Odisha News

ନିର୍ବାଚନ ପ୍ରଥା ଗଣତନ୍ତ୍ରର ମୂଳଦୁଆ- ଥିଙ୍କର୍ସ କ୍ଲବ କଟକ

ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟ
କଟକ, ୨୯/୧୨: ମହାତ୍ମା ଗାନ୍ଧୀ କ୍ଷମତା ର ବିକେନ୍ଦ୍ରୀକରଣ ଉପରେ ସର୍ବଦା ଗୁରୁତ୍ୱ ଦେଉ ଥିଲେ । ଜିଲ୍ଲା ପରିଷଦ, ସ୍ଵୟଂ ଶାସିତ ସଂସ୍ଥା ଆଦି ସ୍ତରରେ ପୂର୍ଣ୍ଣ ଯୋଜନା କାର୍ଯ୍ୟକାରୀ ହେଲେ ସମାଜ ଦେଶ ପାଇଁ ମଙ୍ଗଳ ।
ନିର୍ବାଚନ ପ୍ରଥା ଗଣତନ୍ତ୍ର ର ମୂଳଦୁଆ ବୋଲି ଥୀଙ୍କର୍ଶ କ୍ଲବ ର ୧୪୩ ତମ ଆଭ।ସି ଆଲୋଚନାରେ ସଭାପତିତ୍ବ କରି ଓଡ଼ିଶା ଲୋକସେବା ଆୟୋଗ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିବେକ ପଟ୍ଟନାୟକ ମତ ଦେଇଛନ୍ତି ।
ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପୂର୍ବତନ ରାଜସ୍ବ ସଭ୍ୟ ଶ୍ରୀଯୁକ୍ତ ଅରବିନ୍ଦ ବେହେରା ଭାରତୀୟ ଗଣତନ୍ତ୍ରରେ ନିର୍ବାଚନ ପ୍ରକ୍ରିୟା ବିଷୟରେ କହିଲେ ଯେ ନିର୍ବାଚନ ଗଣତନ୍ତ୍ରର ଏକ ଅବିଚ୍ଛିନ୍ନ ପ୍ରକ୍ରିୟା ।ନିର୍ବାଚନ ସମୟରେ ଆଚରଣ ବିଧି କୁ କଡ। କଡ଼ି ଭାବେ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ବ ଦିଆଯାଇଥାଏ ।
କୌଣସି ଧର୍ମ କୁ ଆଧାର କରି ନିର୍ବାଚନ ପ୍ରଚାର ଅ ସାମ୍ବିଧାନିକ । ଥିଙ୍କର୍ସ କ୍ଲବ ସଭାପତି ବରଦା ଦାସ ସଭାକୁ ସଂଯୋଜନା କରି କହିଲେ ଯେ ନିର୍ବାଚନ ରେ ଶତକଡା ଅଧିକାଂଶ ଭାଗ ଲୋକ ପ୍ରତିନିଧି ମାନଙ୍କ ବଦଳରେ ଯୋଗ୍ୟ ଲୋକେ ନିର୍ବାଚିତ ପାଇଁ ନିର୍ବାଚନ ସଂସ୍କାର ର ଜରୁରୀ ଆବଶ୍ୟକତା ରହିଛି ।ନଚେତ୍ ଆମେ ଆଗକୁ ବଢିବା ପରିକଳ୍ପନା ଦିବ।ସ୍ଵପ୍ନ ହୋଇ ରହିବ ।
ଆଡଭୋକେଟ ନିରଞ୍ଜନ ପଣ୍ଡା ଏଥିରେ ସହମତି ପ୍ରକାଶ କରିଥିଲେ କ୍ଷ ସମ୍ପାଦକ ଉମାଶଙ୍କର ମିଶ୍ର ନିଜସ୍ଵ ମତ ଦେଇ ଧନ୍ୟବାଦ୍ ଦେଇଥିଲେ ।
ପରବର୍ତ୍ତୀ ଆଲୋଚନା ଭାରତୀୟ ସମ୍ବିଧାନ ରେ ସରକାରୀ ପ୍ରଶାସନିକ ସେବା ବ୍ୟବସ୍ଥା ବିଷୟରେ ଶ୍ରୀଯୁକ୍ତ ରମେଶ ମିଶ୍ର କହିବାର କାର୍ଯ୍ୟକ୍ରମ ରହିଛି ।

Related Posts