଜମିବା ସହିତ ଘର ଭିତରକୁ ପାଣି ପଶି ଜିନିଷ ମଧ୍ୟ ନଷ୍ଟ ହୋଇଯାଇଥିଲା ।
ତେଣୁ ଜନସାଧାରଣ ସରକାରଙ୍କୁ ନିବେଦନ କରିଛନ୍ତି ପାଣିର ନିଷ୍କାସନ ପାଇଁ ଡ୍ରେନ ସୁ ବ୍ୟବସ୍ତା କରାଗଲେ ଲୋକମାନେ ଉପକାରିତ ହୁଅନ୍ତେ ।
ଝୁମ୍ପୁରା ସରସ୍ବତୀ ଶିଶୁମନ୍ଦିର ବାର୍ଷିକ ଉତ୍ସବ
କେନ୍ଦୁଝର, ୧୪/୪: ଝୁମ୍ପୁରା ବ୍ଲକ ମୁଖ୍ୟାଳୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ୩୯ ତମ ବାର୍ଷିକ ଉତ୍ସବ କରାଯାଇଥିଲା ଓ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀ ସୁବଳ କୁମାର ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା ।
ବିଦ୍ୟାଳୟର ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଚମ୍ପୁଆ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମାକାନ୍ତ ପରିଡା ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ବଡ଼ବିଲର ଉଜଉଉ ଶ୍ରୀ ଦୁଖବନ୍ଧୁ ମିଶ୍ର ଯୋଗଦାନ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଝୁମ୍ପୁରା ଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀ ଭଗବାନ ମିଶ୍ର , ବିଜେପି , ବି .ସି. ମୋର୍ଚା ରାଜ୍ୟ ସଂଯୋଜକ ଶ୍ରୀ ଚନ୍ଦ୍ର ଗୁପ୍ତ ପ୍ରସାଦ, ବିଜେପି ଜିଲ୍ଲା ଯୁବ ମୋର୍ଚା ଉପ ସଭାପତି ଶ୍ରୀ ଅନିଦ୍ୟ ବେହେରା, ଝୁମ୍ପୁରା ବ୍ଲକ ପ୍ରତିନିଧି ଶ୍ରୀ ମହେନ୍ଦ୍ର କୁମାର ପଟ୍ଟନାଏକ ପ୍ରମୁଖ ଉପସ୍ଥିତ ରହି ଶିଶୁ ବିଦ୍ୟାମନ୍ଦିରକୁ ଗୁରୁଜୀ ଗୁରୁମା ମାନଙ୍କର ଅକ୍ଲାନ୍ତ ପରିଶ୍ରମରେ ସମ୍ଭବ ବୋଲି ଅଭିହିତ କରିଥିଲେ ।
ଏହା ନିଷ୍ଠାପର ସହ କାର୍ଯ୍ୟ କରି ସମାଜର ଏକ ଉଦାହରଣ ବୋଲି ମୁଖ୍ୟ ବକ୍ତା ଗୁରୁଜୀ, ଗୁରୁମା ମନକୁ ପ୍ରଶଂସା କରିଥିଲେ ।
ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଡମ୍ବରୁଧର ମହାନ୍ତଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ହେବା ସଙ୍ଗେ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ।
ବିଦ୍ୟାଳୟର ସମ୍ପାଦକ ଶ୍ରୀ ବିନୟ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ବିଭିନ୍ନ ବିଭାଗର କୃତିତ୍ୱ ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରି ଭବିଷ୍ୟତରେ ସୁନାଗରିକ ହେବା ପାଇଁ ଆଶୀର୍ବାଦ କରିବା ସଙ୍ଗେ ସଙ୍ଗେ ଉତ୍ସାହିତ ମଧ୍ୟ କରିଥିଲେ ।
ପରିଚାଳନା ସମିତିର କୋଷାଧ୍ୟକ ଶ୍ରୀ ସୁମନ୍ତ କୁମାର ପାତ୍ର ଧନ୍ୟବାଦ ଅର୍ପଣ
କରିଥିଲେ ଓ ଏ ଉତ୍ସବରେ ଦୁଇଟି ପର୍ଯ୍ୟାୟରେ ନାଚଗୀତ ଅନୁଷ୍ଠିତ ହୋଇଥିଲା । ବାର୍ଷିକ ଉତ୍ସବକୁ ଗୁରୁଜୀ, ଗୁରୁମା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।




