Odisha News

ପହଲଗାଓଁ ଘଟଣା :ଏହି ଜଘନ୍ୟ କାଣ୍ଡକୁ ଯେତେ ନିନ୍ଦା କଲେ ବି କମ୍ : ଲେଖକ ଜୟ ପ୍ରକାଶ ନାୟକ

ଅକ୍ଷୟ କୁମାର ରାଉତଙ୍କ ରିପୋର୍ଟ
ଯାଜପୁର, ୨୪/୪ :ପହଲଗାଓଁ ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶ ସ୍ତବ୍ଧ । ଜାଣିଶୁଣି ଭାରତୀୟ ହିନ୍ଦୁ ସମାଜକୁ ଭୟଭୀତ କରିବାକୁ ହୋଇଥିବା ଏହି ଜଘନ୍ୟ କାଣ୍ଡକୁ ଯେତେ ନିନ୍ଦା କଲେ ବି କମ୍ ।
ଆତଙ୍କବାଦୀମାନେ ପର୍ଯ୍ୟାଟକଙ୍କୁ ସେମାନଙ୍କ ଧର୍ମ କଣ ପଚାରି ସେହି ଆଧାରରେ ହତ୍ୟା କରିଛନ୍ତି । ଏଥିଲାଗି ସେମାନେ ବସ୍ତ୍ର ଖୋଲି ଯାଞ୍ଚ ମଧ୍ୟ କରିଛନ୍ତି ।
ଯାହା ଅତ୍ୟନ୍ତ ଘୃଣ୍ୟ ଓ କ୍ଷୋଭର ବିଷୟ।ଆତଙ୍କବାଦୀ, ଏହାକୁ ପ୍ରୋତ୍ସାହନ ଦେଉଥିବା ଦେଶ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତ ବିଶିଷ୍ଟ ଲେଖକ ଜୟ ପ୍ରକାଶ ନାୟକ ।
ତାଛଡ଼ା ଦେଶ ଭିତରେ ଏମାନଙ୍କୁ ସମର୍ଥନ ଦେଉଥିବା ବ୍ୟକ୍ତି ଓ ଗୋଷ୍ଠୀ ବିରୋଧରେ ମଧ୍ୟ ଦୃଢ଼ ପଦକ୍ଷେପ ନେବାର ବେଳ ଆସିଯାଇଛି । ଆତଙ୍କବାଦୀଙ୍କ ଗୁଳିରେ ନିହତ ଭାରତୀୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ଓ ଆତଙ୍କବାଦୀଙ୍କ ବିରୋଧରେ ଏକଜୁଟ ହେବାକୁ ମୁଁ ସାରା ସମାଜକୁ ଆହ୍ବାନ ଦେଉଛି।

Related Posts