ତୁରେଇକେଲା ଆଶ୍ରମ ସ୍କୁଲ୍ ରେ ଶିକ୍ଷକ ଅଭାବ; ପାଠପଢ଼ାରେ ବ୍ୟାଘାତ
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୧୩/୧: ସରକାର ଆଶ୍ରମ ସ୍କୁଲ୍ ମାନ ଖୋଲି ଛାତ୍ର ଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଚେଷ୍ଟିତ।
ଶିକ୍ଷା ସମାଜର ମାନଦଣ୍ଡ।ଶିକ୍ଷ୍ୟା କ୍ଷେତ୍ରରେ ଯେଉଁ ଦେଶ ଯେତେ ଉନ୍ନତ ସେ ଦେଶ ବିକଶିତ ଦେଶ ଭାବରେ ପରିଗଣିତ।ଭାରତ ବର୍ଷରେ ଶିକ୍ଷା ର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।
ସେହିଭଳି ଓଡ଼ିଶା କୁ ଶିକ୍ଷା କ୍ଷେତ୍ରରେ ଏକ ନମ୍ବର କରିବା ପାଇଁ ମୋହନ ସରକାର ଅନେକ ବିକଳ୍ପ ପନ୍ଥା ପ୍ରଣୟନ କରିଛନ୍ତି।
ସରକାର ଆବାସିକ ସ୍କୁଲ ମାନ ଖୋଲି ଯେତେ ଅନୁଦାନ ଦେଉଛନ୍ତି ତାହା ସମୁଦ୍ର କୁ ସଂଖେପଣା।କିନ୍ତୁ ଜିଲ୍ଲା ପ୍ରଶାସନ ର ଅବହେଳା ଯୋଗୁଁ ଅନେକ ସ୍କୁଲ ରେ ଶିକ୍ଷକ ସଂଖ୍ୟା ଛାତ୍ର ଛାତ୍ରୀ ସଂଖ୍ୟା ଠାରୁ ଢେର କମ ଥିବା ଦେଖିବାକୁ ମିଳୁଛି।ବଲାଙ୍ଗିର ଜିଲ୍ଲା ତୁରେଇକେଲା ଠାରେ ଥିବା ଆଶ୍ରମ ବିଦ୍ୟାଳୟ ରେ ଛାତ୍ର ଶିକ୍ଷକ ରେଶୀଓ ର ତାଳମେଳ ନାହିଁ।
ଏହି ସ୍କୁଲ ରେ ଶିଶୁ ବାଟିକା ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ଶ୍ରେଣୀ ରହିଛି।ସ୍କୁଲ ରେ ୩୧୮ ଜଣ ଛାତ୍ର ଛାତ୍ରୀ ଥିବା ବେଳେ ଶିକ୍ଷକ ସଂଖ୍ୟା ମାତ୍ର ୩ ଜଣ।୧୫୫ ଜଣ ଛାତ୍ରୀ ହଷ୍ଟେଲ ରେ ରହୁଥିବା ବେଳେ ଜଣେ ମେଟ୍ରନ୍ ଏବଂ ୨ଜଣ କୁକ୍ ଅଛନ୍ତି।
ଶିକ୍ଷକ ଶିକ୍ଷୟତ୍ରୀ ତଥା ସ୍କୁଲ କର୍ମଚାରୀ ଙ୍କ ପାଇଁ ଷ୍ଟାଫ୍ କ୍ୱାର୍ଟର ନ ଥିବାରୁ ଅନେକ ଅସୁବିଧା ଦେଖାଦେଇଛି।ଛାତ୍ର ଛାତ୍ରୀ ସଂଖ୍ୟା ଅନୁଯାୟୀ ଶିକ୍ଷକ ନିଯୁକ୍ତି ଜରୁରୀ ହୋଇପଡିଛି।
ଶିକ୍ଷ୍ୟା କ୍ଷେତ୍ରରେ ଉନ୍ନତି ପାଇଁ ଶିକ୍ଷକ ଙ୍କ ଆବଶ୍ୟକତା ରହିଛି।ଏହି ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପାର୍ଥ ମହାନନ୍ଦ ଙ୍କୁ ଧନ୍ୟବାଦ୍ ସେ ଅକ୍ଲାନ୍ତ ପରିଶ୍ରମ କରି ସ୍କୁଲ ର ରକ୍ଷଣା ବେକ୍ଷଣ ସହ ଛାତ୍ର ଛାତ୍ରୀ ମାନଙ୍କ ଉନ୍ନତି କଳ୍ପେ ନିଜକୁ ନିୟୋଜିତ କରି ସମସ୍ତ ସମସ୍ୟା ର ସମାଧାନ କରିପାରିଛନ୍ତି।ଉଚ୍ଚ କତୃପକ୍ଷ ଏହି ସ୍କୁଲ ରେ ଯଥା ଶୀଘ୍ର ଶିକ୍ଷକ ନିଯୁକ୍ତି ପୂର୍ବକ ସ୍କୁଲ ର ଛୋଟ ବଡ଼ ସମସ୍ୟା କୁ ସମାଧାନ କଲେ ଛାତ୍ର ଛାତ୍ରୀ ମାନେ ଉପଯୁକ୍ତ ଶିକ୍ଷ୍ୟା ପାଇବାରୁ ବଞ୍ଚିତ ହେବେନାହିଁ।




