ଗଣତନ୍ତ୍ର ଦିବସ ପ୍ୟାରେଡ଼ରେ ଦ୍ଵିତୀୟ ସ୍ଥାନରେ ଅଭ୍ୟୁଦୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବୌଦ୍ଧ, ୨୬/୧ : ବୌଦ୍ଧ ସହର ଐତିହାସିକ ସହର ଭାବେ ପରିଗଣିତ। ସୁନ୍ଦର ସହର।ସହର କୁ ଲାଗି କୁଳୁ କୁଳୁ ନାଦରେ ବୋହିଯାଉଛି ମହାନଦୀ।ପାହାଡ ଜଙ୍ଗଲ ପରିବେଷ୍ଟନୀ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟ ଘେରା ବୌଦ୍ଧ ଜିଲ୍ଲା ରେ ଉଚ୍ଚ ଶିକ୍ଷାର ବିକାଶ ପାଇଁ ଅଭ୍ୟୁଦୟ ଇନଷ୍ଟିଚ୍ୟୁଟ ଅଫ ବେସିକ ସାଇନ୍ସ ନାମରେ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲି ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଜଗତର ଉଜ୍ଜ୍ବଳ ତାରକା ଭାବେ ଗଢି ତୋଳିବା ର ପ୍ରୟାସ ଜାରି ରଖିଛନ୍ତି।
ମାତ୍ର ଗୋଟିଏ ବର୍ଷ ପୂର୍ଣ୍ଣ କରିଥିବା ନବସ୍ଥାପିତ ଅଭ୍ୟୁଦୟ ଇନଷ୍ଟିଚ୍ୟୁଟ ଅଫ ବେସିକ ସାଇନ୍ସ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ବୌଦ୍ଧ ଠାରେ ଅନୁଷ୍ଠିତ ଜିଲ୍ଲା ସ୍ଥାରୀୟ ୭୭ତମ ଗଣତନ୍ତ୍ର ଦିବସ ପ୍ୟାରେଡ଼ ରେ ପ୍ରଥମ ଥର ଅଂଶଗ୍ରହଣ କରି ଦ୍ଵିତୀୟ ସ୍ଥାନ ଅଧିକାର କରିଛି।
ଛାତ୍ର ଛାତ୍ରୀ ମାନେ ତାଙ୍କର କ୍ଷମତା,ନେତୃତ୍ୱ ଓ କଠିନ ପ୍ରଶିକ୍ଷଣ ବଳରେ ସଫଳତା ପାଇଛନ୍ତି,ଯାହା ପ୍ରତିଷ୍ଠାନ ଓ ଶିକ୍ଷ୍ୟା ପରିବେଶ ପ୍ରତି ସମ୍ମାନ ଓ ଉତ୍ସାହ ବୃଦ୍ଧି କରିଛି ।
ଏହି ସଫଳ ପ୍ୟାରେଡ଼ ପ୍ରଦର୍ଶନ ରେ କମାଣ୍ଡର ଭାବେ ଆୟୁଶୀ ମହାକୁଲ ଏବଂ ଧ୍ଵଜା ନାୟିକା ଭାବେ ଅଂଶିକା ଦେହୁରୀ ଅଂଶଗ୍ରହଣ କରିଥିଲେ।
ଆଜିର ପ୍ୟାରେଡ଼ ରେ ଦ୍ଵିତୀୟ ସ୍ଥାନ ଅଧିକାର କରି ଅଭ୍ୟୁଦୟ ଶିକ୍ଷା ଅନୁଷ୍ଠାନ ପାଇଁ ଗୌରବ ଜନକ ଉପଲବ୍ଧି ସୃଷ୍ଟି କରିଥିବାରୁ ଅନୁଷ୍ଠାନ ତରଫରୁ ପ୍ରଶଂସା କରାଯାଇଛି।




