Odisha News

ଗଜପତି : ଜିଲ୍ଲା କଂଗ୍ରେସ ପକ୍ଷରୁ ୧୪୦ତମ ଜାତୀୟ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୮/୧୨ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ୧୪୦ ତମ ଜାତୀୟ କଂଗ୍ରେସ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହୋଇଯାଇଛି।
ଏହି ଅବସରରେ ଆଜି ସକାଳ ୧୧ଘଣ୍ଟା ସମୟରେ ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଶ୍ରୀ ଦାସରଥି ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଥିବା ମହାତ୍ମାଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ଏବଂ ଭାରତୀୟ ଜାତୀୟ କଂଗ୍ରେସ ଅରଟ ଚିହ୍ନ ଥିବା କଂଗ୍ରେସ ପତାକା ଉତ୍ତୋଳନ କରି , “ରଘୁପତି ରାଘବ ରାଜା ରାମ ପତିତପାବନ ସୀତାରାମ ଈଶ୍ୱର ଆହ୍ଲା ଦେ ଭଗବାନ ଗୀତ ଗାନ କରିବା ପରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସଭାଗୃହ ରେ କଂଗ୍ରେସ ଦଳର ମହାନ୍ ମହାନ୍ କଂଗ୍ରେସ ପ୍ରତିଷ୍ଠିତ ପ୍ରତିଭା’ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରା ଯାଇଥିଲା ।
ଜିଲ୍ଲା ସଭାପତି ତଥା ମୋହନା ବିଧାୟକ ଶ୍ରୀ ଦାସରଥି ଗମାଙ୍ଗ ନିଜର ବକ୍ତବ୍ୟ ରେ ସମସ୍ତଙ୍କୁ ନିବେଦନ ସହିତ କହିଛନ୍ତି ଯେ , ଜାତୀୟ କଂଗ୍ରେସ ର ୧୪୦ ତମ ପ୍ରତିଷ୍ଠା ଦିବସ ରେ ଜିଲ୍ଲାବାସୀଙ୍କୁ ୨୦୨୬ ନବ ବର୍ଷ ରେ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଜଣାଇ ଚଳିତ ବର୍ଷ ରେ ଜିଲ୍ଲା କଂଗ୍ରେସ ଓ ରାଜ୍ୟ କଂଗ୍ରେସ ଏବଂ ଦେଶରେ କଂଗ୍ରେସ ସଂଗଠନ କିପରି ସୁଦୃଢ ହେବ ବୋଲି କହି ଜଗତର ନାଥ ଜଗନ୍ନାଥ ଙ୍କ ଠାରେ ପ୍ରାର୍ଥନା କରିଥିଲେ।
ଆଜି ର ଶୁଭ ଅବସରରେ ଜିଲ୍ଲାବାସୀ ଙ୍କୁ ଅନେକ ଶୁଭେଚ୍ଛା ଶୁଭକାମନା ଜଣାଇଛନ୍ତି।
ଆଜିର ଏହି କାର୍ଯ୍ୟକ୍ରମରେ ଈଶ୍ୱର ମାଝୀ , ଏସ ପାପାରାଓ , ରବି କୁମାର , ସୂର୍ଯ୍ୟ ନାରାୟଣ ପାତ୍ର , ସଂଗ୍ରାମ ସାହୁ , ପୌର ପୂର୍ବତନ ଉପାଧ୍ୟକ୍ଷ ସଂଜୟ ଅଧିକାରୀ , ତ୍ରୀନାଥ ପାତ୍ର , ଅଭିମନ୍ୟୁ ପଣ୍ଡା , ବାଲକୃଷ୍ଣା , ଲବସାହୁ , ବିଷ୍ଣୁ ପାଢ଼ୀ , ମାମାଲି କାର୍ଜି , ନଗର ସଭାପତି ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Related Posts