Odisha News

ସାମ୍ନାକୁ ଆସିଲା ଭୁବନେଶ୍ୱର-ରାଉରକେଲା ବିମାନ ଦୁର୍ଘଟଣାର ଭିଡିଓ, ଆହତଙ୍କ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ରାଉରକେଲା, ୧୦/୧: ରଘୁନାଥପାଲିରେ ଚାର୍ଟର ବିମାନ ଦୁର୍ଘଟଣା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି । ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଯେ ରାଉରକେଲାଠାରେ ଘଟିଥିବା ବିମାନ ଦୁର୍ଘଟଣା ବିଷୟରେ ଜାଣି ସେ ଅତ୍ୟନ୍ତ ଦୁଃଖିତ। ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଖବର ଆଶ୍ୱସ୍ତିକର ।
ଏହି ଘଟଣାରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ସ୍ଥିତି ଉପରେ ନଜର ରଖିଛନ୍ତି । ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥନା କରିଛନ୍ତି ।
ତେବେ ବିମାନ ଦୁର୍ଘଟଣାର ତଦନ୍ତ କରାଯିବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି । ଏହା ଏକ ଘରୋଇ ବିମାନ ଥିଲା । କାହାର ଯେପରି କୌଣସି କ୍ଷତି ନ ହେବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।
ଦକ୍ଷିଣ ରାଉରକେଲାରେ କଂସର ନିକଟରେ ଛୋଟ ଚାର୍ଟର ବିମାନ (ଠଞ-କଝଝ) ଦୁର୍ଘଟଣା ଗ୍ରସ୍ତ ହୋଇଛି । ଭୁବନେଶ୍ୱରରୁ ରାଉରକେଲା ଯାଉଥିବାବେଳେ ରାଉରକେଲାରୁ ୧୦ କିଲୋମିଟର ପୂର୍ବରୁ ଜଲଦା ନିକଟରେ ଜରୁରୀ ଅବତରଣ ବେଳେ ବିମାନଟି ଦୁର୍ଘଟଣାର ଶୀକାର ହୋଇଛି । ବିମାନରେ ମୋଟ ୯ଟି ସିଟ୍ ଉପଲବ୍ଧ ଥିବାବେଳେ ୬ ଯାତ୍ରୀ ଉପସ୍ଥିତ ଥିଲେ । ବିମାନରେ ୪ ଜଣ ଯାତ୍ରୀ ସୁଶାନ୍ତ କୁମାର ବିଶ୍ୱାଳ, ଅନୀତା ସାହୁ, ସୁନୀଲ ଅଗ୍ରୱାଲ ଓ ସବିତା ଅଗ୍ରୱାଲ ଏବଂ ୨ ଜଣ କ୍ରିଉ ସଦସ୍ୟ କ୍ୟାପ୍‌ଟେନ ନବୀନ କାଡ଼ଙ୍ଗା ଏବଂ କ୍ୟାପ୍‌ଟେନ ତରୁଣ ଶ୍ରୀବାସ୍ତବ ଥିଲେ । ସମସ୍ତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । କାହିଁକି ଅଘଟଣା ଘଟିଲା ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ ।

Related Posts